ETV Bharat / state

କେନ୍ଦ୍ର ସମବାୟ ସମିତି ଶାଖାରୁ ଦେଢ଼ କୋଟି ଆତ୍ମସାତ, ହାଇକୋର୍ଟର ଦ୍ବାରସ୍ଥ ହେଲେ ଜମାକାରୀ - ରାଉତପଡ଼ା କେନ୍ଦ୍ର ସମବାୟ ସମିତି

ବେଗୁନିଆ ବ୍ଲକ ରାଉତପଡ଼ା କେନ୍ଦ୍ର ସମବାୟ ସମିତିରୁ ଜମାକାରୀଙ୍କ ଦେଢ଼ କୋଟି ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ଘଟଣା । ଟଙ୍କା ଫେରି ପାଇବା ଆଶାରେ ହାଇକୋର୍ଟର ଦ୍ବାରସ୍ଥ ହେଲେ ଜମାକାରୀ । ଅଧିକ ପଢ଼ନ୍ତୁ

କେନ୍ଦ୍ର ସମବାୟ ସମିତି ଶାଖାରୁ ଦେଢ଼ କୋଟି ଆତ୍ମସାତ, ହାଇକୋର୍ଟର ଦ୍ବାରସ୍ଥ ହେଲେ ଜମାକାରୀ

author img

By

Published : Sep 25, 2022, 7:53 AM IST

ଖୋର୍ଦ୍ଧା: କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରୁ ଜମାକାରୀଙ୍କ ୧.୫୦ କୋଟି ଟଙ୍କା ଆତ୍ମସାତ୍‌ କରାଯାଇଥିବା ନେଇ ଅଭିଯୋଗ ଘଟଣା । ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଟଙ୍କା ଫେରି ପାଇବା ଆଶାରେ ହାଇକୋର୍ଟର ଦ୍ବାରସ୍ଥ ହେଲେ ଜମାକାରୀ ।

କେନ୍ଦ୍ର ସମବାୟ ସମିତି ଶାଖାରୁ ଦେଢ଼ କୋଟି ଆତ୍ମସାତ, ହାଇକୋର୍ଟର ଦ୍ବାରସ୍ଥ ହେଲେ ଜମାକାରୀ

ବେଗୁନିଆ ବ୍ଲକ ରାଉତପଡ଼ା କେନ୍ଦ୍ର ସମବାୟ ସମିତି ଶାଖାରୁ ଜମାକାରୀଙ୍କ ୧.୫୦ କୋଟି ଟଙ୍କା ଆତ୍ମସାତ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘଟଣାର ତଦନ୍ତ ଲାଗି ମେ’ ୪ରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ଇଓଡବ୍ଲ୍ୟୁକୁ ସୁପାରିସ କରିଥିଲେ । ମାତ୍ର ଘଟଣାର ତଦନ୍ତ ଲାଗି ଇଓଡବ୍ଲ୍ୟୁ ସୁପାରିସକୁ ଚାରିମାସ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଜମାକାରୀ ଟଙ୍କା ଫେରି ପାଇବା ନେଇ ଆଶଙ୍କାରେ ରହିଛନ୍ତି । ଶେଷରେ ପାଞ୍ଚଟି ପଞ୍ଚାୟତର ଶତାଧିକ ଜମାକାରୀ ହାଇକୋର୍ଟର ଦ୍ବାରସ୍ଥ ହୋଇ ଅର୍ଥ ଫେରି ପାଇବାକୁ ହାଇକୋର୍ଟରେ ଗୁହାରି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଜମାକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚଳୁ

