ETV Bharat / state

ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ, ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

author img

By

Published : Mar 31, 2023, 7:06 PM IST

ରାଜ୍ୟରେ ବର୍ଦ୍ଧିତ କୋରୋନା ସଂକ୍ରମଣ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢ଼ନ୍ତୁ

covid cases rise in odisha
ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ

ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ

ଭୁବନେଶ୍ବର: ଦେଶରେ ପୁଣି କାୟା ବିସ୍ତାର କରୁଛି କୋରୋନା । ଲଗାତାର ଭାବେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମଧ୍ୟ ସଂକ୍ରମଣ ଉପର ମୁହାଁ ହୋଇ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ 49 ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟର ମୋଟ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା 158କୁ ବୃଦ୍ଧି ହୋଇଛି । ତେବେ ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣ ନେଇ ଆଦୌ ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣ ନେଇ ଭୟଭୀତ ନହେବାକୁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଏନେଇ ସେ କହିଛନ୍ତି, "ଗୁରୁବାର ରାଜ୍ୟରେ ୪୯ ଜଣ କୋଭିଡ ପାଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କର ଜିନମ୍ ସିକ୍ୱେନ୍ସିଂ ଟେଷ୍ଟ ପାଇଁ ପଠାଯାଇଛି । କେବଳ ରିପୋର୍ଟକୁ ଅପେକ୍ଷା ରହିଛି । ରିପୋର୍ଟ ଆସିଲେ ଜଣାପଡ଼ିବ ଯେ, ଏହା କେଉଁ ଭାରିଏଣ୍ଟ ରହିଛି । କିନ୍ତୁ ବର୍ତ୍ତମାନ ବ୍ୟସ୍ତ ହେବା ଭଳି କିଛି ସ୍ଥିତି ଉପୁଜିନାହିଁ, କୋଭିଡ ସବୁବେଳେ ରହିବ । ତେଣୁ ଯେଉଁ XBB1.16 ନୂଆ ଭୂତାଣୁ କଥା କୁହାଯାଉଛି ସେଥିରେ ବାହାରେ ଅନେକ ଲୋକ ସଂକ୍ରମିତ ହେଲେଣି । ଗୁରୁତର ରୋଗୀଙ୍କ ସଂଖ୍ୟା କମ୍‌ ରହିଛି । କିଛି ରୋଗୀଙ୍କ ଠାରେ ଲକ୍ଷଣ ଆଦୌ ନଥିବାବେଳେ କିଛି ରୋଗୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ।" ତେବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସଂଖ୍ୟା ଖୁବ୍ କମ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ମୋଟ କୋରୋନା ରୋଗୀ ସଂଖ୍ୟା ୧୫୮ ରହିଛି । ସେଥି ମଧ୍ୟରୁ ମାତ୍ର ଜଣେ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ସେହିଭଳି ଦିନକ ମଧ୍ୟରେ ରାଜ୍ୟରେ 17 କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏଣୁ ଭୟଭୀତ ହେବାର ଆବଶ୍ୟକତା ଆଦୌ ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ପ୍ରକାଶ ଥାଉକି, ଦେଶରେ ପୁଣି କୋଭିଡ ସଂକ୍ରମଣ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 4 ହଜାରରୁ ଅଧିକ କୋଭିଡ ପାଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସଂକ୍ରମଣ ନୁହେଁ ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ଗତ ତିନି ବର୍ଷ ମଧ୍ୟରେ ଚଳିତବର୍ଷର ସଂକ୍ରମଣ ଯଦିଓ ବେଶ ଅଧିକ ନୁହେଁ ତଥାପି ସଜାଗ ସଚେତନତା ରହିବା ଅତ୍ୟନ୍ତ ଜରୁରୀ ଅଟେ । ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ବାଜ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ଦେଶରେ କୋଭିଡ଼ ପଜିଟିଭ ସଂଖ୍ୟା ବଢ଼ୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ପୁଣି ଥରେ ଭୟ ଦେଖା ଦେଇଛି । ତେବେ ବଢ଼ୁଥିବା ସଂକ୍ରମଣ ପଛରେ ନୂଆ ସବ୍‌ ଭ୍ୟାରିଏଣ୍ଟ ରହିଛି । ଯାହାର ନାମ XBB1.16 ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.