ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ 16 ନଂ ଜାତୀୟ ରାଜପଥରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଦାବି କଲା ଖୋର୍ଦ୍ଧା ନାଗରିକ ମଞ୍ଚ । ଏହାସହ ଏଠାରେ ନିର୍ମାଣ ହେଉଥିବା ଅଣ୍ଡର ପାସକୁ ବିରୋଧ କରି କରି ନିର୍ମାଣ କରୁଥିବା ଠିକା ସଂସ୍ଥାର କାମକୁ ବନ୍ଦ କରିଛି ନାଗରିକ ମଞ୍ଚ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଛକର ଉଭୟ ପାର୍ଶ୍ୱରେ ବିଭିନ୍ନ ସରକାରୀ ଦପ୍ତର ରହିଥିବାରୁ ଏଠାରେ ଅଣ୍ଡର ପାସ ହେଲେ ଅନେକ ସମସ୍ୟା ଉପୁଜିପାରେ ବୋଲି ନାଗରିକ ମଞ୍ଚ ପ୍ରକାଶ କରିଛି । ସେହିପରି ଓଭରବ୍ରିଜ ହେଲେ ସ୍ଥାନୀୟ ବାସିନ୍ଦା ଉପକୃତ ହେବେ ବୋଲି କହିଛି ମଞ୍ଚ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