ETV Bharat / state

'ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର’: ୫୯ ପଞ୍ଜୀକୃତ ଗୋଶାଳାକୁ ୮ କୋଟିରୁ ଅଧିକ ସହାୟତା - Cowsheds For protection and development of cows

Asistance to Registered Cowsheds: ସରକାରଙ୍କ ପକ୍ଷରୁ ୫୯ ଗୋଟି ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ । ଅଧିକ ପଢ଼ନ୍ତୁ

ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର
ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର
author img

By ETV Bharat Odisha Team

Published : Dec 21, 2023, 7:12 AM IST

ଭୁବନେଶ୍ବର: ସରକାରଙ୍କ ପକ୍ଷରୁ ୫୯ ଗୋଟି ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ନୂଆ ସ୍କିମ 'ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର’ ନିମନ୍ତେ ଉଭୟ ଚାଷୀ ଓ ଗୋଶାଳାଗୁଡ଼ିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । ଗୋ’ ସମ୍ପଦକୁ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ସରକାରଙ୍କ ଏହି ଯୋଜନା । ଗୋ’ ସମ୍ପଦର ସୁରକ୍ଷା ଓ ବିକାଶ ନିମନ୍ତେ ଅଧ୍ୟକ ଆଶ୍ରୟସ୍ଥଳ ଓ ଗୋଶାଳା ନିର୍ମାଣର ଆବଶ୍ୟକତା ଅଛି । ତେଣୁ ବୁଲା ଗାଈ ଗୋରୁଙ୍କ ପାଇଁ ନୂତନ ଗୋଶାଳା ନିର୍ମାଣ ଓ ଗୋରୁଙ୍କ ରକ୍ଷଣାବେକ୍ଷଣ କରାଯିବ । ଯେଉଁଥିରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ବୁଲା ଗାଈଗୋରୁଙ୍କୁ ଉଦ୍ଧାର କରି ରକ୍ଷଣାବେକ୍ଷଣ କରାଯିବ ।

ଭୁବନେଶ୍ୱରରେ ବୁଲା ଗାଈଗୋରୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । ଗୋରୁଙ୍କ ପ୍ରତି ମୂଲ୍ୟବାନ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ନିରାପଦ ଆଶ୍ରୟସ୍ଥଳ ପାଇଁ ନୂତନ ଗୋଶାଳା ନିର୍ମାଣ କରାଯିବ । ସେନେଇ ବିଭିନ୍ନ ବେସରକାରୀ ସଂସ୍ଥା ଏବଂ ପ୍ରାଣୀ କଲ୍ୟାଣକାରୀ ସଂସ୍ଥାକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏଥି ସହିତ ପଞ୍ଜୀକୃତ ଗୋଶାଳାରେ ଗୋରୁମାନଙ୍କର ଯନ୍ତ୍ର ଓ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଅନେକ ପ୍ରାଣୀ କଲ୍ୟାଣ ସଂସ୍ଥା ସରକାରୀ ସହାୟତାର ସୁଯୋଗ ନେଇ ଆଗେଇ ଆସି ରାଜ୍ୟରେ ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବେ । ଏଥିରେ ୫୦ରୁ ୧୫୦ ପର୍ଯ୍ୟନ୍ତ ଅସହାୟ ଗୋରୁଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରାଯିବ । ନୂତନ ଗୋଶଳା ନିର୍ମାଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ସଂସ୍ଥାକୁ କାର୍ଯ୍ୟାଦେଶ ପତ୍ର ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ସବୁ କଲେଜରେ ଗଢ଼ା ହେବ ଆଲୁମିନି ସେଲ୍‌, ପ୍ରଥମ ପର୍ଯ୍ୟାୟରେ ୧୨ ମହାବିଦ୍ୟାଳୟ ସାମିଲ

ଆଜି କୃଷିଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ୫୯ ଗୋଟି ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ବଣ୍ଟନ କରିବା ଅବସରରେ କୃଷିମନ୍ତ୍ରୀ କହିଛନ୍ତି, "ବୁଲା ଗାଈଗୋରୁଙ୍କ ଏକମାତ୍ର ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା । ପ୍ରାଣୀକଲ୍ୟାଣ ପାଇଁ ପ୍ରତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲା ଓ ଅସହାୟ ପ୍ରାଣୀଙ୍କ ହିତ ପାଇଁ ଗୋଶାଳାକୁ ପ୍ରଦାନ କରାଯାଉଥିବା ସହାୟତା ରାଶିର ପରିମାଣକୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଇଗୁଣ କରିଛନ୍ତି । ଚଳିତବର୍ଷ ଏହି ସହାୟତା ରାଶି ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ପ୍ରତି ଗୋରୁ ପିଛା ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ଗତ ବର୍ଷର ସହାୟତା ରାଶି ୧୬ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିଛି ।

ଏଥି ସହିତ ଗୋଶାଳାରେ ଜିଆଖତ ପ୍ରସ୍ତୁତି ପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରି ସେଥୁରୁ ଉପାର୍ଜିତ ଅର୍ଥ ଓ ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରି କରି ଗୋଶାଳା ଗୁଡ଼ିକର ଆର୍ଥିକ ଉନ୍ନତି ହୋଇପାରିବ । ସେଥିପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠାକୁ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି ।" ପ୍ରତି ଗୋଶାଳାରେ ଗୋଧନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଖର୍ଚ୍ଚର ୫୦ ପ୍ରତିଶତ ସହାୟତା ତଥା ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଚଳିତ ବର୍ଷ ଏଥିପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥି ସହିତ ଗୋଶାଳାରେ ଗୋରୁମାନଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନେ ନିୟମିତ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ରାଜ୍ୟରୁ ଆସିଥିବା ଗୋଶାଳାର କର୍ମଜୀବୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.