ETV Bharat / state

ଫେକ ଆକାଉଣ୍ଟ ଖୋଲି ବିଧାୟକଙ୍କୁ ଫସାଇଲେ ସାଇବର ଠକ - ବିଧାୟକଙ୍କ ନାଁରେ ଫେକ ଆକାଉଣ୍ଟ

ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ ଖୋଲି ମେସେଞ୍ଜର ଚାଟରେ ଟଙ୍କା ମାଗୁଛନ୍ତି ସାଇବର ଠକ । ଅଧିକ ପଢନ୍ତୁ...

ବିଧାୟକଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ସାଇବର ଠକ

author img

By

Published : Sep 8, 2021, 10:41 AM IST

ଖୋର୍ଦ୍ଧା: ବିଧାୟକଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ସାଇବର ଠକ । ତେବେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ ଖୋଲି ମେସେଞ୍ଜର ଚାଟରେ ଟଙ୍କା ମଗାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଘଟିଛି ବେଗୁନିଆ ଥାନା ଅଧିନ ସାନପଦର-ଦେଉଳି ଗ୍ରାମର ରାକେଶ କୁମାର ନାୟକଙ୍କ କ୍ଷେତ୍ରରେ ।

ବିଧାୟକଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ସାଇବର ଠକ
ବିଧାୟକଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ସାଇବର ଠକ

ସୂଚନା ଅନୁସାରେ ମଙ୍ଗଳବାର ସଂଧ୍ୟା ସମୟରେ ରାକେଶଙ୍କ ଫେସବୁକ ମେସେଞ୍ଜର ଚାଟରେ ବିଧାୟକଙ୍କ ନାମରେ ଖୋଲାଯାଇଥିବା ଫେସବୁକ ଆକାଉଣ୍ଟରୁ ଜରୁରୀ ଅଛି ଲେଖି ୭ ହଜାର ଟଙ୍କା ମାଗିଥିଲେ । ହେଲେ ରାକେଶଙ୍କ ମନରେ ବିଧାୟକ ଟଙ୍କା ମାଗୁଥିବା ନେଇ ସନ୍ଦେହ ଜାତ ହେବାରୁ କୌଣସି ଉତ୍ତର ନ ଦେଇ ଫେସବୁକ ଅଫ କରିଦେଇଥିଲେ । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଘୁରିବୁଲୁଛି ।

ଏପଟେ ଘଟଣା ସମ୍ପର୍କରେ ବିଧାୟକଙ୍କ ମତାମତ ନିଆ ଯିବାରୁ, ସେ କହିଥିଲେ କି, ମୋ ନାମରେ କେହି ଦୁର୍ବୃତ୍ତ ଫେକ ଆକାଉଣ୍ଟ ଖୋଲି ମୋତେ ବଦନାମ କରିବା ପାଇଁ ଅପଚେଷ୍ଟା କରିଛି । ଏନେଇ ମୁଁ ସାଇବର ସେଲରେ ଅଭିଯୋଗ କରିବି ବୋଲି କହିଛନ୍ତି ବିଧାୟକ ରାଜେନ୍ଦ୍ର କୁମାର ସାହୁ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.