ଖୋର୍ଦ୍ଧା: ରାଜ୍ୟରେ କୋରୋନା ଗ୍ରାଫ ଉପରମୁଁହା ଥିବା ବେଳେ ଗ୍ରାମାଞ୍ଚଳକୁ ଆବଶ୍ୟକ ମୁତାବକ କୋରୋନା ଟିକା ଆସୁନଥିବା ଅଭିଯୋଗ ହୋଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଟିକା କେନ୍ଦ୍ରରେ ଟିକା ନେବାପାଇଁ ରାତି ଅଧରୁ କେନ୍ଦ୍ର ସମ୍ମୁଖରେ ଲାଗୁଛି ଲୋକଙ୍କ ଲମ୍ବା ଲାଇନ ।
ଟିକାକେନ୍ଦ୍ର ଗୁଡିକରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଟିକା ନଥିବାରୁ ଲୋକେ ଟିକାକେନ୍ଦ୍ରକୁ ଆସି ଫେରି ଯାଉଥିବା ଦେଖାଦେଇଛି । ସେପଟେ ସରକାର ଗ୍ରାମାଞ୍ଚଳକୁ ପ୍ରାଧାନ୍ୟ ଦେଇ ଅଧିକ ଟିକା ପ୍ରଦାନ କରିବାକୁ ଦାବି କରିଛନ୍ତି କଣ୍ଟାବାଡ଼ ସରପଞ୍ଚ ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