ETV Bharat / state

ଏଥର ବି ଜଟଣୀରେ ବାଣ ବ୍ୟବସାୟ ବନ୍ଦ, ଚିନ୍ତାରେ ବ୍ୟବସାୟୀ - cracker vendor stop

ଓଡ଼ିଶା ବାଣ ବ୍ୟବସାୟର ପେଣ୍ଠ ସ୍ଥଳୀ କୁହାଯାଇଥିବା ଖୋର୍ଦ୍ଧାର ଜଟଣୀ ସହରରେ ପୂର୍ବ ବର୍ଷ ଭଳି ଖୋଲିନି ଭଳିକି ଭଳି ବାଣ ଦୋକାନ । ଅଧିକ ପଢନ୍ତୁ...

ବାଣ ବ୍ୟବସାୟ ବନ୍ଦ, ଚିନ୍ତାରେ ବ୍ୟବସାୟୀ
ବାଣ ବ୍ୟବସାୟ ବନ୍ଦ, ଚିନ୍ତାରେ ବ୍ୟବସାୟୀ
author img

By

Published : Nov 1, 2021, 10:47 PM IST

ଖୋର୍ଦ୍ଧା: ଆସୁଛି ଆଲୋକର ପର୍ବ ଦୀପାବଳୀ । ପୁରଠୁ ପଲ୍ଲୀ ବେଶ ଉତ୍ସାହର ସହ ଦୀପାବଳୀ ପାଳନ କରିଥାନ୍ତି ସମସ୍ତେ । କିନ୍ତୁ ଦୁଇ ବର୍ଷ ହେବ କୋରୋନା ପାଇଁ ଏହି ଉତ୍ସବ ଫିକା ପଡିଛି । ସେହିପରି ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ଦୀପାବଳିରେ ବାଣ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନେ ଚିନ୍ତାରେ ପଡିଛନ୍ତି ।

ବାଣ ବ୍ୟବସାୟ ବନ୍ଦ, ଚିନ୍ତାରେ ବ୍ୟବସାୟୀ

କଟକଣା ପାଇଁ ବେପାରରେ ବନ୍ଧା ହୋଇଛି ଡୋରି । ଓଡ଼ିଶା ବାଣ ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯାଇଥିବା ଖୋର୍ଦ୍ଧାର ଜଟଣୀ ସହରରେ ପୁର୍ବ ବର୍ଷ ଭଳି ଖୋଲିନି ଭଳିକି ଭଳି ବାଣ ଦୋକାନ । ପ୍ରତିବର୍ଷ ଜଟଣୀ ସହରକୁ ଶିବକାଶୀରୁ ବହୁ ଭେରାଇଟିର ବାଣ ଆସୁଥିବା ବେଳେ ଚଳିତ ବର୍ଷ କଟକଣା ପାଇଁ ତାହା ଆଣିନାହାନ୍ତି ବ୍ୟବସାୟୀ । ତେବେ ରାଜ୍ୟ ସରକାର ନିଷ୍ପତ୍ତିରେ ପରିବର୍ତ୍ତନ କରି ବାଣ ଦୋକାନ ଖୋଲିବା ପାଇଁ ଦାବି କରିଛନ୍ତି ଜଟଣୀର ବାଣ ବ୍ୟବସାୟୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.