ETV Bharat / state

କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ପୁରାତନ ଛାତ୍ର ସଂସଦ

author img

By

Published : Jun 16, 2020, 9:10 PM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ କୋରୋନା ଲଢେଇର ଆଗଧାଡିର ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି । ଏହି ସମ୍ବର୍ଦ୍ଧନା ଆଗାମୀ ଦିନରେ କୋରୋନା ମୁକାବିଲା କରିବା ପାଇଁ ଅଧିକ ଉତ୍ସାହ ଯୋଗାଇବ ବୋଲି ଜଣେ ଆଶା କର୍ମୀ କହିଛନ୍ତି । ଅଧିକ ପଢନ୍ତୁ...

Corona Warriors were honored by the former student union president
କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ପୁରାତନ ଛାତ୍ର ସଂସଦ

ଖୋର୍ଦ୍ଧା: ମହାମାରୀ କୋରୋନା ତାଣ୍ଡବରେ ସାରା ବିଶ୍ବ ଆତଙ୍କିତ । ଏହାର ପ୍ରତିହତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ତୃଣମୂଳ ସ୍ତରରେ ଯୋଦ୍ଧା ସାଜିଛନ୍ତି ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ସରପଞ୍ଚ, ପୋଲିସ ଓ ସାମ୍ବାଦିକ ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ କୋରୋନା ଲଢେଇର ଏହି ଆଗଧାଡିର ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି । ଯାହା ଆଗାମୀ ଦିନରେ କୋରୋନା ମୁକାବିଲା କରିବା ପାଇଁ ଅଧିକ ଉତ୍ସାହ ଯୋଗାଇବ ବୋଲି ଜଣେ ଆଶା କର୍ମୀ କହିଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଛାତ୍ର ସଂସଦ ସଭାପତି ଶିବ ନାରାୟଣ ମିଶ୍ର ଏବଂ ବେଗୁନିଆ ଥାନା ଅଧିକାରୀ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.