ETV Bharat / state

କୋରୋନା ଛଡ଼ାଇନେଇଛି ଚିଲିକା ଡଙ୍ଗା ଚାଳକଙ୍କ ଜୀବିକା - lockdown effect

କୋରୋନା ପ୍ରଭାବରେ ସାରା ଦେଶରେ ଲକଡ଼ାଉନ ହୋଇଛି । ଆଉ ଏହା ଦ୍ବାରା ବେଶି ପ୍ରଭାବିତ ହୋଇଛନ୍ତି ଚିଲିକାର ଯାତ୍ରୀବାହୀ ଡଙ୍ଗାଚାଳକ । ଲକଡାଉନ ପାଇଁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିବାରୁ ପର୍ଯ୍ୟଟକ ମାନେ ଆସୁନାହାନ୍ତି । ଯାହା ଫଳରେ ପର୍ଯ୍ୟଟନ ସ୍ଥଳୀ ଚିଲିକା ଉପରେ ନିର୍ଭର କରୁଥିବା ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଘରୋଇ ଡଙ୍ଗା ଚାଳକମାନେ ଏବେ ହାତବାନ୍ଧି ବସିରହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଛଡ଼ାଇନେଇଛି ଡଙ୍ଗା ଚାଳକଙ୍କ ଜୀବିକା
କୋରୋନା ଛଡ଼ାଇନେଇଛି ଡଙ୍ଗା ଚାଳକଙ୍କ ଜୀବିକା
author img

By

Published : May 12, 2020, 8:48 AM IST

Updated : May 12, 2020, 9:01 AM IST

ଖୋର୍ଦ୍ଧା : କୋରୋନା ପ୍ରଭାବରେ ସାରା ଦେଶରେ ଲକଡ଼ାଉନ ହୋଇଛି । ଆଉ ଏହା ଦ୍ବାରା ବେଶି ପ୍ରଭାବିତ ହୋଇଛନ୍ତି ଚିଲିକାର ଯାତ୍ରୀବାହୀ ଡଙ୍ଗାଚାଳକ । ଲକଡାଉନ ପାଇଁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିବାରୁ ପର୍ଯ୍ୟଟକ ମାନେ ଆସୁନାହାନ୍ତି । ଯାହା ଫଳରେ ପର୍ଯ୍ୟଟନ ସ୍ଥଳୀ ଚିଲିକା ଉପରେ ନିର୍ଭର କରୁଥିବା ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଘରୋଇ ଡଙ୍ଗା ଚାଳକମାନେ ଏବେ ହାତବାନ୍ଧି ବସିରହିଛନ୍ତି ।

କୋରୋନା ଛଡ଼ାଇନେଇଛି ଚିଲିକା ଡଙ୍ଗା ଚାଳକଙ୍କ ଜୀବିକା

ଯାତ୍ରୀମାନଙ୍କୁ ନେଇ ଚିଲିକାରେ ଭ୍ରମଣ କରାଇଲେ ନିଜର ଗୁଜୁରାଣ ମେଣ୍ଟାଉଥିବା ପରିବାର ଏବେ ଦୁର୍ଦ୍ଦିନରେ ରହୁଥିବା ଜଣାପଡ଼ିଛି । ମହାମାରୀ କୋରୋନା ଯୋଗୁଁ ସାରା ରାଜ୍ୟ ଓ ଦେଶରେ ଏବେ ତାଲାବନ୍ଦ । ନା ଆସୁଛନ୍ତି ପର୍ଯ୍ୟଟକ ନା ଚାଲୁଛି ସେମାନଙ୍କ ଯାତ୍ରୀବାହୀ ଡ଼ଙ୍ଗା । କୋରୋନାର ଚଡକ ପଡିଛି ସେମାନଙ୍କ ମୁଣ୍ଡରେ, ହନ୍ତସନ୍ତ ହେଉଛନ୍ତି ଏକହଜାରରୁ ଉର୍ଦ୍ଧ୍ବ ପରିବାର । ଯାହାଫଳରେ ଦୁଇ ଓଳା ଦୁଇ ମୁଠା ଖାଇବାକୁ ମିଳୁନାହିଁ ପେଟକୁ ଦାନା । ଅଭାବ ଅନଟନରେ ଦିନ କାଟୁଛନ୍ତି । ସରକାର ଏମାନଙ୍କ ପାଇଁ ସହାୟତା ଦେବାକୁ ଦାବି କରିଛନ୍ତି ଡଙ୍ଗା ଚାଳକମାନେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 12, 2020, 9:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.