ETV Bharat / state

ଜବରଦଖଲ ଉଚ୍ଛେଦ ବନ୍ଦ ହେବାରୁ ଧାରଣାରେ କର୍ପୋରେଟର - ଧାରଣାରେ ବସିଛନ୍ତି କର୍ପୋରେଟର

ଜବରଦଖଲ ଉଚ୍ଛେଦ ବନ୍ଦ ହେବାରୁ ୨ ଦିନ ହେବ ଧାରଣାରେ ବସିଛନ୍ତି କର୍ପୋରେଟର । BMCର ଅସାଧୁ କର୍ମଚାରୀ ଓ ଜବରଦଖଲକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲୋକଙ୍କ ହିତରେ ଥିବା କାର୍ଯ୍ୟ ଦୀର୍ଘଦିନ ଧରି ବନ୍ଦ ହୋଇପଡିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଧାରଣାରେ କର୍ପୋରେଟର
ଧାରଣାରେ କର୍ପୋରେଟର
author img

By

Published : Dec 24, 2022, 8:09 AM IST

ଧାରଣାରେ କର୍ପୋରେଟର

ଭୁବନେଶ୍ବର: ଆମରଣ ଅନଶନରେ କର୍ପୋରେଟର । ଜବରଦଖଲ ଉଚ୍ଛେଦ ବନ୍ଦ ହେବାରୁ ୨ ଦିନ ହେବ ଧାରଣାରେ ବସିଛନ୍ତି କର୍ପୋରେଟର । ଗୌତମନଗରରେ ହୋଇଥିବା‌ ଏକ ଜବରଦଖଲକୁ ଉଚ୍ଛେଦ କରିବା ବନ୍ଦ କରିବାରୁ ଏହାର ବିରୋଧରେ ଧାରଣା ଦେଇଛନ୍ତି ୫୫ ନମ୍ବର ୱାର୍ଡର କର୍ପୋରେଟର ନୃପେଶ ନାୟକ ।

BMC କାର୍ଯ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ଦୀର୍ଘ ବର୍ଷ ଧରି ଚାଲିଥିବା ଜବରଦଖଲର ନାଟକର ଅନ୍ତ ହେଉନଥିବାବେଳେ ଏହାର ଉଚ୍ଛେଦ ନହେବା ଯାଏଁ ଆମରଣ ଅନଶନରେ ବସି ରହିବେ ବୋଲି କହିଛନ୍ତି କର୍ପୋରେଟର । ଅଭିଯୋଗ ଅନୁସାରେ ପାଖାପାଖି ୪୦ ବର୍ଷ ଧରି ଜବରଦଖଲରେ ରହିଥିବା ଘରକୁ ନଭାଙ୍ଗି ଉଚ୍ଛେଦ ଟିମ୍‌ ସେଠାରୁ ଫେରିଛି । ଅନେକ ଥର BMC, ବିଧାୟକ ଓ ମନ୍ତ୍ରୀଙ୍କ ଭାଙ୍ଗିବାକୁ ଅନୁମତି ଥାଇ ମଧ୍ୟ ଜବରଦଖଲକାରୀଙ୍କ ଘରୁ ଏହାକୁ ମିଶାଇ ଚାରି ଚାରି ଥର ଫେରିଲାଣି ଉଚ୍ଛେଦ ଟିମ । ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ କର୍ପୋରେଟରଙ୍କ ସହ ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହାସହ ସେମାନେ ଅଭଯୋଗ କରିଛନ୍ତି ଯେ ଉଠାଦୋକାନୀ ଓ ଗରିବ ବସ୍ତି ବାସିନ୍ଦାଙ୍କୁ ବଳପୂର୍ବକ ସରକାରୀ ଜମିରୁ ହଟାଇ ଦିଆଯାଉଥିବାବେଳେ ପ୍ରଭାବଶାଳୀ ଜବରଦଖଲକାରୀଙ୍କ ପାଇଁ BMCର ବଳ ପାଉନା‌ହିଁ ।

