ETV Bharat / state

ବିଜେଡିକୁ ଫେରିଲେ ଦାମୋଦର, ମୁଖ୍ୟମନ୍ତ୍ରୀ ନବୀନ ହଟାଇଲେ ବହିଷ୍କାର - ବିଜୁ ଜନତା ଦଳ

Damodar Rout's Expulsion revoked by BJD: ପୁ୍‌ଣି ବିଜେଡିକୁ ଫେରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ଦାମୋଦରଙ୍କ ଉପରୁ ବହିଷ୍କାର ହଟାଇଛନ୍ତି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ,

ବିଜେଡିକୁ ଫେରିଲେ ଦାମୋଦର, ହଟିଲା ବହିଷ୍କାର
ବିଜେଡିକୁ ଫେରିଲେ ଦାମୋଦର, ହଟିଲା ବହିଷ୍କାର
author img

By ETV Bharat Odisha Team

Published : Jan 1, 2024, 12:40 PM IST

Updated : Jan 1, 2024, 1:10 PM IST

ବିଜେଡିକୁ ଫେରିଲେ ଦାମୋଦର, ମୁଖ୍ୟମନ୍ତ୍ରୀ ନବୀନ ହଟାଇଲେ ବହିଷ୍କାର

ଭୁବନେଶ୍ବର: ନୂଆବର୍ଷରେ ଓଡ଼ିଶା ରାଜନୀତିରେ ନୂଆ ଖବର । ପୁ୍‌ଣି ବିଜେଡିକୁ ଫେରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ଦାମୋଦରଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ନେଇଛି ବିଜୁ ଜନତା ଦଳ । ବର୍ତ୍ତମାନ ପୁଣି ଥରେ ବିଜେଡିର ପ୍ରାଥମିକ ସଦସ୍ୟ ହୋଇଛନ୍ତି ଦାମୋଦର ରାଉତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦାମୋଦରଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ଦେଇଛନ୍ତି । ଏ ନେଇ ଦଳ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ 2018ରେ ବିଜେଡିରୁ ବହିଷ୍କାର ହୋଇଥିଲେ ଦାମୋଦର ।

୨୦୧୮ ମସିହାରେ ଦାମଦୋର ରାଉତଙ୍କୁ ଦଳରୁ ବହିଷ୍କୃତ କରିଥିଲେ ନବୀନ । ଓମଫେଡରେ ୩୦ କୋଟି ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମୋଦର ରାଉତ ସରକାରକୁ ସେତେବେଳେ ଅଡ଼ୁଆରେ ପକାଇଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଚାରା ରୋପଣରେ ୧୦୦ କୋଟି ଟଙ୍କା ଠକେଇ ହୋଇଥିବା ସେ ଅଭିଯୋଗ କରିଥିଲେ । ଏପରିକି ସେ ବାରମ୍ବାର କିଛି ପ୍ରଭାବଶାଳୀ ଅମଲା ଏବଂ ଦଳର କିଛି ଯୁବ ନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ପରେ ଦଳର ସୁପ୍ରିମୋ ସେପ୍ଟେମ୍ବର ୨୦୧୮ ସେପ୍ଟେମ୍ବର ୧୨ରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ।

ଆଗକୁ ରହିଛି ସାଧାରଣ ନିର୍ବାଚନ । ପାରାଦୀପରେ ଦାମ ଜଣେ ଟାଣୁଆ ନେତା ଭାବେ ପରିଚିତ । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଦାମ ବିଜେପିରେ ସାମିଲ ହୋଇଥିଲେ । ବିଜେପିର ପ୍ରଚର କମିଟି ଅଧ୍ୟକ୍ଷ ହେବା ସହ ବିଜେପିରୁ ପ୍ରାର୍ଥୀ ହୋଇ ସେ ହାରିଯାଇଥିଲେ । ତାଙ୍କୁ ବିଜେପିରୁ ବିଜେଡିକୁ ଆସିଥିବା ରଘୁନନ୍ଦନ ଦାସ ହରାଇଥିଲେ । ଏହା ପରେ ଦାମଦୋର ବିଜେପିରୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କର ଅନେକ ବୟାନ ଶାସକ ଦଳକୁ ସମର୍ଥନ କରିଲା ଭଳି ରହୁଥିଲା । ସେହିପରି ତାଙ୍କ ପୁଅ ବିଜେଡି ଟିକେଟରେ ବିଜେଡିରୁ ପାରାଦ୍ବୀପ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଧାୟକ ଅଛନ୍ତି ।

ସାତ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଶେଷରେ ବିଜେଡିକୁ ଫେରିଛନ୍ତି । ୨୦୧୭ରେ ଦାମୋଦର ମାଲକାନାଗିରିରେ ବ୍ରାହ୍ମଣ ସଂପ୍ରଦାୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବା ସହ ବିଜେଡି ଉପସଭାପତି ପଦରୁ ମଧ୍ୟ ହଟାଯାଇଥିଲା । ଡାକ୍ତର ଦାମୋଦର ରାଉତଙ୍କୁ ୨୦୧୮ରେ ବିଜେଡିରୁ ବହିଷ୍କାର ହେବା ପରେ, ବିଜେପି କ୍ୟାମ୍ପକୁ ଡେଇଁଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ଦାମୋଦର ଜଗତସିଂହପୁର ଜିଲ୍ଲାର ବିଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ଲଢ଼ିଥିଲେ । ମାତ୍ର ଦାମୋଦର ୨୦୧୯ ନିର୍ବାଚନରେ ପରାସ୍ତ ହୋଇଥିଲେ । ନିର୍ବାଚନରେ ପରାଜୟ ପରେ, ବିଜେପିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିଠାରୁ ଦୂରେଇ ରହିଥିଲେ ।

ଏବେ ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ବିଜେଡି ଗୋଟିଏ ବଡ ଗୋଟି ଚଳାଇଥିବା କୁହାଯାଉଛି । ଦାମ ରାଉତ ରାଜ୍ୟର ଅନ୍ୟତମ ଅଭିଜ୍ଞ ରାଜନେତା ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ସେ ତତକାଳୀନ ରାଜନେତା ବିଜୁ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଡାକ୍ତର ଚାକିରି ପଦ ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 1, 2024, 1:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.