ETV Bharat / state

ଦୁଇ ଗୋଷ୍ଠୀ ବିବାଦରେ ରନ୍ଧା ହେଲାନି ମଧ୍ୟାହ୍ନ ଭୋଜନ, ଭୋକିଲା ଛାତ୍ରଛାତ୍ରୀ

ପ୍ରଶାସନ ଓ ସ୍ବୟଂ ସହାୟକ ଗୋଷ୍ଠୀ ବିବାଦ ପାଇଁ ରନ୍ଧା ହେଲାନି ମଧ୍ୟାନ୍ନ ଭୋଜନ । ଫଳରେ ଛାତ୍ରଛାତ୍ରୀ ଭୋକିଲା ରହିଥିବା ଦେଖିବାକୁ ମିଳିଛି । ଏପରି ଘଟଣା ଘଟିଛି ନୟାଗଡ ଜିଲ୍ଲାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Controversy over cooking at school, Students are hungry
ମଧ୍ୟାହ୍ନ ଭୋଜକୁ ଦୁଇ ଗୋଷ୍ଠି ମଧ୍ୟରେ କଳି, ଭୋକିଲା ରହିଲେ ଛାତ୍ରଛାତ୍ରୀ
author img

By

Published : Mar 4, 2020, 11:41 PM IST

ଖୋର୍ଦ୍ଧା: ପ୍ରଶାସନ ଓ ସ୍ବୟଂ ସହାୟକ ଗୋଷ୍ଠି ମଧ୍ୟରେ ବିବାଦ ଯୋଗୁଁ ରନ୍ଧା ହେଲାନି ମଧ୍ୟାହ୍ନ ଭୋଜନ । ଫଳରେ ଉପାସ ରହିଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାରେ ଥିବା ରଘୁଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ।

ମଧ୍ୟାହ୍ନ ଭୋଜକୁ ଦୁଇ ଗୋଷ୍ଠି ମଧ୍ୟରେ କଳି, ଭୋକିଲା ରହିଲେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ରଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍କୁଲରେ ଖାଦ୍ୟ ଯୋଗାଉଥିବା ଗଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଏଥିରୁ ବିରତି ଦେଇଥିଲେ । ତାଙ୍କ ବଦଳରେ ଅନ୍ୟଏକ ଗୋଷ୍ଠିକୁ ଦାୟିତ୍ବ ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗଜଲକ୍ଷ୍ମୀ ସ୍ବଂୟ ସହାୟକ ଗୋଷ୍ଠିର ସଭାନେତ୍ରୀ ସ୍କୁଲରେ ପହଞ୍ଚି ରୋଷେଇ ଘରେ ତାଲା ପକାଇ ଦେଇଥିଲେ । ଏପଟେ ମାମଲା ଥାନାରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇପାରିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.