ETV Bharat / state

ବିଜେଡି ନେତାଙ୍କ ଇଙ୍ଗିତ, ଦୀପାଳି ହିଁ ହେବେ ବିଜେଡି ପ୍ରାର୍ଥୀ ! - ଝାରସୁଗୁଡା ବିଜେଡି ପ୍ରାର୍ଥୀ କିଏ

ଝାରସୁଗୁଡା ବିଜେଡି ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି । ଏହାକୁ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବିଜେଡି ସୁପ୍ରିମୋ ପ୍ରାର୍ଥୀ ଚୟନ କରିବେ । ସିଏ ଯାହାକୁ ମୋହର ମାରିବେ ସେ ହିଁ ପ୍ରାର୍ଥୀ ହେବ ବୋଲି କହିଛନ୍ତି ଦେବୀ ମିଶ୍ର । ଅଧିକ ପଢନ୍ତୁ

ବିଜେଡି ନେତାଙ୍କ ଇଙ୍ଗିତ, ଦୀପାଳି ହିଁ ହେବେ ବିଜେଡି ପ୍ରାର୍ଥୀ !

author img

By

Published : Mar 30, 2023, 10:26 PM IST

ବିଜେଡି ନେତାଙ୍କ ଇଙ୍ଗିତ, ଦୀପାଳି ହିଁ ହେବେ ବିଜେଡି ପ୍ରାର୍ଥୀ !

ଝାରସୁଗୁଡା: ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ନବଦାସଙ୍କ ପରିବାରରୁ ବିଜେଡି ପ୍ରାର୍ଥୀ ଚୟନ କରିବ ବୋଲି ଏକପ୍ରକାର ସ୍ଥିର ହୋଇଛି । ତେବେ ନବଙ୍କ ଝିଅ ଦୀପାଳି ଦାସ ହିଁ ପ୍ରାର୍ଥୀ ହେବେ, ସେ ନେଇ ଇଙ୍ଗିତ ଦେଲେଣି ବିଜେଡି ନେତା ।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ବିଜେଡି ସୁପ୍ରିମୋ ପ୍ରାର୍ଥୀ ଚୟନ କରିବେ । ସିଏ ଯାହାକୁ ମୋହର ମାରିବେ ସେ ହିଁ ପ୍ରାର୍ଥୀ । ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ବହୁ ଆକ୍ଟିଭ । ସେ ଯୁବ ମହିଳା ଭାବେ ଜନ ଜୀବନରେ ଆସିବାକୁ ଆଗ୍ରହୀ । ତାଙ୍କ ବାପା ଜୀବିତ ଥିବା ସମୟରେ କହିଥିଲେ । ବାପାଙ୍କ ତତ୍ୱାବଧାନରେ ଦୀପାଳି ଅନେକ କାର୍ଯ୍ୟ କରିଛନ୍ତି । ଦୀପାଳି ପଦ୍ମପୁର, ବ୍ରଜରାଜନଗର ଉପନିର୍ବାଚନରେ କାର୍ଯ୍ୟ କରିଛନ୍ତି । ସଫଳତାର ସହ ବିଭିନ୍ନ ପ୍ରଚାର କାର୍ଯ୍ୟ ସେ କରିଛନ୍ତି । ଆଗ୍ରେସିଭ ଓ ପୋଲାଇଟଲି ସେ ଲୋକଙ୍କ ପାଖକୁ ଯାଆନ୍ତି । ତାଙ୍କର ଆଶା ରହିବା ସ୍ୱାଭାବିକ । ଝାରସୁଗୁଡାର ବିକାଶ ଲାଗି ନବକିଶୋର ଦାସ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ଦେଖାଇଛନ୍ତି ।"

ପଶ୍ଚିମ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ନବ ଆଗଭର ଥିଲେ । ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମ ସବୁଥିରେ ସେ ଆଗରେ ଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଠିକଣା ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ସେ ବଳିଷ୍ଠ ଭୂମିକା ନେଇଥିଲେ । ତାଙ୍କର ଦୁଃଖଦ ହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ତଦନ୍ତ ସରିନାହିଁ । ଅନେକ କଥା କାହାଣୀରେ କହିଲେ ହୁଏନାହିଁ । ଅଭିଯୋଗର ପ୍ରମାଣ ଦେବାକୁ ପଡିବ । ଯଦି ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି, କୋର୍ଟରେ ଅଭିଯୋଗ କରିହେବ । ଯଦି ଉଦେଶ୍ୟମୂଳକ ଭାବେ ଅଭିଯୋଗ କଲେ ଜଣାପଡିବ କି ଏହା ରାଜନୈତିକ ଫାଇଦା ପାଇଁ କରାଯାଉଛି । ଯଦି ନିର୍ବାଚନରେ କେବଳ ନବ ହତ୍ୟା କଥା କହି ବୁଲିବେ, ତାହା ରାଜନୈତିକ ଡିଜାଇନ ବୋଲି ଧରିନେବା । ଲୋକମାନେ ମନ ସ୍ଥିର କରିସାରିଛନ୍ତି ବୋଲି ଆମେ ଫିଡ଼ବ୍ୟାକ ପାଉଛୁ ବୋଲି କହିଛନ୍ତି ଦେବୀ ମିଶ୍ର ।

ନବୀନ ବାବୁଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳକୁ ଲୋକେ ସମର୍ଥନ ଦେବେ । ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବେ । କାହିଁକିନା ଓଡିଶା ବିକାଶ ଧାରାରେ ଯାଉଛି । ଭୁବନେଶ୍ୱର ପରେ ଝାରସୁଗୁଡାରେ ଦ୍ଵିତୀୟ ବୃହତ ବିମାନବନ୍ଦର ହୋଇଛି । ଏୟାରପୋର୍ଟ ଲାଗି 300 ଏକର ଜମି ଦିଆଗଲା । ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଝାରସୁଗୁଡାରେ ଡାଉନ ଷ୍ଟିମ୍‌ ଶିଳ୍ପ ଲାଗି ବ୍ୟବସ୍ଥା କରାଯାଉଛି । ବିଜୁ ଜନତା ଦଳର ସ୍ରଷ୍ଟା ବିଜୁ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲାକୁ ସୃଷ୍ଟି କରିଛନ୍ତି । ସ୍ୱାଭାବିକ ଭାବେ ନବୀନ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିଛି । ବିକାଶର ଆଭିମୁଖ୍ୟକୁ ଲୋକେ ସମର୍ଥନ କରୁଛନ୍ତି । ତେଣୁ ଆମେ ଆଶାବାଦୀ ଝାରସୁଗୁଡାରେ ବିଜେଡିର ବିପୁଳ ବିଜୟ ହେବ ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.