ETV Bharat / state

ସମବାୟ ବ୍ୟାଙ୍କ ଜାଲିଆତି ଘଟଣା, ଖସିଯିବାକୁ ବଡ଼ ବାବୁଙ୍କ ଏଗ୍ରିମେଣ୍ଟ ! - ଖୋର୍ଦ୍ଧା ଖବର

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ହେରଫେର ମାମଲା । ଅଭିଯୁକ୍ତମାନେ ଧରା ପଡିଯିବା ପରେ ସବୁ ଦୋଷ ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କ ମୁଣ୍ଡରେ ଲଦି ଦେଇଛନ୍ତି ବ୍ୟାଙ୍କର ବଡ଼ ବାବୁମାନେ । ଅଧିକ ପଢନ୍ତୁ

ରାଉତପଡା ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ହଡପ ଘଟଣା : ଖସିଯିବାକୁ ବଡ଼ ବାବୁଙ୍କ ଏଗ୍ରିମେଣ୍ଟ !

author img

By

Published : Apr 9, 2022, 11:43 AM IST

ଖୋର୍ଦ୍ଧା: ଜିଲ୍ଲା ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ହେରଫେର ମାମଲା । ଏହି ଘୋଟଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ । ଅଭିଯୁକ୍ତମାନେ ଧରା ପଡିଯିବା ପରେ ସବୁ ଦୋଷ ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କ ମୁଣ୍ଡରେ ଲଦି ଦେଇଛନ୍ତି ବ୍ୟାଙ୍କର ବଡ଼ ବାବୁମାନେ ।

ରାଉତପଡା ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ହଡପ ଘଟଣା : ଖସିଯିବାକୁ ବଡ଼ ବାବୁଙ୍କ ଏଗ୍ରିମେଣ୍ଟ !

ତାହା ଏବେ ସାମ୍ନାକୁ ଆସିଛି । ଦେଖନ୍ତୁ ଏହି ଏଗ୍ରିମେଣ୍ଟ ପେପରକୁ ଯେଉଁଥିରେ ରାଉତପଡା ସମବାୟ ବ୍ୟାଙ୍କରେ ହୋଇଥିବା ଅର୍ଥ ହଡପ ଘଟଣାରେ ନିଜକୁ ଦାୟୀ କରିଛନ୍ତି ତତ୍କାଳୀନ ଆକାଉଣ୍ଟାଣ୍ଟ ବୁଦ୍ଧିରାମ ଦାସ । କିନ୍ତୁ ଏହି ଏଗ୍ରିମେଣ୍ଟ ପେପରକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ସ୍ଥାନୀୟ ଜମାକାରୀ । ଅର୍ଥ ହେରଫେର ମାମଲାରେ ବ୍ୟାଙ୍କର ବଡ଼ ଅଧିକାରୀ ଫସିଯିବା ଭୟରେ ଏଭଳି ଏଗ୍ରିମେଣ୍ଟ କରି ଖସିଯିବାକୁ ହିନ ଚକ୍ରାନ୍ତ କରିଥିବା କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ମେଲ ଯୋଗେ ଅନୁରୋଧ କରାଯାଇଛି । ତିନି ଅଭିଯୁକ୍ତଙ୍କ ବିରୋଧରେ ବେଗୁନିଆ, ବୋଲଗଡ଼ ଏବଂ ରଣପୁର ଥାନାରେ ପୋଷ୍ଟ ଯୋଗେ ଏଫଆଇଆର ଦିଆଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେବେ କେବେ ଜମାକାରୀ ସେମାନଙ୍କ ଜମା ଟଙ୍କା ଫେରି ପାଇବେ ତାକୁ ହିଁ ଅପେକ୍ଷା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.