ETV Bharat / state

ଆସିଲାନି ସରକାରୀ ଆମ୍ବୁଲାନ୍ସ: ବାଇକରେ ବୁହା ହେଲା ମୃତଦେହ

author img

By

Published : Oct 27, 2021, 8:49 PM IST

ମୃତଦେହକୁ ମିଳିଲାନି ସମ୍ମାନ । ଶେଷରେ ଅନ୍ତିମ ଯାତ୍ରାର ସାହାରା ପାଲଟିଲା ମଟର ସାଇକେଲ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

ବାଇକରେ ବୁହାହେଲା ମୃତଦେହ: ଭିଡ଼ିଓ ଭାଇରଲ
ବାଇକରେ ବୁହାହେଲା ମୃତଦେହ: ଭିଡ଼ିଓ ଭାଇରଲ

ଖୋର୍ଦ୍ଧା: ମୃତଦେହକୁ ମିଳିଲାନି ସମ୍ମାନ । ଶେଷରେ ଅନ୍ତିମ ଯାତ୍ରାର ସାହାରା ପାଲଟିଲା ମଟର ସାଇକେଲ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁଯାୟୀ ବାଙ୍କୀ ଢ଼ଂସର ଅଞ୍ଚଳର ଅଜୟ ଲେଙ୍କାଙ୍କୁ ଭୀଷଣ ଜ୍ବର ହେବାରୁ ପରିବାର ଲୋକେ ତାଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ବାଇକରେ ବୁହାହେଲା ମୃତଦେହ: ଭିଡ଼ିଓ ଭାଇରଲ

ତେବେ ପରିବାର ଲୋକ ଅଜୟଙ୍କ ମୃତ ଶରୀରକୁ ଘରକୁ ନେବା ପାଇଁ ସରକାରୀ ଆମ୍ବୁଲାନ୍ସ ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ ନିରାଶ ହେବାପରେ ବାଧ୍ୟ ହୋଇ ମୃତ ଶରୀରକୁ ବାଇକରେ ଗାଁକୁ ଆଣିଥିଲେ । ଯାହା ସରକାରଙ୍କ ମାଳ ମାଳ ଯୋଜନାକୁ ପଦାରେ ପକାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.