ETV Bharat / state

'ବାୟୁ' ମୁକାବିଲା: ଗୁଜୁରାଟକୁ ସହଯୋଗ କରିବାକୁ ଓଡିଶା ପ୍ରସ୍ତୁତ - cyclone

ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କିଭଳି କରାଯିବ ସେ ଅଭିଜ୍ଞତାକୁ ଗୁଜୁରାଟ ସହ ସେୟାର କରିଛି ଓଡିଶା ।

ପ୍ରତୀକାତ୍ମକ ଫଟୋ
author img

By

Published : Jun 12, 2019, 2:34 PM IST

ଭୁବନେଶ୍ବର: ବୁଧବାର-ଗୁରୁବାର ମଧ୍ୟରାତ୍ରୀରେ ସ୍ଥଳ ଭାଗ ଛୁଇଁପାରେ ସାମୁଦ୍ରିକ ଝଡ "ବାୟୁ " । ଏହାର ସାମ୍ଭାବ୍ୟ ପ୍ରଭାବ ଅନୁଭୂତ ହେବା ଆଗରୁ ସତର୍କ ହୋଇ ଉଠିଛନ୍ତି ଗୁଜୁରାଟ ସରକାର । ଏହି ବାତ୍ୟାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାତ୍ର ଏଭଳି ସ୍ଥିତିରେ ଗୁଜୁରାଟକୁ ସହଯୋଗ କରିବା ପାଇଁ ତତ୍ପରତା ଦେଖାଇଛି ରାଜ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କିଭଳି କରାଯିବ ସେହି ଅଭିଜ୍ଞତାକୁ ଗୁଜୁରାଟ ସହ ସେୟାର କରିଛି ଓଡିଶା । ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି ଗୁଜୁରାଟ ସରକାରଙ୍କ ମୁଖ୍ୟ ଶାସନ ସଚିବ । ଫୋନ ଯୋଗେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି । ବାତ୍ୟା ଅନୁଭୂତ ହେବା ପୂର୍ବରୁ ଏବଂ ଏହା ପରେ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ପ୍ରସ୍ତୁତି କିପରି ଥିଲା ସେ ସମ୍ପର୍କରେ ଗୁଜୁରାଟକୁ ଅବଗତ କରିଛି ଓଡିଶା ।

"ଫନି" ବାତ୍ୟା ବେଳେ ଯେଭଳି ଭାବେ ବ୍ୟାପକ ସଂଖ୍ୟାରେ ଲୋକଙ୍କ ସ୍ଥାନାନ୍ତର କରାଯାଇଥିଲା ସେନେଇ ମଧ୍ୟ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା କରାଯାଇଛି । ଏହା ସହ ଯଦି ବାତ୍ୟା ସମୟରେ ଗୁଜୁରାଟ ସହାୟତା ମାଗେ, ତେବେ ଓଡିଶା ସହଯୋଗ କରିବାକୁ ରାଜି ଅଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଓଡିଶା ସରକାର "ଫନି", ହୁଡହୁଡ୍ ଏବଂ "ତିତିଲ" ଭଲି ଝଡ ତୋଫାନର ସଫଳ ମୁକାବିଲା କରି ସାରିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା "ବାୟୁ" ଗୁଜରାଟରେ ସ୍ଥଳ ଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଅଞ୍ଚଳରେ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ବାତ୍ୟାର ଓଡିଶା ତାର ଏକ୍ରପେରିଏନ୍ସ ଗୁଜୁରାଟସରକାରଙ୍କ ସହ ସେୟାର କରିଛି ।ଏନେଇ ରାଜ୍ୟ ମୁଖ୍ୟ ଶାଶନ ସଚିବ ଙ୍କ ସହ ଗୁଜୁରାଟ ର ମୁଖ୍ୟ ଶାଶନ ସଚିବ ଫୋନ ଯୋଗେ ଆଲୋଚନା କରିଛନ୍ତି । ବାତ୍ୟା ର ମୁକାବିଲା ଓ ବାତ୍ୟା ପରବର୍ତ୍ତୀ ମୁକାବିଲା କିଭଳି ପ୍ରସ୍ତୁତି ଥିଲା ।ସେ ବିଷୟରେ ଆଲୋଚନା କରିଛନ୍ତି ।ବାତ୍ୟା ଫନିରେ ଯେଉଁ ଭଳି ଭାବେ ବ୍ୟାପକ ସଂଖ୍ୟା ରେ ଲୋକଙ୍କ ସ୍ତାନାନ୍ତର କରାଯାଇଛି ।ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି ।ଏହା ସହ ବାତ୍ୟା ସମୟରେ ଯଦି ସହାୟତା ମଗେ ଗୁଜୁରାଟ ସମସ୍ତ ସହଯୋଗ କରିବାକୁ ରାଜି ଅଛନ୍ତି ବୋଲି ଓଡିଶା କରିବ ବୋଲି ମୁଖ୍ୟ ଶାଶନ ସଚିବ ସୂଚନା ଦେଇଛି ।ସୂଚନା ଅନୁସାରେ ଓଡିଶା ସରକାର ବାତ୍ୟା ଫୋନି ,ହୁଦହୁଦ ଓ ତିତିଲ ର ସଫଳ ମୁକାବିଲା ପୂର୍ବରୁ ମଧ୍ୟ କରିଛନ୍ତି  ।

ସୂଚନା ଅନୁସାରେ ବାତ୍ୟ ବାୟୁ ଗୁଜରାଟ ରେ ହିଟ୍ କରିବା ନେଇ ପାଣିପାଗ ବିଭାଗ ସୁଚନା ଦେଇଛନ୍ତି ।ବାତ୍ୟା ବାୟୁ ପ୍ରସଂଗ। ଗୁଜୁରାଟ ମୁଖ୍ୟ ଶାସନ ସଚିବ କଥା ହେଲେ ଓଡିଶା ମୁଖ୍ୟ ଶାସନ ସଚିବଙ୍କ ସହ। ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଉପରେ ଓଡିଶା ସରକାରଙ୍କ ଠାରୁ ପରାମର୍ଶ ଲୋଡିଲେ ଗୁଜୁରାଟ ମୁଖ୍ୟ ଶାସନ ସଚିବ। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.