ETV Bharat / state

ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କୁ ସତର୍କତା: ଫସଲ ସୁରକ୍ଷିତ ରଖିବାକୁ କୃଷି ବିଭାଗର ପରାମର୍ଶ

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୃଷି ବିଭାଗର ପରାମର୍ଶ । ଆଗକୁ ପଢ଼ନ୍ତୁ,

ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କୁ ସତର୍କତା
ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କୁ ସତର୍କତା
author img

By ETV Bharat Odisha Team

Published : Nov 29, 2023, 5:56 PM IST

ବାତ୍ୟାକୁ ନେଇ କୃଷି ବିଭାଗ ପକ୍ଷରୁ ସତର୍କତା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ସତର୍କ ହୋଇଛି କୃଷି ବିଭାଗ । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ବାତ୍ୟା ନେଇ କୌଣସି ସୂଚନା ମିଳିନାହିଁ । ହେଲେ ରାଜ୍ୟ କୃଷି ବିଭାଗ ସବୁବେଳେ ପ୍ରସ୍ତୁତ ଅଛି । କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୃଷି ବିଭାଗର ପରାମର୍ଶ । ଫସଲ ବୀମା ଯୋଜନାରେ ୨୨ ଲକ୍ଷ ଚାଷୀ ସାମିଲ ହୋଇଛନ୍ତି । ତେବେ କୌଣସି ସ୍ଥାନରେ ଫସଲ ହାନି ହୋଇଥିଲେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ।

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଉଛି ଲଘୁଚାପ । ଲଘୁଚାପ ପ୍ରଭାବରେ ଡିସେମ୍ବର ୫ ପରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର କନ୍ଧମାଳ ଭଳି ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ରହିଛି । ତେବେ ରାଜ୍ୟରେ ଅନେକ ସ୍ଥାନରେ ଧାନ ଫସଲ କଟା ସରିଛି । ଆଉ କିଛି ଜାଗାରେ ଧାନ କଟା ଚାଲିଛି । ତେବେ ଏନେଇ ରାଜ୍ୟ କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ କରାଯାଇଛି । କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୃଷି ବିଭାଗର ପରାମର୍ଶ ଦିଆଯାଇଛି । ଆଳୁ ଫସଲ କରୁଥିବା ଚାଷୀଙ୍କୁ ପ୍ଲାଣ୍ଟିଂ ଟାଇମ ବଦଳାଇବାକୁ ପରାମର୍ଶ ଦିଆଯାଇଛି । ଏବର୍ଷ ଫସଲ ବୀମା ଯୋଜନାରେ ୨୨ ଲକ୍ଷ ଚାଷୀ ସାମିଲ ହୋଇଛନ୍ତି । ଜିଲ୍ଲାକୁ ବାତ୍ୟା ଆସିବା ପରେ ମରୁଡ଼ି ସ୍ଥିତି ଉପୁଜୀ ଥାଏ । ତେବେ ଯଦି କୌଣସି ସ୍ଥାନରେ ଫସଲ ହାନି ହୋଇଥିବ ତେବେ ନିୟମ ଅନୁସାରେ ବୀମାଭୁକ୍ତ ଚାଷୀ କ୍ଷତିପୂରଣ ପାଇବେ ।

ଏହା ମଧ୍ୟ ପଢ଼ନ୍ତୁ..ଦାଉ ସାଜିଛି ଜଉପୋକ, ବାତ୍ୟା ଆଶଙ୍କାରେ ଚାଷୀ ମନରେ ଛନକା

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, "ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ବାତ୍ୟା ନେଇ କୌଣସି ସୂଚନା ମିଳିନାହିଁ । ଆମେ ସବୁବେଳେ ପ୍ରସ୍ତୁତ ଥାଉ । ଓୟୁଏଟିର ଗବେଷଣା ଟିମ ଓ କୃଷି ବିଭାଗ ମିଶି କାମ କରୁଛନ୍ତି । ସତର୍କ ସୂଚନା ପାଇବା ପରେ କୌଣସି ପରିସ୍ଥିତି ମୁକାବିଲା ପାଇଁ ଆମେ ଆଡଭାଇଜରି ଜାରି କରିଥାଉ ଓ କରିବୁ । ଯେଉଁ ଜିଲ୍ଲା ପ୍ରଭାବିତ ହେବ ତାହା ପାଇଁ ଅଲଗା ଆଡଭାଇଜରି ଓ ଅନ୍ୟ ଆଭ୍ୟନ୍ତରୀଣ ଜିଲ୍ଲା ପାଇଁ ଫସଲ ଅନୁସାରେ ଆଡଭାଇଜରି ଦିଆଯିବ । ତେବେ ଚାଷୀ ଭାଇଙ୍କୁ ପରାମର୍ଶ ଦେଉଛୁ ଯେ, କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ । ଆଳୁ ଫସଲ କରୁଥିବା ଚାଷୀଙ୍କୁ ପ୍ଲାଣ୍ଟିଂ ଟାଇମ ବଦଳାଇବାକୁ ପରାମର୍ଶ ଦେଉଛୁ । ତେବେ ଏବେ ଭୟଭୀତ ହେବାର କାରଣ ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.