ETV Bharat / state

ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ବଡ ବାତ୍ୟା, ଓଡିଶାରେ ପଡିବନି ପ୍ରଭାବ: IMD

author img

By ETV Bharat Odisha Team

Published : Oct 23, 2023, 4:23 PM IST

୬ ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ। ଆସନ୍ତାକାଲିଠାରୁ ପବନର ବେଗ ବଢିବ । ବିଶେଷ କରି ବାତ୍ୟାର ପ୍ରଭାବ ଓଡିଶା ଉପରେ ନଥିବା ଆକଳନ କରାଯାଇଛି । ଅଧିକ ପଢନ୍ତୁ

deep depression over bay of bengal
ବାତ୍ୟାର ରୂପ ନେବ ଗଭୀର ଅବପାତ
ବାତ୍ୟାର ରୂପ ନେବ ଗଭୀର ଅବପାତ

ଭୁବନେଶ୍ବର: ଆସନ୍ତା ୬ ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ। ଏହି ଅବପାତ ଉତ୍ତର ପୂର୍ବ ଦିଗରେ ପାଖାପାଖି ୧୩ କିଲୋମିଟର ବେଗରେ ଅଗ୍ରସର ହେଉଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ବର୍ତ୍ତମାନ ଏହା ୩୬୦ କିଲୋମିଟର ଦୂରରେ ଦକ୍ଷିଣରେ ପାରାଦ୍ବୀପ ଠାରୁ ଓ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ପଶ୍ଚିମବଙ୍ଗର ଦୀଘାଠାରୁ ୫୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟାରେ ପରିଣତ ହେବ ପରେ ବାଂଲାଦେଶରେ ୨୫ ତାରିଖ ସନ୍ଧ୍ୟାବେଳେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ପବନର ବେଗ ବୃଦ୍ଧି ପାଇବ । ଆଜି ୪୦ ରୁ ୫୦ ତଥା ସର୍ବାଧିକ ୬୦ କିଲୋମିଟର ଯାଏଁ ପବନ ବହିବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ପବନର ବେଗ ବଢି ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ । ବିଶେଷ କରି ବାତ୍ୟାର ପ୍ରଭାବ ଓଡିଶା ଉପରେ ନଥିବା ଆକଳନ କରାଯାଇଛି ।

ଏହାକୁ ନେଇ ୨୩ ରୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହାସହ ପୋର୍ଟ ଗୁଡିକୁ ୩ ନମ୍ବର ସଂକେତ ଜାରି କରାଯଇଛି । ଅନ୍ୟପଟେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ରାଜ୍ୟରେ ହାଲୁକରୁ ମଧ୍ୟ ଧରଣର ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗତକାଲି ଠାରୁ ଉପକୂଳରେ ଝିପି ଝିପି ବର୍ଷ ଜାରି ରହିଛି। ବିଶେଷ କରି ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ପୁରୀ ଏହି ୪ ଜିଲ୍ଲାରେ ବୃଷ୍ଟିପାତର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରୁଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ ଏହି ୩ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ...ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟା ମଧ୍ୟରେ ନେବ ସୁଦୃଶ୍ୟ ଲଘୁଚାପର ରୂପ

ସେହିପରି ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏହି ୪ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅବଶିଷ୍ଟ ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା 2ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୨୫ ତାରିଖ ଯାଏଁ ପ୍ରଭାବ ରହିବା ସହ ସ୍ଥଳଭାଗ ବାତ୍ୟା ଛୁଇଁବା ପରେ ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ । ସେହିପରି ୨୭ ତାରିଖ ପରଠାରୁ ପୁଣି ଥରେ ପାଗ ଶୁଖିଲା ହେବ। ବିଶେଷ କରି ସମ୍ଭାବ୍ୟ ବାତ୍ୟା ଓଡିଶାରୁ ଯଥେଷ୍ଟ ଦୂରରେ ରହୁଥିବାରୁ ଓଡ଼ିଶାରେ ବାତ୍ୟା ଭୟ ନାହିଁ ବୋଲି କହିଛି ପାଣିପାଗ ବିଭାଗ । କେବଳ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ବର୍ଷା ସହ ପବନର ସମ୍ଭାବନା ଥିବାରୁ କେବଳ ସମୁଦ୍ର ମଧ୍ୟରେ ଏହାର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.