ETV Bharat / state

ପୋଷ୍ଟମର୍ଟମ ଓ୍ୱାର୍ଡରେ କ୍ରାଇମବ୍ରାଞ୍ଚ ଟିମ: ନବ ଦାସଙ୍କ ମୃତଦେହର ତଦନ୍ତ ଆରମ୍ଭ, ନମୁନା ସଂଗ୍ରହ କଲା ଫରେନସିକ ଟିମ୍

author img

By

Published : Jan 29, 2023, 10:01 PM IST

Updated : Jan 29, 2023, 10:28 PM IST

ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ । କ୍ରାଇମବ୍ରାଞ୍ଚ ଟିମ ଉପସ୍ଥିତିରେ ମୃତଦେହର ତଦନ୍ତ ଆରମ୍ଭ । ନମୁନା ସଂଗ୍ରହ କଲା ଫରେନସିକ ଟିମ । ଅଧିକ ପଢନ୍ତୁ

Naba Das death case
Naba Das death case
ପୋଷ୍ଟମର୍ଟମ ଓ୍ୱାର୍ଡରେ କ୍ରାଇମବ୍ରାଞ୍ଚ ଟିମ

ଭୁବନେଶ୍ବର: ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ତଦନ୍ତକାରୀ ଟିମର ଉପସ୍ଥିତିରେ ହେବ ପୋଷ୍ଟମର୍ଟମ। ଏନେଇ ପୋଲିସ ପକ୍ଷରୁ ଓ୍ବାର୍ଡର ଚାରିଆଡୁ ଘେରି ରହିଛି ପୋଲିସ । ଯେହେତୁ ତଦନ୍ତ କ୍ରାଇମବ୍ରାଞ୍ଚର ପରିସରରେ ରହିଛି ସେନେଇ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି। ଏପଟେ ନମୁନା ସଂଗ୍ରହ କଲା ଫରେନସିକ ଟିମ୍ ।

ତେବେ ଛାତିରେ ଗୁଳି ବାଜିଥିବାରୁ ଗୁଳିର ପୋଜିସନ ଓ କେତେ ମାତ୍ରାରେ ଗୁଳି ଛାତିକୁ ଭେଦ କରିଛି ସେ ସମସ୍ତ ତନାଘନା ତଦନ୍ତକାରୀ ଟିମ ପୋଷ୍ଟମର୍ଟମ ଡାକ୍ତରଙ୍କ ଉପସ୍ଥିତିରେ କରିବେ। ସୁରକ୍ଷା ଓ ତଦନ୍ତ ଦୃଷ୍ଟିରୁ କୌଣସି ଲୋକ ପୋଷ୍ଟମର୍ଟମ ଓ୍ବାର୍ଡରେ ନ ରହିବା ସହ ଓ୍ବାର୍ଡରୁ ନମୁନା ମଧ୍ୟ ସଂଗ୍ରହ କରାଯିବ। ଏନେଇ କ୍ରାଇମବ୍ରାଞ୍ଚ ଟିମର ଅଧିକାରୀ ତଦନ୍ତ ସମୟରେ ସେମାନଙ୍କର ଆବଶ୍ୟକୀୟ ପ୍ରମାଣ ମଧ୍ୟ ସଂଗ୍ରହ କରିବେ।

ସେହିପରି ଅନ୍ୟପଟେ ସ୍ବସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ପୋଲିସ ASI ଗୋପାଳ ଦାଶଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଥିସହ ବ୍ରଜରାଜନାଗରରେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ସହ ତାଙ୍କର ଫୋନକଲ ବିବରଣୀ ଓ ମାନସିକ ଅବସାଦକୁ ନେଇ ଯାଞ୍ଚ କରୁଛି। କ୍ରାଇମବ୍ରାଞ୍ଚ ଟିମ ଗୋପାଳଙ୍କ ବୟାନ ରେକର୍ଡ କଲା ପରେ ତାଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 29, 2023, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.