ETV Bharat / state

Derogatory Remarks Against President: TMCକୁ ଘେରିଲା ବିଜେପି, ମନ୍ତ୍ରୀ ଗିରି ମାଗିଲେ କ୍ଷମା

author img

By

Published : Nov 12, 2022, 9:49 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଅଖିଳ ଗିରିଙ୍କ ବଢୁଛି ଅଡୁଆ । ସାରା ଦେଶରେ ଗିରିଙ୍କ ମନ୍ତବ୍ୟକୁ ନେଇ କଡା ସମାଲୋଚନା ଜାରି ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu )ଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Chief Minister Mamata Banerjee )ଙ୍କ ମନ୍ତ୍ରୀ ଅଖିଳ ଗିରି (TMC minister Akhil Giri)ଙ୍କ ବଢୁଛି ଅଡୁଆ । ସାରା ଦେଶରେ ଗିରିଙ୍କ ମନ୍ତବ୍ୟକୁ ନେଇ କଡା ସମାଲୋଚନା ଜାରି ରହିଛି । ଜାତୀୟ ମହିଳା କମିଶନ ମଧ୍ୟ ନୋଟିସ ଜାରି କରିଛନ୍ତି । ମନ୍ତ୍ରୀ ଗିରି ଓ ତୃଣମୂଳ କଂଗ୍ରେସ କ୍ଷମା ମାଗିଥିଲେ ମଧ୍ୟ ଅସମ୍ମାନ ଝଡ ଥମିନାହିଁ । ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ସହ ଗିରଫ କରିବା କରିବା ପାଇଁ ସାରା ଦେଶରେ ଦାବି ଜୋର ହୋଇଛି ।

Derogatory Remarks against President: TMC କୁ ଘେରିଲା ବିଜେପି, ମନ୍ତ୍ରୀ ଗିରି ମାଗିଲେ କ୍ଷମା

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରି ଦଳୀୟ ମନ୍ତ୍ରୀ ଫସିବା ପରେ, ସାରା ଦେଶର ଚାପ ଦେଖି ଟିଏମି ମଧ୍ୟ କ୍ଷମା ମାଗିଛି । ଦଳ ପକ୍ଷରୁ ଟ୍ବିଟ କରି ଟିଏମସି କହିଛି, ଦଳ ଏହାକୁ ସମର୍ଥନ କରେ ନାହିଁ । ରାଷ୍ଟ୍ରପତିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ମହିଳା ସଶକ୍ତିକରଣ ଯୁଗରେ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ମନ୍ତ୍ରୀ ଅଖିଳ ଗିରି ମଧ୍ୟ କ୍ଷମା ମାଗି, ଶୁଭେନ୍ଦୁ ଅଧିକାରୀଙ୍କୁ ଜବାବ ଦେବାକୁ ଯାଇ ଭୁଲରେ ଏପରି କହିଥିବା କହିଛନ୍ତି ।

ଏହାବି ପଢନ୍ତୁ- ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, କ୍ୟାପିଟାଲ ଥାନାରେ ଏତଲା

ଗତକାଲି ନନ୍ଦିଗ୍ରାମରେ ମନ୍ତ୍ରୀ ଅଖିଳ ଗିରି ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ‘‘ଆମେ ଚେହେରା ଆଧାରରେ କାହାକୁ ବିଚାର କରୁନାହିଁ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ।"

ଏପରି କହି ମନ୍ତ୍ରୀ ରାଷ୍ଟ୍ରପତି ଚେହେରାକୁ ନେଇ ଟିପ୍ପଣୀ କରିଥିଲେ । ମନ୍ତ୍ରୀଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ପଶ୍ଚିମବଙ୍ଗ ବିଜେପି ପୁରା ଖଡ୍‌ଗହସ୍ତ ହୋଇପଡିଥିଲା । ମନ୍ତ୍ରୀଙ୍କ ବିରୋଧରେ ନାରାବାଜୀ ସହ, ଏତଲା ଦେଇଥିଲା । ଏପରିକି ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରି ଗିରଫ କରିବାକୁ ଦାବି କରିଥିଲା । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ରାଜ୍ୟପାଳ ଚିଠି ଲେଖି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହାବି ପଢନ୍ତୁ- ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ ଦାବିକଲା କଂଗ୍ରେସ

ସେହିପରି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମସ୍ତ କେନ୍ଦ୍ରମନ୍ତ୍ରୀ, ବିଜେପି ଆଇଟି ସେଲ ମୁଖ୍ୟ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ବରିଷ୍ଠ ସାଂସଦ, ବିରୋଧୀ ଦଳ ଗୁଡିକ ମଧ୍ୟ ଟିଏମସିକୁ ଟାର୍ଗେଟ କରିଥିଲେ । ରାଷ୍ଚ୍ରପତିଙ୍କ ଅସମ୍ମାନକୁ ନେଇ ଓଡିଶାରେ ମଧ୍ୟ ନିନ୍ଦା କରାଯିବ ସହ କ୍ୟାପିଟାଲ ଥାନାରେ ମନ୍ତ୍ରୀଙ୍କ ବିରୋଧରେ ଏତଲା ଦିଆଯାଇଛି । ରାଜ୍ୟ ବିଜେପି, କଂଗ୍ରେସ ଓ ବିଜେଡି ନେତା ମାନେ ମଧ୍ୟ ରାଷ୍ଚ୍ରପତିଙ୍କ ଅସମ୍ମାନକୁ ନେଇ ନିନ୍ଦା କରିବା ସହ ଟିଏମସି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହାବି ପଢନ୍ତୁ- ଦିବ୍ୟାଙ୍ଗ ଛାତ୍ରୀ ପାୟଲଙ୍କ ସଫଳ କାହାଣୀ: ପାଟିରେ ଆଙ୍କୁଛନ୍ତି ଚିତ୍ର, ପ୍ରଶଂସାରେ ଶତମୁଖ ମୁଖ୍ୟମନ୍ତ୍ରୀ

ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବାପରେ, ମଧ୍ୟ ରାଜନୈତିକ ସ୍ବାର୍ଥ ପାଇଁ ତାଙ୍କୁ ଅସମ୍ମାନିତ କରିବାକୁ ରାଜନେତା ମାନେ ପଛଘୁଞ୍ଚା ଦେଉନାହାଁନ୍ତି । ପୂର୍ବରୁ ପୂର୍ବରୁ କଂଗ୍ରେସ ସାଂସଦୀୟ ନେତା ଅଧୀର ରଞ୍ଜନ ଚୌଧୁରୀ ବି ରାଷ୍ଟ୍ରପତି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅସମ୍ମାନିତ କରିଥିଲେ । ଅଧିରୀଙ୍କୁ ସେତେବେଳେ ମଧ୍ୟ କଡା ସମାଲୋଚାନ ଶୀକାର ହୋଇଥିଲେ । ଏପରିକ ଅଧୀର ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.