ETV Bharat / state

ଓଡ଼ିଶାର ସୁପରଷ୍ଟାର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ: ବାବୁସାନ

author img

By

Published : Feb 4, 2023, 8:22 PM IST

ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ଦମନର ହିନ୍ଦି ରୂପାନ୍ତର ମୁକ୍ତିଲାଭ କରିବା ପରେ ମୁମ୍ବାଇ ପିଭିଆର୍ ହଲ୍‌ରେ ଏହାର ବିଶାଳ ପ୍ରିମିୟର ଶୋ ଅନୁଷ୍ଠିତ ହୋଇଥିଲା । ଏହାପରେ ଓଡ଼ିଶା ଫେରିଛନ୍ତି ଦମନ ଚଳଚ୍ଚିତ୍ରର ପୁରା ଟିମ । ଓଡ଼ିଆ ପରେ ଏହା ହିନ୍ଦିରେ ମଧ୍ୟ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଏହି ଚଳଚ୍ଚିତ୍ରରେ କାମ କରିଥିବା ସମସ୍ତ କଳାକାର । ତେବେ ଓଡ଼ିଶାର ସୁପରଷ୍ଟାର ମୁଁ ନୁହେଁ, ବରଂ ଜଗନ୍ନାଥ ଓଡ଼ିଶାର ସୁପରଷ୍ଟାର ବୋଲି କହିଛନ୍ତି ଅଭିନେତା ବାବୁସାନ ମହାନ୍ତି । ଅଧିକ ପଢ଼ନ୍ତୁ

ଓଡ଼ିଶା ଫେରିଲେ ଦମନ ଚଳଚ୍ଚିତ୍ରର ଟିମ
ଓଡ଼ିଶା ଫେରିଲେ ଦମନ ଚଳଚ୍ଚିତ୍ରର ଟିମ
ଓଡ଼ିଶା ଫେରିଲେ ଦମନ ଚଳଚ୍ଚିତ୍ରର ଟିମ

ଭୁବନେଶ୍ବର: ସାରା ଦେଶରେ ଗତକାଲି (ଶୁକ୍ରବାର) ରିଲିଜ ହୋଇଛି ‘ଦମନ’ ଚଳଚ୍ଚତ୍ରର ହିନ୍ଦି ରୂପାନ୍ତର ବା ଡବିଂ । ୫ ଶହ ସିନେମା ହଲ୍‌ରେ ଦମନ ଚଳଚ୍ଚତ୍ରର ହିନ୍ଦି ରୂପାନ୍ତର ମୁକ୍ତିଲାଭ କରିଥିବାବେଳେ ଆଜି ସିନେମା କାର୍ଯ୍ୟରେ ଥିବା ଦମନ ଚଳଚ୍ଚିତ୍ରର ପୁରା ଟିମ ଓଡିଶା ଫେରିଛନ୍ତି । ଏମାନେ ମୁମ୍ବାଇ ଗସ୍ତରେ ଥିବାବେଳେ ମୁମ୍ବାଇ ପିଭିଆର୍ ହଲ୍‌ରେ ଏହାର ବିଶାଳ ପ୍ରିମିୟର ଶୋ ଅନୁଷ୍ଠିତ ହୋଇଥିଲା । ଆଜି ଏମାନେ ଓଡ଼ିଶା ଫେରିଥିବା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ଓଡିଶାକୁ ଫେରିବା ପରେ ସିନେମାର ମୁଖ୍ୟ ଅଭିନେତା ବାବୁସାନ କହିଛନ୍ତି, "ଏହି ସିନେମାଟି ପୁରା ରାଜ୍ୟକୁ ପ୍ରତିନିଧିତ୍ବ କରୁଛି । ଏହା ଆମ ପାଇଁ ଗର୍ବ ଓ ଗୌରବର କଥା । ତେଣୁ ଆମେ ବହୁତ ଖୁସି । ମୁମ୍ବାଇରେ ଏହାର ରିଲିଜକୁ ନେଇ ଭଲ ମତାମତ ରହିଛି । ବହୁତ ଭଲପାଇବା ମିଳିଛି । ବେଙ୍ଗାଲୋରରେ ମଧ୍ୟ ଭଲ ଚାଲୁଛି । ତେଣୁ ଏଭଳି ଭଲ ସିନେମା ପ୍ରସ୍ତୁତ କଲେ ସିନେମା ଭଲ ଚାଲିବ ଓ ଲୋକ ମାନଙ୍କ ଭିତରେ ଆଦୃତ ହୋଇପାରିବ । ବଲିଉଡ୍‌ ଷ୍ଟାରମାନେ ସିନେମାକୁ ବେଶ ପ୍ରଶଂସା କରିଛନ୍ତି । ଏହି ସିନେମା ମାଧ୍ୟମରେ ମୋର ଆଉ ମୋ ବାପା ମାଆଙ୍କ ସ୍ବପ୍ନ ପୁରା ହୋଇଛି । ମୁଁ ସୁପରଷ୍ଟାର ନୁହେଁ ଓଡ଼ିଶାର ବାସ୍ତବ ସୁପରଷ୍ଟାର ହେଉଛନ୍ତି ଜଗନ୍ନାଥ । ତେଣୁ ତାଙ୍କ ଦୟାରୁ ସବୁ ଭଲ ହେବ । ପୁଣି ଓଡ଼ିଆଙ୍କ ପାଖରେ ଓ ପୁରା ଦେଶରେ ଓଡ଼ିଆ ସିନେମା ନିଜର ସ୍ବତନ୍ତ୍ର ସ୍ଥାନ ବଜାଇ ରଖିବ ।" ତେବେ ଏହି ସଫଳତା ପାଇଁ ପୁରା ଟିମ ସହ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିନେତା ବାବୁସାନ ମହାନ୍ତି ।