ଏନେଇ ଧାରଣାରତ କର୍ପୋରେଟର କହିଛନ୍ତି, ନିର୍ଦ୍ଦିଷ୍ଟ କିଛି ଅଫିସରଙ୍କୁ ଟଙ୍କା ଦେଇ ଉଚ୍ଛେଦକୁ ବନ୍ଦ କରିଦିଆଯାଇଛି । ଏହି ଅସାଧୁ କର୍ମଚାରୀ ଓ ଜବରଦଖଲକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଜି ଲୋକଙ୍କ ହିତରେ ଥିବା କାର୍ଯ୍ୟ ଦୀର୍ଘଦିନ ଧରି ବନ୍ଦ ହୋଇପଡିଛି । ପ୍ରଭାବଶାଳୀ ବ୍ୟକ୍ତିର ଟଙ୍କା ନୁହଁ ସାଧାରଣ ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି BMC ଓ BDA ଏହି ଜବରଦଖଲକାରୀର ଘରକୁ ଭାଙ୍ଗନ୍ତୁ ।" ତେବେ ଯଦି ବିଡିଏ ଏହି ଜବରଦଖଲକୁ ନଭାଙ୍ଗେ, ତେବେ ମରିବି ପଛେ, କିନ୍ତୁ ଆନ୍ଦୋଳନରୁ ହଟିବି ନାହିଁ ବୋଲି କହିଛନ୍ତି କର୍ପୋରେଟର ।

ସୂଚନା ଥାଉକି ୨୦୧୭ ମସିହାରେ ଉକ୍ତ ୪୪ ଡିସିମିଲ ବିଶିଷ୍ଟ ସରକାରୀ ଜମିରେ ଶିଶୁ ଉଦ୍ୟାନ ଓ ୪୦ ଡିସିମିଲ କମ୍ୟୁନିଟି ହଲ ନିର୍ମାଣ କରିବା ପାଇଁ ବିଏମ୍‌ସି ପକ୍ଷରୁ ସ୍ଥିର କରାଯାଇଥିଲା । ମାତ୍ର ପରେ ଜଣାଗଲା ଯେ ଉକ୍ତ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତି ଉଚ୍ଛେଦକୁ ବିରୋଧ କରି ୨୦୧୬ ମସିହାରୁ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଛନ୍ତି ଏବଂ ପୂର୍ବରୁ ଉଚ୍ଛେଦ ସ୍କ୍ବାଡ୍‌ ମଧ୍ୟ ସେଠାରୁ ଫେରିଛନ୍ତି । ସେହିଭଳି ୨୦୨୧ ମସିହାରେ ତତ୍କାଳୀନ ବିଏମ୍‌ସି କମିସନର ପ୍ରେମଚାନ୍ଦ ଚୌଧୁରୀ ତୁରନ୍ତ ଏହି ଜମିକୁ ଜବରଦଖଲମୁକ୍ତ କରିବା ସହ ଶିଶୁ ଉଦ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେତେବେଳେ ବି ଉଚ୍ଛେଦ ହୋଇପାରିଲାନାହିଁ । ପୁଣି ୨୦୨୨ରେ ଭାଙ୍ଗିବାକୁ ଅନୁମତି ମିଳିଥିବାବେଳେ ଗୁରୁବାର ଉଚ୍ଛେଦ ଟିମ୍‌ ସେଠାରେ ପହଞ୍ଚିଥିଲା । ଗୋଟିଏ ଘରର ଫାଳେ କାନ୍ଥ ଭାଙ୍ଗିଥିବା ବେଳେ ସମୟ ସରିଯାଇଛି କହି JCB ଧରି ବିଡିଏ ଟିମ ଫେରିଯାଇଥିଲା । ଏହାକୁ ବିରୋଧ କରି ନୃପେଶ ନାୟକ ଗତକାଲିଠୁ ଧାରଣାରେ ବସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.