ETV Bharat / state

ଖୋର୍ଦ୍ଧା ଶ୍ରୀଚନ୍ଦନପୁର ପାଟଣା ସମବାୟ ସମିତି ନିର୍ବାଚନ ସ୍ଥଗିତ

author img

By

Published : Jun 5, 2022, 10:41 PM IST

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିତିରେ ନିର୍ବାଚନ ସ୍ଥଗିତ । ସମିତି ସମ୍ପାଦକ ବେଆଇନ ଭାବେ ୩୯ ନୂତନ ଭୋଟରଙ୍କ ନାମ ପଞ୍ଜିକୃତ କରିଥିବା ଅଭିଯୋଗ । ଦୁଇ ଗୋଷ୍ଠୀ ମୁହାଁମୁହିଁ । ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ଶ୍ରୀଚନ୍ଦନପୁର ପାଟଣା ସମବାୟ ସମିତି ନିର୍ବାଚନ ସ୍ଥଗିତ
ଖୋର୍ଦ୍ଧା ଶ୍ରୀଚନ୍ଦନପୁର ପାଟଣା ସମବାୟ ସମିତି ନିର୍ବାଚନ ସ୍ଥଗିତ

ଖୋର୍ଦ୍ଧା: ବୋଲଗଡ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିତିରେ ନିର୍ବାଚନକୁ ସାମୟିକ ଭାବେ ବନ୍ଦ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ । ଉକ୍ତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସମୟ ଆଜି(ରବିବାର)କୁ ଧାର୍ଯ୍ୟ ହୋଇଥିଲା । ତେବେ ସମିତି ସମ୍ପାଦକ ବେଆଇନ ଭାବେ ୩୯ ଜଣ ବ୍ୟକ୍ତିଙ୍କ ନାମ ଭୋଟ ତାଲିକାରେ ସଂଯୋଗ କରିଥିବା ପ୍ରତିବାଦରେ କିଛି ସଦସ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ଉକ୍ତ ସମବାୟ ସମିତିର ସମ୍ପାଦକ ୩୯ ଜଣ ବ୍ୟକ୍ତିଙ୍କ ନାମ ଭୋଟ ତାଲିକାରେ ନୂତନ ଭୋଟର ଭାବେ ଅନ୍ତର୍ଭୁକ୍ତ କରିଥିଲେ । ଏହା ବେଆଇନ୍ ପ୍ରକ୍ରିୟାରେ ହୋଇଥିବା ଦର୍ଶାଇ କିଛି ସଦସ୍ୟ ୩ ଦିନ ଧରି ଅଭିଯୋଗ କରିଆସୁଛନ୍ତି । ତେବେ ଆଜି ସେମାନେ ଏହାର ପ୍ରତିବାଦରେ ଧାରଣାରେ ବସିଥିବା ସମୟରେ ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବିରୋଧ କରିଥିଲେ । ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସ୍ଥିତି ଦେଖି ଏସଡିପିଓ ସୁଶିଲ କୁମାର ମିଶ୍ରଙ୍କ ନେତୃତ୍ବରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଘଟଣାସ୍ଥଳରେ ବେଗୁନିଆ ତହସିଲଦାର ପୃଥ୍ବୀବଲ୍ଲଭ ମଣ୍ଡଳ ପହଞ୍ଚି ଦୁଇ ପକ୍ଷଙ୍କ ସହ ଆଲୋଚନା କରିଥିଲେ । ତେବେ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ତହସିଲଦାର ଆଲୋଚନା କରିବା ପରେ ନିର୍ବାଚନ ସ୍ଥଗିତ ନେଇ ନିର୍ବାଚନ ଅଧିକାରୀ ଲିଖିତ ଭାବେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.