ETV Bharat / state

ସଜ-ବାସି ତୁଳସୀକୁ ନେଇ ବିବାଦ, ଚର୍ଚ୍ଚାରେ କଂଗ୍ରେସର ତୁଳସୀ ଯାତ୍ରା - ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା

Tulasi Yatra: ଡିସେମ୍ବର 1 ତାରିଖରେ କଂଗ୍ରେସ କରିବ ତୁଳସୀ ଯାତ୍ରା । ହେଲେ ତୁଳସୀକୁ ନେଇ ଏବେ ଉଠିଛି ଆପତ୍ତି । ଅଧିକ ପଢନ୍ତୁ

ସଜ-ବାସି ତୁଳସୀକୁ ନେଇ ବିବାଦ, ଚର୍ଚ୍ଚାରେ କଂଗ୍ରେସର ତୁଳସୀ ଯାତ୍ରା

author img

By ETV Bharat Odisha Team

Published : Nov 27, 2023, 10:54 PM IST

ସଜ-ବାସି ତୁଳସୀକୁ ନେଇ ବିବାଦ, ଚର୍ଚ୍ଚାରେ କଂଗ୍ରେସର ତୁଳସୀ ଯାତ୍ରା

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର 4 ଦ୍ୱାର ଖୋଲିବା ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା । ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ରତ୍ନ ଅଳଙ୍କାର ମଣତି,ଗଣତି ଏବଂ ମରାମତି, ପୁରୀ ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ଦାବି ନେଇ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲା । ହେଲେ ରାଜ୍ୟ ସରକାର ଶୁଣିଲେ ନାହିଁ । ଏହାପରେ ରାଜ୍ୟସାରା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଘଣ୍ଟ ଘଣ୍ଟା ବାଡେଇ ପ୍ରତିବାଦ କରିଥିଲା ରାଜ୍ୟ କଂଗ୍ରେସ କିନ୍ତୁ ସରକାରଙ୍କ ଉପରେ କୌଣସି ଚାପ ପଡି ନ ଥିଲା । ତୁଳସୀକୁ ନେଇ ସାଧାରଣ ଲୋକଙ୍କ ଭାବା ବେଗ ଯୋଡି ହୋଇଛି । ଏଣୁ ଶ୍ରୀଜଗନ୍ନାଥଙ୍କ ପରମ ପ୍ରିୟ ତୁଳସୀକୁ ନେଇ କଂଗ୍ରେସ ପ୍ରତିବାଦ କରିବ । ଡିସେମ୍ବର 1 ତାରିଖରେ ଭୁବନେଶ୍ୱରରୁ ଶରଧାବାଲିକୁ ତୁଳସୀ ଯାତ୍ରା କରିବ ରାଜ୍ୟ କଂଗ୍ରେସ । ଡିସେମ୍ବର 1 ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ତୁଳସୀକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରାଯିବ । ଓଡିଶାର 314 ବ୍ଲକ, 120 ପୌରାଞ୍ଚଳରୁ ତୁଳସୀ ସଂଗ୍ରହ କରାଯିବ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ପୁରୀ ଶରଧାବାଲିରେ କଂଗ୍ରେସ କର୍ମୀ, ନେତା ଏକାଠି ହୋଇ ଏକ ସଂକୀର୍ତ୍ତନ ମଣ୍ଡଳୀ ଶ୍ରୀମନ୍ଦିର ଅଭିମୁଖେ ଯିବ ।

ଏହା ମଧ୍ୟ ପଢନ୍ତୁ.... ଡ଼ିସେମ୍ବର 1ରେ କଂଗ୍ରେସର ତୁଳସୀ ଯାତ୍ରା, ପୁରୀରେ ପ୍ରସ୍ତୁତି ବୈଠକ ଶେଷ

ହେଲେ ତୁଳସୀକୁ ନେଇ ଏବେ ଉଠିଛି ଆପତ୍ତି । କାରଣ ପୁରୀରୁ ସଜ ତୁଳସୀ ନେଇ ମହାପ୍ରଭୁଙ୍କୁ ଅର୍ପଣ କରାଯିବ ଏବଂ ସାରା ରାଜ୍ୟରୁ ଯେଉଁ ତୁଳସୀ ଆସିଥିବ ସେଗୁଡିକୁ ପୁରୀରେ ଅନ୍ୟ ସ୍ଥାନରେ ରହିବ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ସଜ ତୁଳସୀ,ବାସି ତୁଳସୀ ବୋଲି ପୁରୀରେ ଶୁଣିବାକୁ ମିଳିଛି ବିରୋଧାଭାସ । ଶ୍ରୀମନ୍ଦିର ଚୁନାରା ସେବକଙ୍କ ମତରେ ତୁଳସୀ ହେଉଛି ମହାପ୍ରଭୁଙ୍କ ଅତ୍ୟନ୍ତ ପ୍ରିୟ । ତୁଳସୀ ମହାପ୍ରଭୁଙ୍କ ମଥାରେ ଲାଗେ । ତୁଳସୀ ସବୁବେଳେ ସତ୍ୟ ଓ ପବିତ୍ର । ତୁଳସୀକୁ ସଜ ବାସି କହିବା ପାପ । ତୁଳସୀ କାଳିଆ ସାଆନ୍ତଙ୍କ ଶୀର୍ଷ ଦେଶରେ ଗଭା ଆକାରରେ ସଜାଯାଏ । ତୁଳସୀ ଅତ୍ୟନ୍ତ ସୁବାସିତ । ତୁଳସୀ ଏକ ଅନନ୍ୟ ସଂସ୍କୃତି ହିନ୍ଦୁ ଜାତିର । ତେଣୁ ତୁଳସୀର ସଜ ଆଉ ବାସି କିଛି ନଥାଏ । ଭକ୍ତମାନେ ଯେଉଁ ତୁଳସୀ ମାଳ ନେଇ ଆସନ୍ତି ତାକୁ ଖୁଣ୍ଟିଆ ସେବାୟତ ମାନେ ନେଇ ଯଥୋଚିତ ସ୍ଥାନରେ ରଖନ୍ତି,ପରେ ସେଗୁଡିକୁ ସଂସ୍କାରିତ କରାଯାଇ ମହାପ୍ରଭୁଙ୍କ ବେଶ ସମୟରେ ଶ୍ରୀଅଙ୍ଗରେ ଲାଗି କରନ୍ତି ପୁଷ୍ପାଳକ ସେବାୟତ ମାନେ । ତେବେ ଭୁବନେଶ୍ୱର କଂଗ୍ରେସ ଭବନରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବ ପିସିସି ଟିମ । ପିସିସି ସଭାପତି ଶରତ ପଟନାୟକଙ୍କ ସହ ପ୍ରଭାରୀ ଡ଼ ଚେଲା କୁମାର ଓ ଅନ୍ୟ ନେତା ମାନେ ଏହି ଯାତ୍ରାରେ ସାମିଲ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.