ETV Bharat / state

ରାତି ଅଧିଆ ଛାତ୍ରୀଙ୍କୁ ମେସେଜ କରୁଛନ୍ତି କଲେଜ ଅଧ୍ୟାପକ - ଘରୋଇ କଲେଜର ଅଧ୍ୟାପକ

ଭୁବନେଶ୍ବରର ଏକ ଘରୋଇ କଲେଜର ଅଧ୍ୟାପକ ଛାତ୍ରୀଙ୍କୁ ରାତି ଅଧରେ ମେସେଜ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ରାତି ଅଧିଆ ଛାତ୍ରୀଙ୍କୁ ମେସେଜ କରୁଛନ୍ତି କଲେଜ ଅଧ୍ୟାପକ

author img

By

Published : Nov 6, 2022, 11:33 AM IST

ଭୁବନେଶ୍ବର: ଛାତ୍ରୀଙ୍କୁ ରାତିଅଧିଆ ମେସେଜ ଛାତ୍ରୀଙ୍କୁ ମେସେଜ କରୁଛନ୍ତି ଅଧ୍ୟାପକ । କଲେଜର ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କଲେ ଛାତ୍ରୀ । ରାଜଧାନୀର ଏକ ପ୍ରତିଷ୍ଠିତ ବିଜ୍ଞାନ କଲେଜର ଜଣେ ଅଧ୍ୟାପକ ପ୍ରାଣୀ ବିଜ୍ଞାନର ଶେଷ ବର୍ଷର ଛାତ୍ରୀଙ୍କୁ ମେସେଜ କରି ଏବେ ଅଡୁଆରେ । କଲେଜର ଅଧ୍ୟାପକ ଛାତ୍ରୀଙ୍କୁ ରାତି ଅଧରେ ମେସେଜ କରିଥିବା କିଛି ଛାତ୍ରୀ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଲେଜର ନିର୍ଦ୍ଦେଶକ । ଏଥିସହ ଓୟୁଏଟି ଭିସି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ନିର୍ଦ୍ଦେଶକ ।

ରାତି ଅଧିଆ ଛାତ୍ରୀଙ୍କୁ ମେସେଜ କରୁଛନ୍ତି କଲେଜ ଅଧ୍ୟାପକ

ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ରାଷ୍ଟ୍ରପତି, ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଛାତ୍ରୀ ଜଣଙ୍କ ରାତି ଅଧରେ ଅଧ୍ୟାପକଙ୍କ ମେସେଜ ପାଇବା ପରେ ଏହି ଘଟଣାକୁ ନେଇ ଛାତ୍ରୀ ଜଣଙ୍କ କଲେଜର ନିର୍ଦ୍ଦେଶକଙ୍କୁ ଜଣାଇଥିଲେ । ତେବେ ଅଭିଯୋଗ ପାଇ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରିଥିଲେ କଲେଜ ନିର୍ଦ୍ଦେଶକ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର । ଏହାପରେ କମିଟିରେ ମେସେଜ କରିଥିବା ଅଧ୍ୟାପକ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି ରିପୋର୍ଟ କଲେଜ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯାଇଛି । ରିପୋର୍ଟରେ ଅଧ୍ୟାପକ ଲେଟ ନାଇଟରେ ମେସେଜ କରିଥିବା ପ୍ରମାଣ ପାଇଛି କମିଟି ।

ତଦନ୍ତ କମିଟି ରିପୋର୍ଟକୁ ଓୟୁଏଟି ଭିସିଙ୍କୁ ଦେଇଛନ୍ତି କଲେଜ ନିର୍ଦ୍ଦେଶକ । ଜଣେ ଅଧ୍ୟାପକଙ୍କ ଠାରୁ ଏଭଳି ମେସେଜ ଆଶା କରାଯାଏ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ । ତେବେ ଏହି ଘଟଣାରେ ଭିସି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.