ETV Bharat / state

ସାଇବର ଠକେଇ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ - ମାତିଛନ୍ତି ସାଇବର ଠକ

ସାଇବର ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛି। ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ...

ସାଇବର ଠକେଇ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ

author img

By

Published : Jan 4, 2021, 1:29 PM IST

ଖୋର୍ଦ୍ଧା: ମାତିଛନ୍ତି ସାଇବର ଠକ। ଏହି ଅନଲାଇନ ଚୋରଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରାସିନି ଢାଳି ଆତ୍ମହୁତି ଉଦ୍ୟମ କରିଛି। ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଠକେଇ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ବୋଲଗଡ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ।

ସାଇବର ଠକେଇ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ

ସୂଚନା ଅନୁଯାଇ, ବ୍ରଜବନ୍ଧୁ ଏକ ବିଦେଶୀ ୱେବସାଇଟରେ 16ଲକ୍ଷ 32 ହଜାର ଟଙ୍କା ଠକେଇର ଶିକାର ହୋଇ ଗତ 15ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସେହିପରି ଏହାର ବିଚାର କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ ।

ଗତବର୍ଷ ୨୦୧୯ ଅଗଷ୍ଟ ମାସରେ ବ୍ରଜବନ୍ଧୁ ଟ୍ରେଡ ୟୁନାଇଟେଡ ଲିମିଟେଡ଼ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇ ଦେବାର ସୂଚନା ଦେଇଥିଲା।

ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ 16 ଲକ୍ଷ 32 ହଜାର ଉକ୍ତ ସଂସ୍ଥାକୁ ପଠାଇଥିଲେ। ଏହି ଟଙ୍କା ସେ ବ୍ୟାଙ୍କରୁ ଋଣ ଆଣି ପଠାଇ ଠକାମିର ଶିକାର ହୋଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.