ସେହିପରି ଏହି ଚଳଚିତ୍ରର ପାର୍ଶ୍ବ ଅଭିନେତା ବା କମ୍ପାଉଣ୍ଡର ଚରିତ୍ରରେ ଥିବା ଦୀପନ୍ବିତ କହିଛନ୍ତି, "ଏତେ ବଡ ପ୍ଲାଟଫର୍ମରେ ଓଡ଼ିଆ ସିନେମା ରିଲିଜ ହେବା ଆମ ସମସ୍ତଙ୍କ ପାଇଁ ଖୁସିର କଥା । ଏଥିରେ ପୁରା ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଭଲପାଇବା ରହିଛି ।" ସେହିପରି ପ୍ରଯୋଜକ ଓ ନିର୍ଦେଶକ ମଧ୍ୟ ସିନେମାର ସଫଳ ଯାତ୍ରାକୁ ନେଇ ଖୁସି ଥିବାବେଳେ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗକୁ ଏହିଭଳି ସିନେମା ପ୍ରସ୍ତୁତି ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି । ଏଥିରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି ଓ ଦୀପନ୍ବିତ ଦାସମହାପାତ୍ରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟମାନେ ଉପସ୍ଥିତ ରହି ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମ୍‌ଡିବି ରେଟିଂରେ ୯.୭ ପାଇ ଦକ୍ଷିଣୀ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌, କେଜିଫ୍‌-୨କୁ ପଛରେ ପକାଇଥିଲା ଏବେ ହିନ୍ଦିରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ପଏଣ୍ଟ ୮.୩ରେ ପହଞ୍ଚିଛି ।

ତେବେ ଏହି ଚଳଚିତ୍ରଟି ୨୦୨୨ ନଭେମ୍ବର ୪ରେ ସତ୍ୟ ଘଟଣା ଉପରେ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା । ରାଜ୍ୟର ୪୩ଟି ହଲ୍‌ରେ ଏହା ମୁକ୍ତିଲାଭ କରିଥିଲା । ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା । ଏଥିସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦି ଡବିଂ ଲାଗି ମନ ବଳାଇଥିବାବେଳେ ତାହା ଗତକାଲି ରିଲିଜ ହୋଇଛି । ଜେପି ମୋସନ୍ ପିକ୍‌ଚର୍ସ ବ୍ୟାନର ଓ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ । କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀପ୍ରସାଦ ଲେଙ୍କା । ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି । ନିକଟରେ ଏହାର ହିନ୍ଦି ଡବିଂ ଟ୍ରେଲର ରିଲିଜ୍ ପରେ ବଲିଉଡ ତାରକା ଅଜୟ ଦେବଗନ, ବିଦ୍ୟୁତ ଜାମୱାଲ୍‌, ସିନେ ସମୀକ୍ଷକ ତରନ ଆଦର୍ଶଙ୍କ ସମେତ ବହୁ ତାରକା ସିନେମାର ଭୂୟସୀ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.