ETV Bharat / state

ବୋଲଗଡ଼ ବିଡିଓଙ୍କ ବିରୋଧରେ ବଡ ଦୁର୍ନୀତି ଅଭିଯୋଗ - ଧୋବେଇ ନାୟକ ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ

ବୋଲଗଡ଼ ତହସିଲଦାର ଦାୟିତ୍ବରେ ଥିବା ଧୋବେଇ ନାୟକ ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

demand for vigilance investigation against bolagarh bdo incharge of tahsildar
ବୋଲଗଡ଼ ବିଡିଓ ଧୋବେଇ ନାୟକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ଦାବି
author img

By

Published : Oct 14, 2022, 4:04 PM IST

ଖୋର୍ଦ୍ଧା: ଟଙ୍କା ଦେଲେ ସବୁ ଅସମ୍ଭବକୁ ସମ୍ଭବ କରୁଥିଲେ ବୋଲଗଡ଼ର ତତ୍କାଳୀନ ତହସିଲଦାର ଧୋବେଇ ନାୟକ । ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ ଆସିଲା ସାଂଘାତିକ ଅଭିଯୋଗ । ବୋଲଗଡ଼ ବ୍ଲକର ବିଡିଓ ତଥା ପୂର୍ବତନ ତହସିଲଦାର ଏବଂ ସବ୍ ରେଜିଷ୍ଟ୍ରାର ଦାୟିତ୍ବରେ ଥାଇ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ତାଙ୍କ ସମୟରେ ହୋଇଥିବା ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବି ହୋଇଛି ।

ବୋଲଗଡ଼ ବିଡିଓ ଧୋବେଇ ନାୟକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ଦାବି

ଅଭିଯୋଗ ଅନୁସାରେ, କଳ୍ପନାଙ୍କ ଘର ବୋଲଗଡ଼ ବ୍ଲକ ଚୁଡ଼ା ଗ୍ରାମରେ । ତାଙ୍କ ବାପା କୈଳାସ ରାଉତଙ୍କ ନାମରେ ଚୁଡ଼ା ମୌଜାର ଖାତା ନଂ ୭୩୧/୨୦୨, ପ୍ଲଟ୍‌ ନମ୍ବର ୬୩୮/୨୧୧୭ରେ ୦.୦୩୮ ଡିସିମିଲର ଏକ ଜମି ଓ ଖାତା ନଂ ୭୩୧/୨୦୨ ପ୍ଲଟ ନଂ ୧୬୪୮/୨୧୨୧ର ୦.୦୨୧ ଡେସିମଲ ଜମି ରହିଛି । ପିତାଙ୍କ ଦେହାନ୍ତ ପରେ ଭାଇ ବିଭୂ କଲ୍ୟାଣ ରାଉତ ଓ କଳ୍ପନା ରାଉତ ଏହି ଜମିର ଉତ୍ତରାଧିକାରୀ ।

କିନ୍ତୁ ଭାଇ ବିଭୂକଲ୍ୟାଣ ଚଞ୍ଚକତା କରି ଜମିକୁ ନିଜ ନାମରେ ପଞ୍ଜୀକୃତ କରିଥିବା ଅଭିଯୋଗ କରି ଗତ ସେପ୍ଟେମ୍ବର ମାସ ୮ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳ୍ପନା ଧାରଣା ଦେଇଥିଲେ । ଏ ସମ୍ପର୍କିତ ଖବର ଇଟିଭି ଭାରତ ମାଧ୍ୟମରେ ପ୍ରକାଶ କରାଯାଇଥିଲା । ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ଘଟଣାର ତଦନ୍ତ କରି ବୋଲଗଡ଼ ତହସିଲକୁ ବିଭୂକଲ୍ୟାଣଙ୍କ ନାମରେ ହୋଇଥିବା ପଟ୍ଟାକୁ ରଦ୍ଦ କରିବା ସହ ନୂତନ ପଟ୍ଟା ଉଭୟଙ୍କ ନାମରେ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବୋଲଗଡ଼ ତହସିଲଦାର ଦାୟିତ୍ବରେ ଥାଇ ଦୁର୍ନୀତି କରୁଛନ୍ତି ବିଡିଓ, ଭିଜିଲାନ୍ସ ତଦନ୍ତ ଦାବି

ଭାଇ ଦ୍ୱାରା ହଡପ ହୋଇଥିବା ସମ୍ପତି ନିଜ ନାମକୁ ଆସିବା ପରେ ଖୁସିବ୍ୟକ୍ତ କରିଛନ୍ତି କଳ୍ପନା । ତତ୍କାଳୀନ ତହସିଲଦାର ଓ ଉପନିବନ୍ଧକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ସେହିପରି ବର୍ତ୍ତମାନର ବୋଲଗଡ଼ ବିଡ଼ିଓ ଧୋବେଇ ନାୟକ ବୋଲଗଡ଼ ତହସିଲଦାର ଓ ସବରେଜିଷ୍ଟାର ଦାୟିତ୍ୱରେ ଥିବା ସମୟରେ ବ୍ୟାପକ ଦୁର୍ନୀତି ଘଟିଥିବା ନେଇ ସ୍ଥାନୀୟ ଆଇନଜୀବୀ ଅଭିଯୋଗ କହିଛନ୍ତି । ସେ କହିଛନ୍ତି, "ଧୋବେଇ ନାୟକ ତହସିଲଦାର ଦାୟିତ୍ବରେ ଥିବା ସମୟରେ କୋଟିକୋଟି ଟଙ୍କାର ଦୁର୍ନିତୀ କରିଛନ୍ତି । ୧୭୦୦ ପଟ୍ଟା ସାବକ ପ୍ଲଟକୁ ହାଲ ପ୍ଲଟ କରିଛନ୍ତି ।

ଯେଉଁ ଜମିପଟ୍ଟା ନେଇ ମାମଲା ଗୁଡ଼ିକ କୋର୍ଟରେ ବିଚାରଧିନ ଅଛି, ସେଗୁଡିକ ମଧ୍ୟ ଟଙ୍କା ନେଇ ଅନ୍ୟ ଜଣଙ୍କ ନାମରେ କରିଦେଇଛନ୍ତି ।" ଏନେଇ ଜିଲ୍ଲାପାଳଙ୍କୁ ଭେଟି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି । ତହସିଲ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଦୁର୍ନୀତିରେ ସମ୍ପୃକ୍ତ ରହିଥିବା କହିଛନ୍ତି । ତେଣୁ ଏହି ଘଟଣାକୁ ଭିଜିଲାନ୍ସର ତଦନ୍ତ ପରିସର ମଧ୍ୟକୁ ଆଣି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.