ETV Bharat / state

ଅବପାତ ପ୍ରଭାବରେ ବଦଳିଲା ପାଗ: ମେଘୁଆ ଆକାଶ ସହ ବହିଲା କୋହଲା ପବନ, ଗୁରୁବାରଠୁ ବର୍ଷା

ଅବପାତରେ ପରିଣତ ହେଲା ଲଘୁଚାପ । ରାଜ୍ୟରେ ମେଘୁଆ ଆକାଶ ସହ କୋହଲା ପାଗ । ଗୁରୁବାରରୁ ପ୍ରବଳ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 15, 2023, 6:21 PM IST

ଅବପାତ ପ୍ରଭାବରେ ଓଡ଼ିଶାରେ ବଦଳିଲା ପାଗ । ମେଘୁଆ ଆକାଶ ସହ ବହିଲା କୋହଲା ପବନ । ଗୁରୁବାରରୁ ବର୍ଷା

ଭୁବନେଶ୍ବର: ରାଜ୍ୟରେ ମେଘୁଆ ପାଗ । ଅବପାତ ପ୍ରଭାବରେ ଦେଖିବାକୁ ମିଳିଛି ଏଭଳି ମେଘୁଆ ପାଗ । ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆସନ୍ତାକାଲି(ଗୁରୁବାର) ସକାଳ ସୁଦ୍ଧା ଏହା ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଆନ୍ଧ୍ର ଉପକୂଳରୁ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବ । ପ୍ରଭାବରେ ଆଜି(ବୁଧବାର)ସନ୍ଧ୍ୟାରୁ ରାଜ୍ୟରେ ପାଗ ବଦଳିବା ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) । ବର୍ଷା ସହ ଘଣ୍ଟାପ୍ରତି 40ରୁ 50 କିଲୋମିଟର ବେଗରେ ବହିବ ପବନ । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଆଜିଠାରୁ 18 ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସବୁ ବନ୍ଦରରେ 1 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ସମ୍ଭାବ୍ୟ ଅବପାତ ପ୍ରଭାବରେ ଅମଳ ଧାନ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଅବପାତ ପ୍ରଭାବରେ ପାଗରେ ପରିବର୍ତ୍ତନ ଘଟିଛି । ମେଘୁଆ ଆକାଶ ସହ ବହୁଛି କୋହଲା ପବନ । କାଲି(ଗୁରୁବାର) ସକାଳ ସୁଦ୍ଧା ଏହା ଅବପାତର ରୂପ ନେବ । ଆନ୍ଧ୍ର ଉପକୂଳରୁ ରିକର୍ଭ କରି ହେବ ଓଡ଼ିଶା ମୁହାଁ । ଏହାର ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର । କାଲିଠାରୁ(ଗୁରବାର) ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଘଣ୍ଟାପ୍ରତି 50ରୁ 60 କିଲୋମିଟର ବେଗରେ ବହିବ ପବନ । ସବୁ ବନ୍ଦରକୁ ଜାରି କରାଗଲା 1 ନମ୍ବର ବିପଦ ସଙ୍କେତ । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ୍‌ ଆଲର୍ଟ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ- Weather Update: ସୃଷ୍ଟି ହେଲା ଲଘୁଚାପ, 3 ଦିନ ପ୍ରବଳ ବର୍ଷିବ !

ଗତକାଲି(ମଙ୍ଗଳବାର) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି(ବୁଧବାର) ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାବେଳେ କାଲି(ଗୁରୁବାର) ସୁଦ୍ଧା ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହେବ । ପ୍ରଭାବରେ କାଲି(ଗୁରୁବାର) ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । 17 ତାରିଖରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବହିବ । ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏଥିପାଇଁ ଆଜିଠାରୁ(ବୁଧବାର) 18 ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଧାନ ଚାଷ । ସେଥିପାଇଁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ଧାନ ପାଚିଛି ତାକୁ ଶୀଘ୍ର କାଟି ନେବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.