ETV Bharat / state

ଗ୍ରାହକଙ୍କୁ ଲୁଟୁଛି ରିଲାଏନ୍ସ ଷ୍ଟୋର ! ଅଭିଯୋଗ ଆଣି ଧାରଣାରେ ଗ୍ରାହକ

ଗ୍ରାହକଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଟଙ୍କା ଠକିନେଲା ଖୋର୍ଦ୍ଧା ରିଲାଏନ୍ସ ଷ୍ଟୋର । ପ୍ରତିବାଦ କରି ଷ୍ଚୋର ସାମ୍ନାରେ ଧାରଣାରେ ବସିଲେ ଗ୍ରାହକ । ଅଧିକ ପଢ଼ନ୍ତୁ

ଗ୍ରାହକଙ୍କୁ ଲୁଟୁଛି ରିଲାଏନ୍ସ ଷ୍ଟୋର ! ଅଭିଯୋଗ ଆଣି ଧାରଣାରେ ଗ୍ରାହକ
ଗ୍ରାହକଙ୍କୁ ଲୁଟୁଛି ରିଲାଏନ୍ସ ଷ୍ଟୋର ! ଅଭିଯୋଗ ଆଣି ଧାରଣାରେ ଗ୍ରାହକ
author img

By

Published : Sep 17, 2022, 8:32 PM IST

ଖୋର୍ଦ୍ଧା: ଗ୍ରାହକଙ୍କୁ ଠକି ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଟଙ୍କା ଠକି ନେଉଛି ରିଲାଏନ୍ସ ଷ୍ଟୋର । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର ଗ୍ରାହକଙ୍କୁ ଠକୁଥିବା ସଙ୍ଗୀନ ଅଭିଯୋଗ ଆଣି ଷ୍ଟୋର ସାମ୍ନାରେ ଧାରଣାରେ ବସିଛନ୍ତି ଗ୍ରାହକ । ସେପଟେ ଷ୍ଟୋର ଅଧିକାରୀ ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

ଗ୍ରାହକଙ୍କୁ ଲୁଟୁଛି ରିଲାଏନ୍ସ ଷ୍ଟୋର ! ଅଭିଯୋଗ ଆଣି ଧାରଣାରେ ଗ୍ରାହକ

ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଟଙ୍କା ଠକି ନେଉଥିବା ଅଭିଯୋଗରେ ପଲା ଅଞ୍ଚଳର ଗୌରୀ ଶଙ୍କର ମିଶ୍ର ଧାରଣାରେ ବସିଛନ୍ତି । ଥରେ କିମ୍ବା ଦୁଇଥର ନୁଁହ ବରଂ ତିନି ତିନିଥର ରିଲାଏନ୍ସ ସୁପର ଷ୍ଟୋରକୁ ଯାଇ ଠକେଇର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଷ୍ଟୋର ଅଧିକାରୀଙ୍କୁ ଜଣାଇବାରୁ ସେ ଏହା ତାଙ୍କର ସର୍ଭର ଏରର ପାଇଁ ଘଟିଥିବା କହିଥିଲେ । ତେବେ ଏହି ସର୍ଭର ଏରର ପାଇଁ ସାରା ଦେଶରେ ହୋଇଥିବା କାରବାରରେ ବହୁ ଗ୍ରାହକ ସେମାନଙ୍କ ଅର୍ଥ ହରାଇଥିବା ଅଭିଯୋଗ କରିଛନ୍ତି ଗୌରୀ ଶଙ୍କର ମିଶ୍ର ।

ରିଲାଏନ୍ସ ଷ୍ଟୋରର ସର୍ଭର ଏରର ପାଇଁ ଗ୍ରାହକମାନେ ଦାୟୀ ନୁହନ୍ତି । ତେଣୁ ସେମାନେ ହରାଇଥିବା ଅର୍ଥ ଫେରସ୍ତ ଦାବିରେ ଗୌରୀ ଶଙ୍କର ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇ ଷ୍ଟୋର ସମ୍ମୁଖରେ ଧାରଣା ଦେଇଛନ୍ତି । ସେପଟେ ଘଟଣା ସମ୍ପର୍କରେ ଷ୍ଟୋର ଅଧିକାରୀଙ୍କୁ ପଚରାଯିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

ଏନେଇ ଠକାମୀର ଶିକାର ହୋଇଥିବା ଗ୍ରାହକ ଗୌରୀ ଶଙ୍କର ମିଶ୍ର କହିଛନ୍ତି, "ଗତ ସେପ୍ଟେମ୍ବର ୧୦ ତାରିଖ ଦିନ ମୁଁ ଏହି ଷ୍ଟୋରରୁ ଗୋଟିଏ କଇଁଚି କିଣିଥିଲି । ଏହାର ମୁଲ୍ୟ ୧୯୯ ଟଙ୍କା ବୋଲି ଲେଖାଥିଲା । କିନ୍ତୁ ସେମାନେ ମୋ ଠାରୁ ୨୭୦ ଟଙ୍କା ନେଇଥିଲେ । ଏନେଇ ଅଭିଯୋଗ କରିବାରୁ ସେମାନେ ସର୍ଭର ଏରର ଥିବା କହିଥିଲେ । ଅର୍ଥାତ ଦେଶସାରା ସବୁ ସ୍ଥାନରେ ଥିବା ଗ୍ରାହକ ମାନେ ଠକାମୀର ଶିକାର ହୋଇଥିବେ ।" ତେଣୁ ସମସ୍ତଙ୍କୁ ସେମାନଙ୍କ ପ୍ରାପ୍ୟ ଟଙ୍କା ଫେରାଇ ଦେବାକୁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.