ETV Bharat / state

ଦଶପଲ୍ଲାକୁ ଗଡିଲା ଟ୍ରେନ, ଖୁବ ଶୀଘ୍ର ବୌଦ୍ଧକୁ ସଂଯୋଗ ହେବ ରେଳ ଲାଇନ - ଦଶପଲ୍ଲାକୁ ଗଡିଲା ଟ୍ରେନ

Daspalla railway station: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦଶପଲ୍ଲା ଷ୍ଟେସନକୁ ଆଜି ଉଦଘାଟନ କରିବା ସହ ଏଠାରୁ ରେଳ ଚଳାଚଳ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଆଗାମୀ ୨ ରୁ ୩ ମାସ ଭିତରେ ବୌଦ୍ଧକୁ ରେଳ ଲାଇନ ସଂଯୋଗ ହେବା ନେଇ ଦେଲେ ସୂଚନା । ଅଧିକା ପଢନ୍ତୁ

ଦଶପଲ୍ଲାକୁ ଗଡିଲା ଟ୍ରେନ
Daspalla railway station
author img

By ETV Bharat Odisha Team

Published : Jan 6, 2024, 8:40 PM IST

Daspalla railway station

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦଶପଲ୍ଲାକୁ ଗଡିଲା ଟ୍ରେନ । ରେଲମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦଶପଲ୍ଲା ଷ୍ଟେସନକୁ ଆଜି ଉଦଘାଟନ କରିବା ସହ ଏଠାରୁ ରେଳ ଚଳାଚଳ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ତେବେ ଖୋର୍ଦ୍ଧା- ବଲାଙ୍ଗୀରର ରେଳ ଲାଇନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଆଗାମୀ ୨ ରୁ ୩ ମାସ ଭିତରେ ବୌଦ୍ଧକୁ ରେଳ ଲାଇନ ସଂଯୋଗ ହେବା ନେଇ ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ଉଦଘାଟନ ପୂର୍ବରୁ ଖୋର୍ଦ୍ଧା ରୋଡ- ବଲଙ୍ଗୀର ରେଳ ଲାଇନ ପ୍ରକଳ୍ପର ଖୋର୍ଦ୍ଧା ରୋଡ- ଦଶପଲ୍ଲା ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି ପୂର୍ବତଟ ରେଳ ମହାପ୍ରବନ୍ଧକ। ଚାଲୁ ରହିଥିବା ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ସହିତ ନିରାପତ୍ତା ଏବଂ ଯାତ୍ରୀ ସୁବିଧା ଗୁଡିକର ସମୀକ୍ଷା ମଧ୍ୟ କରିଛନ୍ତି। ଖୋର୍ଦ୍ଧା ରୋଡ୍- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୋଟ 152.8 କିଲୋମିଟର କାର୍ଯ୍ୟ ସମାପ୍ତ ହୋଇଛି । ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ 47 କି.ମି. ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ସରିଛି । 2024 ରେ ସୋନପୁରରୁ ପୁରୁଣା କଟକ ପର୍ଯ୍ୟନ୍ତ 73 କିଲୋମିଟର ରେଳ ଲାଇନ ମଧ୍ୟ ସଂପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ଧାର୍ଯ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ- କେନ୍ଦ୍ରାପଡ଼ାକୁ କେବେ ଗଡ଼ିବ ଯାତ୍ରୀବାହୀ ଟ୍ରେନ ? ଆଶା ଓ ଆଶଙ୍କାରେ ଜିଲ୍ଲାବାସୀ

ଏହା ମଧ୍ୟ ପଢନ୍ତୁ- ଭୁବନେଶ୍ୱରରେ ଗଡିଲା ଅମୃତ ଭାରତ ଏକ୍ସପ୍ରେସ

ଏପଟେ ବଲାଙ୍ଗୀର ରେଳ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଖୋର୍ଦ୍ଧା ରୁ ଦଶପଲ୍ଲା ରେଳ ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟ ସରିଛି। ବଲାଙ୍ଗୀର ପକ୍ଷରୁ ସୋନପୁର ଜିଲ୍ଲାରେ ଥିବା ଝାଡ଼ତରବା ରେଳ ଷ୍ଟେସନ ପର୍ଯ୍ୟନ୍ତ କାମ ସରିଛି। ଆଗାମୀ ଦୁଇ ଦିନ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲା ମଧ୍ୟ ସଂଯୋଗ ହୋଇଯିବ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ତେବେ ରେଳଚଳାଚଳ କାର୍ଯ୍ୟର ଶୁଭାରମ୍ଭ ପରେ ମନ୍ତ୍ରୀ କଣ୍ଟିଲୋ ଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେହିପରି ଜାନୁଆରୀ 7 ତାରିଖ ଦିନ ଆଠଗଡ଼, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.