ଖୋର୍ଦ୍ଧା: କଟକଣାକୁ ଫୁ କରି ଖୋର୍ଦ୍ଧା ମା ଗଡମାଣିତୀର ଙ୍କ ନିକଟରେ ପଡିଲା ବଳି । ମହା ଆଡମ୍ବରରେ ମା' ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଛେଳି ବଳି ହେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, କୋରୋନା କଟକଣାକୁ ଖାତିର ନକରି ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ସହ ସହ ଲୋକେ ଜମା ହୋଇଛନ୍ତି । ଏଥି ସହ ଜଣେ ଭକ୍ତଙ୍କ ଦେହରେ ମା ଉଭା ହୋଇ ଭକ୍ତଙ୍କୁ ଆର୍ଶୀବାଦ କରୁଥିବା ଦେଖିବାକୁ ମିଳିଛି ।
ତେବେ ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡଲାଇନକୁ ବେଖାତିର କରି ଏଠାରେ ମା'ଙ୍କ ପୂଜା କରାଯାଉଥିଲା । ଯେଉଁଥିରେ କି ଗଡମାଣିତୀର ଗାଁର ଶହଶହ ଲୋକ ସାମିଲ ହୋଇଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ସଂକ୍ରମଣ ବଢିବାରେ ଏହା ମୁଖ୍ୟ କାରଣ ହେବନି ତ ?
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