ETV Bharat / state

ମିଶ୍ରିତ କଲେଜରେ ଯୁକ୍ତ ଦୁଇ ପାଠ ପଢା ବାଧାପ୍ରାପ୍ତ, ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରସ୍ତାବ

author img

By

Published : Jul 8, 2023, 4:24 PM IST

ମିଶ୍ରିତ କଲେଜରେ ଯୁକ୍ତ ଦୁଇ ପାଠ ପଢା ବାଧାପ୍ରାପ୍ତ । ଯୁକ୍ତ ଦୁଇର ପରୀକ୍ଷା ଫଳ ଖରାପ ହେଉଛି । ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରସ୍ତାବ। ଅଧିକ ପଢନ୍ତୁ

higher secondary wing of compose
higher secondary wing of compose

ଭୁବନେଶ୍ବର: ମିଶ୍ରିତ କଲେଜରେ ଯୁକ୍ତ ଦୁଇ ପାଠ ପଢା ବାଧାପ୍ରାପ୍ତ। ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଜୟପୁରର ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ନଥିବାରୁ ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ପାଠପଢ଼ା। ଏହି ଦୁଇ କଲେଜରକେ ଯୁକ୍ତ ଦୁଇ ପାଇଁ ସ୍ବତନ୍ତ୍ର ଭାରପ୍ରାପ୍ତ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ନିଯୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଦାବି କରିଛନ୍ତି କଲେଜ କର୍ତ୍ତୃପକ୍ଷ।

ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରସ୍ତାବ

ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ରାଜ୍ୟରେ ୩୩ଟି କମ୍ପୋଜିଟ ବା ମିଶ୍ରିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥିମଧ୍ୟରୁ କିଛି ଶିକ୍ଷାନୁଷ୍ଠାନ ସ୍ନାତକୋତ୍ତର ଏବଂ ଆଉ କିଛି ବିଶ୍ବବିଦ୍ୟାଳୟ ସ୍ତରକୁ ଉନ୍ନୀତ ମଧ୍ୟ ହୋଇଗଲାଣି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ଜଣେ ଅଧ୍ୟକ୍ଷ ରହିଥିବାରୁ ଅନେକ ଗୁଡ଼ାଏ ସମସ୍ୟା ଦେଖିବାକୁ ମିଳୁଛି। ଏପରିକି ଯୁକ୍ତ ଦୁଇର ପରୀକ୍ଷା ଫଳ ମଧ୍ୟ ଖରାପ ହେଉଛି। ବିଶେଷ କରି ଅଧ୍ୟକ୍ଷମାନେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଯୁକ୍ତ ଦୁଇ ଦାୟିତ୍ବ ସଠିକ ଭାବରେ କାର୍ଯ୍ୟ ଭାର ହାତକୁ ନେଇ ପାରୁନାହାନ୍ତି। ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ପାଠପଢ଼ା। ଏହାକୁ ଗୁରୁତ୍ବର ସହ ବିଚାର କରି ଯୁକ୍ତ ଦୁଇ ପାଇଁ ଉପାଧ୍ୟକ୍ଷ ନିଯୁକ୍ତ କରିବାକୁ ବିଭାଗ ନିକଟରେ ଦାବି ହୋଇଛି।

ଦାବି ମୁତାବକ, କଟକର ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଜୟପୁରର ବିକ୍ରମଦେବ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏ ନେଇ ଅବଗତ କରାଯାଇଛି। ଶୈଳବାଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଜଣାଇଛନ୍ତି ଯେ, ମହାବିଦ୍ୟାଳୟର କମ୍ପୋଜିଟ ୱିଙ୍ଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧୫୨ ଆସନ ରହିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କୁ ମିଶାଇ ଏହି ସ୍ବୟଂଶାସିତ ମହାବିଦ୍ୟାଳୟରେ ମୋଟ ଛାତ୍ରୀଙ୍କ ସଂଖ୍ୟା ୩୯୦୦ରୁ ଅଧିକ ହେବ। ଗତବର୍ଷ ମାର୍ଚ୍ଚ ମାସରୁ ସ୍ବୟଂଶାସିତ ମହାବିଦ୍ୟାଳୟ ୱିଙ୍ଗରେ ସମସ୍ତ ଅଧ୍ୟାପକ ନିଯୁକ୍ତ ହେବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୈଖିକ ପରିବେଶ ପ୍ରଭାବିତ ହେବାରେ ଲାଗିଛି।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କ୍ଲାସ ଅତିଥି ଅଧ୍ୟାପକଙ୍କ ଦ୍ବାରା ପରିଚାଳିତ ହେଉଛି। ନିୟମିତ ବା ସ୍ଥାୟୀ ଅଧ୍ୟାପକ ମାସିକ ୧୦୦ଟି କ୍ଲାସ କରୁଥିବାବେଳେ ଅତିଥି ଅଧ୍ୟାପକଙ୍କୁ ସର୍ବାଧିକ ୫୦ଟି କ୍ଲାସ ନେବାକୁ ଅନୁମତି ରହିଛି। ଏଥିଯୋଗୁ ନିକଟରେ ପ୍ରକାଶ ପାଇଥିବା ବାର୍ଷିକ ପରୀକ୍ଷା ଫଳ ଏହି କଲେଜର ସେତେଟା ଉତ୍ସାହଜନକ ହୋଇନି। ଏହା ସହ ଏହି ମହାବିଦ୍ୟାଳୟକୁ ଆସନ୍ତା ଡିସେମ୍ବର ମାସରେ ନାକ ଟିମ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ ପ୍ରସ୍ତୁତି ଲାଗି ଡିଗ୍ରୀ ମହାବିଦ୍ୟାଳୟର ପ୍ରାୟ ସମସ୍ତ ଅଧ୍ୟାପକ ନିୟୋଜିତ ରହିଛନ୍ତି। ଏହି କାରଣରୁ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ପୂର୍ବବର୍ଷ ପରି ଯୁକ୍ତ ଦୁଇ କ୍ଲାସ କରିବା ସମ୍ଭବପର ହେବନି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୨୦୨୩-୨୪ ଶିକ୍ଷାବର୍ଷରୁ ଉପାଧ୍ୟକ୍ଷ କିମ୍ବା ଓଏସଡି ନିଯୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି।

