ETV Bharat / state

ଓଡ଼ିଶାରେ ଦୁଇ JN.1 ସଂକ୍ରମିତ ଚିହ୍ନଟ

author img

By ETV Bharat Odisha Team

Published : Jan 4, 2024, 11:36 AM IST

Updated : Jan 4, 2024, 12:28 PM IST

JN.1 Variant Detected in Odisha: ଓଡ଼ିଶାରେ କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । 2 ଜଣ ଜେଏନ1 ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

JN.1 variant detected in odisha
JN.1 variant detected in odisha
JN 1 variant detected in odisha

ଭୁବନେଶ୍ବର: ସତ ହେଲା ଆଶଙ୍କା । ଓଡ଼ିଶାରେ ଚିହ୍ନଟ ହେଲେ ଜେଏନ1 ସଂକ୍ରମିତ । ରାଜ୍ୟରେ ଦୁଇ ଜଣ କୋରୋନାର ନୂଆ ଭାରିଆଣ୍ଟ ଜେଏନ1 ସଂକ୍ରମିତ ହୋଇଥିବା ଜଣାପଡିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ବର । ଦୁହେଁ କେରଳରୁ ଫେରିଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ରାଜ୍ୟରେ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କର ଜିନୋମ ସିକ୍ୟୁଏନ୍ସ ପାଇଁ ପଠାଯାଇଥିଲା । ସେଥିରୁ ଦୁଇ ଜଣ ଜେଏନ1 ପଜିଟିଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ କୋଭିଡ ଆକ୍ଟିଭ କେସ 25 ରହିଥିବା ବେଳେ ଦୁଇ ଜଣ ଜେଏନ 1 ସଂକ୍ରମିତ ହୋଇଛନ୍ତି । ତେବେ ଦୁଇ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଜେଏନ1 ସଂକ୍ରମିତ ବୋଲି ଜଣାପଡିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ତେବେ ଦୁଇ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ ବାସିନ୍ଦା ବୋଲି ଜଣାପଡିଥିବା ବେଳେ ସେ ବର୍ତ୍ତମାନ ହୋମ ଆଇସୋଲେନରେ ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ଜଣେ ସଂକ୍ରମିତ ଭୁବନେଶ୍ବରର ହୋଇଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଆଉ ୫ କରୋନା ଚିହ୍ନଟ, 24 ଛୁଇଁଲା ସକ୍ରିୟ ସଂଖ୍ୟା

ଏନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, "ରାଜ୍ୟରେ ଚିହ୍ନଟ ହୋଇଥିବା ଜେଏନ1 ସଂକ୍ରମିତଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଭୁବନେଶ୍ବରେ ଚିହ୍ନଟ ହୋଇଥିବା ଜେଏନ ସଂକ୍ରମିତଙ୍କ ବୟସ 83 ବର୍ଷ । ତେବେ ଗତ 24 ଘଣ୍ଟାରେ ରାଜ୍ୟରୁ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିୟମ ଅନୁସାରେ ସଂକ୍ରମିତ ଚିହ୍ନଟ ହେବା ପରେ ଆମେ ସମସ୍ତଙ୍କ ନମୁନା ଜିନୋମ ସିକ୍ବେନ୍ସ ପାଇଁ ପଠାଉଛୁ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ନେଇ ଆମ ପାଖରେ କୌଣସି ଖବର ନାହିଁ ।''

କୋରୋନା ପିକ ସମୟରେ ଯେଉଁଭଳି ଭାବେ ସତର୍କତା ଅବଲମ୍ବନ କରାଯାଉଥିଲା ସେଭଳି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମେ ନିକଟରେ ପର୍ଯ୍ୟାପ୍ତ ପରିମାଣର କିଟ୍ ରହିଛି । ସମସ୍ତଙ୍କୁ ଅନୁରୋଧ ଯଦି ଲକ୍ଷଣ ଦେଖାଯାଉଛି ତାହେଲେ ଟେଷ୍ଟ କରି ନିଅନ୍ତୁ । ତେବେ ଦେଶରେ ଜେଏନ1 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ଜେଏନ1 ସଂକ୍ରମିତ ଏକ ପ୍ରକାର ଚିନ୍ତାକୁ ବୃଦ୍ଧି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 4, 2024, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.