ETV Bharat / state

ସଡକ ଯୋଜନାରେ ହରିଲୁଟ, ଗୋଟିଏ ରାସ୍ତାକୁ ଦୁଇଟି ବିଭାଗରୁ ଅନୁଦାନ - ବାଟବଣା ହେଉଛି ସରକାରୀ ଅର୍ଥ

ବାଟବଣା ହେଉଛି ସରକାରୀ ଅର୍ଥ । ଗୋଟିଏ ରାସ୍ତାକୁ ଦୁଇଟି ବିଭାଗ ପକ୍ଷରୁ ମିଳିଛି ଅନୁଦାନ । ଏଭିଳି ଏକ ଘଟଣା ଦେଖିବାକୁ ମିଳିଛି ଟୀକାତାଳ କୋଦୁଅବେରଣୀରେ । ଅଧିକ ପଢନ୍ତୁ

ସଡକ ଯୋଜନାରେ ହରିଲୁଟ, ଗୋଟିଏ ରାସ୍ତାକୁ ଦୁଇଟି ବିଭାଗରୁ ଅନୁଦାନ

author img

By

Published : May 14, 2022, 2:04 PM IST

ଖୋର୍ଦ୍ଧା: ବାଟବଣା ହେଉଛି ସରକାରୀ ଅର୍ଥ । ଗୋଟିଏ ରାସ୍ତାକୁ ଦୁଇଟି ବିଭାଗ ପକ୍ଷରୁ ମିଳିଛି ଅନୁଦାନ । ଏଭିଳି ଏକ ଘଟଣା ଦେଖିବାକୁ ମିଳିଛି ଟୀକାତାଳ କୋଦୁଅବେରଣୀରେ । ଗୋଟିଏ ରାସ୍ତାକୁ କିଭଳି ଦୁଇଟି ବିଭାଗରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଟୀକାତାଳ କୋଦୁଅବେରଣୀ ପୁର୍ତ୍ତ ବିଭାଗ ରାସ୍ତାରୁ ଅନ୍ୟ ଏକ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଭୟା କୋଶଳାଶୁଣି ମନ୍ଦିର ଦେଇ ଯାଇଛି ।

ସଡକ ଯୋଜନାରେ ହରିଲୁଟ, ଗୋଟିଏ ରାସ୍ତାକୁ ଦୁଇଟି ବିଭାଗରୁ ଅନୁଦାନ

ରାସ୍ତା ଉପରେ ଏହାର ଫଳକ ମଧ୍ୟ ଲାଗିଛି ଏବଂ ଏହି ରାସ୍ତା ପାଇଁ ବିଭାଗ ପକ୍ଷରୁ 40ଲକ୍ଷ ଟଙ୍କା ଟେଣ୍ଡର ମଧ୍ୟ ସରିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ରାସ୍ତା ନିକଟରେ ବୋଲଗଡ଼ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ୟଏକ ଫଳକ ମରାଯାଇ 5ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ତେବେ ଗୋଟିଏ ରାସ୍ତାକୁ କିଭଳି ଦୁଇଟି ବିଭାଗରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଚାରିବାରୁ ରାସ୍ତାଟି ବିଭଗ ଅଧୀନରେ ଥିବା କହିଛନ୍ତି । ସେପଟେ ବୋଲଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ କୋଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.