ETV Bharat / state

ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ, ତିନି ଅଭିଯୁକ୍ତ ଗିରଫ - ଗ୍ରାହକଙ୍କୁ ଛୁରାମାଡ

ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ, ତିନି ଅଭିଯୁକ୍ତ ଗିରଫ

author img

By

Published : Sep 23, 2021, 7:47 AM IST

ଖୋର୍ଦ୍ଧା: ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ମୁତାବକ, ଖୋର୍ଦ୍ଧା ଜିଲ୍ଲା ବଉଳାବନ୍ଧ ଗ୍ରାମ ଛକରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନକୁ ଉକ୍ତ ଗ୍ରାମର ମୁନା ବେହେରା ଜଳଖିଆ ଖାଇବା ନିମନ୍ତେ ଯାଇଥିଲେ। ତେବେ କୌଣସି କଥାକୁ ନେଇ ଦୋକାନୀ ଦେବେନ୍ଦ୍ର ଓ ଗ୍ରାହକ ମୁନାଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଦେଖୁ ଦେଖୁ ବଚସା ଝଗଡା ରୂପନେଲା ।

ମୁନାକୁ ଦେବେନ୍ଦ୍ର ଜାତିଆଣ ଆକ୍ଷେପ କରିବା ସହ ତାଙ୍କର ଦୁଇ ସହଯୋଗୀ ବିଭୁତି ସାହୁ ଏବଂ ଧର୍ମେନ୍ଦ୍ର ସାହୁଙ୍କ ସହ ମିସି ମୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଛୁରିରେ ଆକ୍ରମଣ କରୁଥିବାବେଳେ ଛୁରାଟି ମୁନାଙ୍କ ପେଟରେ ବାଜିଥିଲା ଏବଂ ମୁନାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ।

ତେବେ ଏ ସଂକ୍ରାନ୍ତରେ ବାଣପୁର ଥାନାରେ କେସ ନମ୍ବର ୩୨୫/୨୧ ରେ ଏକ ମାମଲା ରୁଜୁ କରାଯାଇଛି । ଏବଂ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ସୂଚନା ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.