ETV Bharat / state

ଭୁବନେଶ୍ବରରେ ପହଞ୍ଚିଲେ ଦୀପାଳି, ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ଝାରସୁଗୁଡ଼ା ବିଜୟ ପରେ ଭୁବନେଶ୍ବରରେ ପହଞ୍ଚିଲେ ଦୀପାଳି ଦାସ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ତଥା ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡ଼ା ବିଧାୟିକା ଭାବରେ ସେ ଆସନ୍ତାକାଲି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ

author img

By

Published : May 14, 2023, 5:06 PM IST

ଭୁବନେଶ୍ବରରେ ପହଞ୍ଚିଲେ ଦୀପାଳି
ଭୁବନେଶ୍ବରରେ ପହଞ୍ଚିଲେ ଦୀପାଳି
ଭୁବନେଶ୍ବରରେ ପହଞ୍ଚିଲେ ଦୀପାଳି

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ । ଗତକାଲି ଝାରସୁଗୁଡ଼ା ଉପନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବ୍ୟବଧାନରେ ହରାଇଛନ୍ତି ଦୀପାଳି ଦାସ । ଏତେ ପରିମାଣର ଭୋଟ ବ୍ୟବଧାନରେ ବିଜୟ ହାସଲ କରି ଦୀପାଳି ତାଙ୍କ ବାପା ନବ ଦାସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ତେବେ ଗତକାଲି ତାଙ୍କର ବିଜୟ ପରେ ଭୁବନେଶ୍ବର ବିଜେଡି ମୁଖ୍ୟାଳୟରେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେସନ କରିଥିଲେ ଦଳୀୟ ନେତା ଓ କର୍ମୀ । ଏହାପରେ ଆଜି ସେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ଦୀପାଳି କହିଛନ୍ତି, "ଝାରସୁଗୁଡ଼ାବାସୀଙ୍କ ଆଶୀର୍ବାଦ ମୋ ବିଜୟ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଭେଟିବି । ପରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡାର ନୂତନ ପରିଚୟ ସୃଷ୍ଟି କରିବି । ଝାରସୁଗୁଡାରେ ଯେଉଁ ବିପୁଳ ବିଜୟ ଦେଇଛି ତାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୋ ବାପା ନବ ଦାସ ଏବଂ ଝାରସୁଗୁଡାବାସୀଙ୍କୁ ଯିବ ।" ତେବେ ଝାରସୁଗୁଡାର ବିକାଶ, ମୋ ବାପାଙ୍କ ଅଧୁରା ସ୍ବପ୍ନକୁ ପୁରା କରିବା ମୋ ପାଇଁ ପ୍ରାଥମିକତା ବୋଲି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କହିଛନ୍ତି ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ।

ତେବେକାଲି ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ସେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ାର ନୂତନ ବିଧାୟିକା ଦୀପାଳି ଦାସ । ଏଠାରେ ସେ ଦଳର ପୁରୁଖା ନେତା ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ ସନ୍ଧ୍ୟାରେ ଦୀପାଳି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆସନ୍ତାକାଲି ସେ ଝାରସୁଗୁଡ଼ାର ବିଧାୟିକା ଭାବରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଦୀପାଳି ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ତାଙ୍କ ବାପା ତଥା ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କଠାରୁ ଅଧୁକ ଭୋଟ ପାଇ ସେ ରେକର୍ଡ ସୃଷ୍ଟି କରିଛନ୍ତି । ବାପାଙ୍କ ଭଳି ଭୋଟ ଆଣିବାକୁ ଆଶାବାଦୀ ଥିଲି ବୋଲି ସେ କହିଥିଲେ । ଝାରସୁଗୁଡ଼ାବାସୀଙ୍କ ସମର୍ଥନ, ଆଶୀର୍ବାଦ ଓ ନବ ଦାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲପାଇବା ମୋତେ ବିଜୟୀ କରିଛି ବୋଲି ସେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.