ETV Bharat / state

ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେଲା 'ମିଗଜୋମ', କାଲିଠୁ ବଦଳିବ ପାଗ - ବାତ୍ୟା ମିଗଜୋମ

ବାତ୍ୟା ମିଗଜୋମ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତିକରି ଉତ୍ତର ପୂର୍ବ ତେଲେଙ୍ଗାନା ପାଶ୍ୱବର୍ତ୍ତୀ ଦକ୍ଷିଣ ଛତିଶଗଡ଼, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ତତସଲଗ୍ନ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ଅଧିକ ପଢ଼ନ୍ତୁ

ଆସନ୍ତାକାଲିଠୁ ରାଜ୍ୟରେ ବଦଳିବ ପାଗ
ଆସନ୍ତାକାଲିଠୁ ରାଜ୍ୟରେ ବଦଳିବ ପାଗ
author img

By ETV Bharat Odisha Team

Published : Dec 6, 2023, 9:32 PM IST

ଆସନ୍ତାକାଲିଠୁ ରାଜ୍ୟରେ ବଦଳିବ ପାଗ

ଭୁବନେଶ୍ବର: ବାତ୍ୟା 'ମିଗଜୋମ' ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତିକରି ଉତ୍ତର ପୂର୍ବ ତେଲେଙ୍ଗାନା ପାଶ୍ୱବର୍ତ୍ତୀ ଦକ୍ଷିଣ ଛତିଶଗଡ଼ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ତତ୍‌ସଲଗ୍ନ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ । ଏହି ଲଘୁଚାପ କ୍ଷେତ୍ର ଆଗାମୀ ୧୨ ଘଣ୍ଟା ଯାଏ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତିକରି ଆହୁରି ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ଥିବା ସହ ଅନ୍ୟ ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ବର୍ଷା କହିଛି ପାଣିପାଗ ବିଭାଗ । ବିଶେଷ କରି କୋରାପୁଟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମ୍ଭାବନାକୁ ନେଇ ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ରାଜ୍ୟରେ କୌଣସି ସତର୍କ ସୂଚନା ନଥିବା ବେଳେ ରାଜ୍ୟର କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଆସନ୍ତାକାଲି ଠାରୁ ପାଗ ରାଜ୍ୟରେ ପାଗ ବଦଳାଇବା ସହ ଆଗକୁ ଶୁଖିଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ.......ଦୁର୍ବଳ ହେଲା ବାତ୍ୟା 'ମିଗଜୋମ', ୨୪ଘଣ୍ଟାରେ ୩ଜିଲ୍ଲାରେ ଅତି ପ୍ରବଳ ବର୍ଷା

ସେହିପରି ଦୁର୍ବଳ ବାତ୍ୟା ପ୍ରଭାବରେ ଆଜି ମଧ୍ୟ ବର୍ଷା ଜାରି ରହିଥିବା ବେଳେ ଏହି ସମୟ ଖରିଫ ଫସଲ ଅମଳ ସମୟ ହୋଇଥିବାରୁ ଅମଳଯୁକ୍ତ ଫସଲକୁ ସୁରକ୍ଷିତ ସ୍ଥାନରେ ଗଚ୍ଛିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ୬ ଘଣ୍ଟା ଯାଏ ଓଡିଶା ଉପକୂଳର ଆଖପାଖ ଅଞ୍ଚଳ ଓ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ପବନର ବେଗ ୨୫ ରୁ ୩୫ କିମି ସହ ସର୍ବାଧିକ ୪୫ କିମି ବେଗରେ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ସମୁଦ୍ର ଅଶାନ୍ତ ରହୁଥିବାରୁ ଆହୁରି ୬ ଘଣ୍ଟା ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ସେପଟେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରିବ । ଏହାକୁ ନେଇ ଆକାଶ ମେଘୁଆ ରହିବ । ତେଣୁ ରାତିର ତାପମାତ୍ରା ବୃଦ୍ଧି ପାଇବ ଓ ଶୀତ ଏହି ସମୟରେ କମ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.