ETV Bharat / state

ହଜିଯାଉଛି ପରଦାକଳା, ସରକାରୀ ପ୍ରୋତ୍ସାହନ ପାଇଁ କାରିଗରଙ୍କ ଦାବି - ଖୋର୍ଦ୍ଧା ବୋଲଗଡ଼ ବ୍ଲକ

ପରିଚୟ ହରାଉଛି ଖୋର୍ଦ୍ଧା ଜିଲ୍ଲା ଧଳାପଥରର ଲୋକକଳା ପରଦା କଳା । ସରକାରୀ ପ୍ରୋତ୍ସାହନ ଓ ତାଲିମ ପାଇଁ ସାଧାରଣରେ ଦାବି । ଅଧିକ

curtain craft of khurda dhalapathara loosing identity
ହଜିଯାଉଛି ପରଦାକଳା, ସରକାରୀ ପ୍ରୋତ୍ସାହନ ପାଇଁ କାରିଗରଙ୍କ ଦାବି
author img

By

Published : Aug 8, 2022, 4:43 PM IST

ଖୋର୍ଦ୍ଧା: ଏକଦା ପରଦା କଳାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଧଳାପଥର ଗ୍ରାମ । ଗ୍ରାମର ଉଦୟନାଥ ସାହୁଙ୍କ ଭଳି ପ୍ରତିଭାବାନ ଶିଳ୍ପୀଙ୍କ ହାତର ଯାଦୁରେ ଚମକୁଥିଲା କଳାକୃତି । ଦେଶ ବିଦେଶରେ ଏହାର ବେଶ ଚାହିଦା ରହିଥିଲା । କିନ୍ତୁ ଆଧୁନିକ ଯୁଗରେ ହଜିଯାଉଛି ପାରମ୍ପରିକ କଳା । ଆବଶ୍ୟକ କଞ୍ଚାମାଲ ଓ ସରକାରୀ ସ୍ତରରେ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ପରଦା କଳା ପରିଚୟ ହରାଉଛି ।

ହଜିଯାଉଛି ପରଦାକଳା

ପରଦା କଳାର ଜନକ ହେଉଛନ୍ତି ଉଦୟନାଥ ସାହୁ । ତାଙ୍କ ଅବଦାନ ଯୋଗୁଁ ପରଦା କଳା ଧଳାପଥରର ଲୋକ କଳା ଭାବେ ପରିଚୟ ପାଇପାରିଛି । ଲକ୍ଷ୍ମୀ ଓ ବିଦ୍ୟାଧର ସାହୁଙ୍କ ପୁତ୍ର ଉଦୟନାଥ ପିଲାବେଳୁ ଚିତ୍ରକଳା ପ୍ରତି ବିଶେଷ ଆକୃଷ୍ଟ ହୋଇଥିଲେ । ନିଜ ପ୍ରଚେଷ୍ଟା ବଳରେ ପ୍ରଥମେ ବୁଣାଲୁଗାରେ ଶ୍ରୀମନ୍ଦିରର ଏକ କଳାକୃତି ପ୍ରସ୍ତୁତ କରିଥିଲେ । ପରେ ସେ ବିଭିନ୍ନ କଳାକୃତି କରି ସଫଳତା ପାଇଥିଲେ । ପ୍ରାକୃତିକ ଉପାୟରେ ଗଛର ଛେଲି, ପତ୍ର, ଫଳ ଆଦିରୁ ରଙ୍ଗ ପ୍ରସ୍ତୁତ କରୁଥିଲେ । ବିଭିନ୍ନ ପ୍ରକାରର ଶାଢ଼ି, ପାଟଲୁଗା, ବସ୍ତ୍ର ବୁଣି ପରଦା କଳାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରୁଥିଲେ ।

ପରଦାରେ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳି ଶାନ୍ତିସ୍ତୂପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶା ମାନଚିତ୍ର, ମହାପ୍ରଭୁଙ୍କ ବିଭିନ୍ନ ବେଶ, ପ୍ରଭୃତି ଆଙ୍କି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ । କ୍ରମେ ଏହାର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଲା । ୧୯୪୬ ମସିହାରେ ତତ୍କାଳୀନ ଓଡ଼ିଶା ଗଭର୍ଣ୍ଣର କଳାକୃତ୍ତି ପାଇଁ ତାଙ୍କୁ ସମ୍ମାନିତ କରିଥିଲେ । ୧୯୫୫ରେ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡ ପକ୍ଷରୁ ସମ୍ମାନିତ ହୋଇଥିଲେ । ସେହି ସମୟରେ ହସ୍ତତନ୍ତ କଳାକୁ ଉଜ୍ଜୀବିତ ରଖିବା ଲାଗି ସେ ଧଳାପଥର ତନ୍ତବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ । ତେବେ ଉଦୟନାଥଙ୍କ ବିୟୋଗ ପରଠୁ ଏହି କଳା ଅଣଦେଖା ହୋଇପଡ଼ିଛି ।

ଆବଶ୍ୟକ କଞ୍ଚାମାଲ ମିଳୁ ନଥିବାବେଳେ ସରକାରୀ ସ୍ତରରେ ପ୍ରୋତ୍ସାହନ ଏବଂ ବଜାର ମୂଲ୍ୟ ଅଭାବ ରହିଛି । ତେଣୁ ପରଦା କଳାରେ ପରଦା ପଡ଼ିବାକୁ ବସିଲାଣି । ଉଦୟନାଥଙ୍କ ପୁଅ ବୃନ୍ଦାବନ କହିଛନ୍ତି, "ଆଧୁନିକ ଶାଢ଼ୀ ଆସିବା ଫଳରେ ପରଦା କଳାର ଚାହିଦା କମିବାକୁ ଲାଗିଲା । ଉଚିତ ବଜାର ମୂଲ୍ୟ ନମିଳିବାରୁ ଲୋକେ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ଯଦି ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଦିଆଯାଏ ତେବେ ଏହି କଳା ବଞ୍ଚିପାରନ୍ତା ।" ଦିନେ ପରଦା କଳାକୁ ନେଇ ଗର୍ବ କରୁଥିବା ଧଳାପଥର ଗାଁ ଏବେ ନୂଆ ପରିଚୟ ଖୋଜୁଛି । ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.