ସୂଚନା ଥାଉକି, ରାଉତପଡ଼ା ଶାଖାରେ ପୂର୍ବତନ ହିସାବ ରକ୍ଷକ ଦୁଇବର୍ଷ ପୂର୍ବେ ଏହି ବ୍ୟାଙ୍କରୁ ଅବସର ଗ୍ରହଣ କରିଥିଲେ ମଧ୍ୟ କାର୍ଯ୍ୟ କରୁଥିଲେ । ଫଳରେ ଲୋକଙ୍କ ବିଶ୍ବାସଭାଜନ ହୋଇଥିଲେ । ରାଉତପଡାର ଅଧିକାଂଶ ପରିବାର ହସ୍ତତନ୍ତ କାରିଗର ହୋଇଥିବାରୁ ଅନଭିଜ୍ଞତା ଯୋଗୁଁ ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ସେ ସହଯୋଗ କରୁଥିଲେ । ଗ୍ରାମବାସୀଙ୍କ ସରଳତାର ସୁଯୋଗ ନେଇ ସମ୍ପୃକ୍ତ ହିସାବ ରକ୍ଷକ ଜମାକାରୀଙ୍କ ସ୍ଥାୟୀ ଜମା ଓ ସଞ୍ଚୟ ଜମା ପ୍ରମାଣପତ୍ର ଆଦି ନବୀକରଣ ଆଳରେ ବ୍ୟାଙ୍କର ଜାଲ୍‌ ପ୍ରମାଣପତ୍ର ଓ ସ୍ବାକ୍ଷର କରି ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା । କିଛି ଗ୍ରାମବାସୀ ଜମା ପୁଞ୍ଜିର ବିବରଣୀ ଜାଣିବାକୁ ଶାଖା କାର୍ଯ୍ୟାଳୟକୁ ଯାଇଥିବା ବେଳେ କୌଣସି ବିବରଣୀ ପାଇ ନଥିଲେ ।

ଏନେଇ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗୀୟ ତଦନ୍ତ ସତ୍ତ୍ବେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଜମାକାରୀ ଉଦ୍‌ବେଗ ପ୍ରକାଶ କରିଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା, ଅବହେଳା ଯୋଗୁଁ ଜମାକାରୀ କୋଟିକୋଟି ଟଙ୍କା ହରାଇବାକୁ ବସିଛନ୍ତି । ଏହି ଆର୍ଥିକ କାରବାର ପଛରେ ସମ୍ପୃକ୍ତ କର୍ମଚାରୀଙ୍କ ସମେତ ଅନ୍ୟ କିଛି ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଉଛି । ଏହାପରେ ଏକାଧିକ ଜମାକାରୀ ଘଟଣାର ନିରପେକ୍ଷ ତଦନ୍ତ, ଟଙ୍କା ଫେରସ୍ତ ସହ ଉଚ୍ଚସ୍ତରୀୟ ତଦନ୍ତ ଲାଗି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ ।

ରାଉତପଡାରେ ଲୁଗା ବୁଣିଲେ ଗ୍ରାମବାସୀଙ୍କ ପରିବାର ଚଳେ । କଷ୍ଟ ଉପାର୍ଜିତ ଧନ ସ୍ଥାନୀୟ ବ୍ୟାଙ୍କରେ ରଖିଥିଲେ ରଖିଥିଲେ ଗ୍ରାମବାସୀ । ତେବେ ଜମାକାରୀଙ୍କ ଦେଢକୋଟି ଟଙ୍କାକୁ କର୍ମଚାରୀ ଆତ୍ମସାତ୍‌ କରିଦେବା ଅଭିଯୋଗ ପରେ କେସିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଅନନ୍ତ ସାମଲ ବ୍ୟାଙ୍କ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିଛନ୍ତି । ସିଇଓଙ୍କ ପ୍ରାଥମିକ ରିପୋର୍ଟକୁ ଆଧାରକରି ଜିଲ୍ଲାପାଳ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଫଳ ଶୂନ । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ଗୁରୁତ୍ବ ଦେଉନଥିବାରୁ ଗ୍ରାମବାସୀ ଏବେ ହାଇକୋର୍ଟରେ ମାମଲା ରୁଜୁ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.