ETV Bharat / state

CYCLONE UPDATE: 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ! - ଭୀଷଣ ବାତ୍ୟାର ରୂପ ନେବ ସିତ୍ରାଙ୍ଗ

ଆଗାମୀ 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ସି-ତ୍ରାଙ୍ଗ । ସାଗର ଦୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ 500 କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଅଧିକ ପଢ଼ନ୍ତୁ

cyclonic storm sitrang moved north northeastwards
CYCLONE UPDATE: 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା
author img

By

Published : Oct 24, 2022, 8:45 AM IST

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆଗାମୀ 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନ ସାଗର ଦୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ 500 କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଗତ 6 ଘଣ୍ଟା ମଧ୍ୟରେ ବାତ୍ୟା ସି-ତ୍ରାଙ୍ଗ ଘଣ୍ଟା ପ୍ରତି 12 କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରିଛି । ଏହା ଆଗାମୀ 12 ଘଣ୍ଟା ମଧ୍ୟରେ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହାପରେ ଆସନ୍ତାକାଲି ବାଂଲାଦେଶ ଉପକୂଳରେ ମାଡ଼ ହେବ । ସନ୍ଧ୍ୟା ୫ଟା ୩୦ ସୁଦ୍ଧା ବାତ୍ୟାରେ ପରିଣତ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଏହା ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ବର ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ କଟକ ସମେତ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ବୃଦ୍ଧି ହୋଇ ଘଣ୍ଟା ପ୍ରତି 45ରୁ 55 ସର୍ବାଧିକ 65 କିଲୋମିଟର ପର୍ଯ୍ୟନ୍ତ ବହିବ । ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ବୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: CYCLONE UPDATE: ବାତ୍ୟାର ରୂପ ନେଲା ଗଭୀର ଅବପାତ, ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ

ଅମାବାସ୍ୟା ତିଥି ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ଏହାସହ ବାତ୍ୟା ପ୍ରଭାବରେ ସମୁଦ୍ର ଅଧିକ ଅଶାନ୍ତ ରହିବ । ତେଣୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଉପକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବାତ୍ୟାର ପ୍ରଭାବ ଓଡ଼ିଶାରେ ଅଧିକ ନ ରହିଲେ ମଧ୍ୟ ପ୍ରବଳ ବର୍ଷାରେ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଅମଳ ହୋଇଥିବା ପାଚିଲା ଧାନକୁ ଘୋଡେଇ ରଖିବାକୁ ପରାମର୍ଶ ଦିଆଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.