ସେହିପରି ଜୟପୁରର ବିକ୍ରମଦେବ ବିଶ୍ବବିଦ୍ୟାଳୟ କୁଳସଚିବ ଜଣାଇଛନ୍ତି ଯେ, ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳର ଅଧ୍ୟକ୍ଷ ପଦ ଉଚ୍ଛେଦ ହୋଇଛି। ଏହି କଲେଜ ଏକ ବିଶ୍ବବିଦ୍ୟାଳୟକୁ ଉନ୍ନୀତ ହୋଇଛି। ଗତ ଜୁନ ମାସରୁ କଲେଜ ଅଧ୍ୟକ୍ଷଙ୍କୁ ଭାରପ୍ରାପ୍ତ କୁଳସଚିବ ଭାବେ ନିଯୁକ୍ତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଭାବିକ ପରିଚାଳନା ପାଇଁ ଜଣେ ଅଧ୍ୟକ୍ଷ ଏବଂ ଡିଡିଓ ‌ନିଯୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଏହି ଦୁଇଟି ଶିକ୍ଷାନୁଷ୍ଠାନର ପ୍ରସ୍ତାବ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ଘରଠୁ ଦୂରକୁ ଯିବାକୁ ଅମଙ୍ଗ ଛାତ୍ରଛାତ୍ରୀ, ୬୦ ସ୍କୁଲକୁ ଯୁକ୍ତ ଦୁଇକୁ ଉନ୍ନୀତ ପାଇଁ ପ୍ରସ୍ତାବ

ସୂଚନାଯୋଗ୍ୟ, ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରୁ ଯୁକ୍ତ ଦୁଇ ଶ୍ରେଣୀକୁ ଅଲଗା କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। କିନ୍ତୁ ବହୁ ଡିଗ୍ରୀ କଲେଜରେ ବିଭିନ୍ନ ସମସ୍ୟା ପାଇଁ ସେଠାରେ ଏବେ ବି ଯୁକ୍ତ ଦୁଇ ପାଠ ପଢା ଚାଲୁଛି। ଯଦି ଦେଖାଯାଏ ତେବେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଗୋଟିଏ ସ୍ଥାନରେ ଯୁକ୍ତ ଦୁଇ , ଯୁକ୍ତ ତିନି ଓ ପିଜି ପାଠ ପଢା ଚାଲିଥିବା ବେଳେ ଅନେକ ସମସ୍ୟା ଦେଖାଯାଉଛି। ତେବେ ରମାଦେବୀ କଲେଜର ଜଣେ ପ୍ରଫେସର କହିଛନ୍ତି ଯେ, ଯୁକ୍ତ ଦୁଇର ଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଅନେକ ସମସ୍ୟା ଦେଖା ଯାଉଛି। ସେମାନେ ସକାଳ ୭ ଟା ରୁ ୧୦ ଟା ୩୦ ପର୍ଯ୍ୟନ୍ତ କ୍ଲାସ କରୁଛନ୍ତି। ଯେହେତୁ ଯୁକ୍ତ ତିନି ଏବଂ ପିଜି ପିଲାଙ୍କର କ୍ଲାସ ସମୟ ରହିଛି ତେବେ ଯୁକ୍ତ ଦୁଇ ପିଲାଙ୍କର ପାଠ ପଢା ରେ ଅନେକ ସମସ୍ୟା ଦେଖାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.