ETV Bharat / state

ଖୋର୍ଦ୍ଧା ଓ ବେଗୁନିଆରେ ପୁଣି ସକ୍ରିୟ ମାନବବାଦ ସଂଗଠନ, ବ୍ୟାନର ଲାଗିବା ପରେ ଭୟଭୀତ ଆଦିବାସୀ ଲୋକେ ! - ବ୍ୟାନର

ଖୋର୍ଦ୍ଧା ଜିଲ୍ଲାରେ ପୁଣି ମାନବବାଦ ସଂଗଠନ ନେଇ ସକ୍ରିୟ ନେଇ ହେଲା ଅଭିଯୋଗ । ମାନସ ଦାସର ଫଟୋ ଥିବା ବ୍ୟାନର ଲାଗିବା ପରେ ଭୟଭୀତ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 15, 2023, 6:44 PM IST

ଖୋର୍ଦ୍ଧା ଓ ବେଗୁନିଆରେ ପୁଣି ସକ୍ରିୟ ମାନବବାଦ ସଂଗଠନ

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ଓ ଏହାର ଆଖପାଖ ଅଞ୍ଚଳରେ ପୁଣି ସକ୍ରିୟ ହେଲାଣି ମାନବବାଦ ସଂଗଠନ । ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରି ଜେଲ ଯାଇଥିବା ଏହି ସଂଗଠନର ମୁଖ୍ୟ ମାନସ ଦାସ ଜେଲରୁ ମୁକୁଳିବା ପରେ ଜିଲ୍ଲାର ଅନେକ ସ୍ଥାନରେ ଦେଖିବାକୁ ମିଳିଛି ସଂଗଠନର ବ୍ୟାନର । ଏ ନେଇ ନିରୀହ ଆଦିବାସୀ ଲୋକେ ଭୟଭୀତ ଥିବା କହିଛନ୍ତି । ଏହି ବ୍ୟାନରରେ କୌଣସି ସଂଗଠନର ନାମ ଲେଖାଯାଇନଥିବା ବେଳେ ମାନସ ଦାସର ଫଟୋ ଥିବା ଦେଖିବାକୁ ମିଳିଛି ।

ଗତ ୨୦୨୧ ଅଗଷ୍ଟ ପହିଲାରେ ବେଗୁନିଆ ଥାନା ଅଭିମାନପୁରର ସତ୍ୟବ୍ରତ ନାୟକଙ୍କୁ ଚଟୁଆ ଛକରୁ ଡ଼ାକିନେଇ ହତ୍ୟା ପରେ ତାଙ୍କ ମୃତଦହେକୁ ମାନବବାଦୀ ସଂଗଠନର ଲୋକମାନେ ପୋଡ଼ିଦେଇଥିଲେ । ସେହିପରି ବେଗୁନିଆ ଥାନା କଡ଼ବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ଆକ୍ରମଣ ହୋଇଥିଲା । ଅତି ଅମାନୁଷିକ ଭାବେ ସଂଗଠନର ଲୋକମାନେ ଗୋଟିଏ ଘରେ ଆକ୍ରମଣ କରିଥିଲେ । ମାନବବାଦ ସଂଗଠନ ବିରୋଧରେ ଯିବାରୁ ଏଭଳି ଆକ୍ରମଣର ଶିକାର ହୋଇଥିଲେ ବାପ ପୁଅ । ଏ ସମ୍ପର୍କରେ ବେଗୁନିଆ ଥାନାରେ ମାଗୁଣିଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହେବା ସହ ମାନବବାଦ ସଂଗଠନର ଗୁମର ଖୋଲିଥିଲା ।

ଏହା ବି ପଢନ୍ତୁ- ମାନସ ଦାସଙ୍କ ବିଳାଶପୂର୍ଣ୍ଣ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ, ଜେଲ ଖାଦ୍ୟ ଖାଇ ବିତିଲା ପ୍ରଥମ ରାତି

ଉଭୟ ଘଟଣାରେ ତଥାକଥିତ ଗୁରୁଜୀ ମାନସ ଦାସଙ୍କ ସହ ତାଙ୍କର ଅନେକ ସହଯୋଗୀ ଗିରଫ ହୋଇଥିଲେ ଏବଂ ଗତବର୍ଷ ଜୁନ ମାସରେ ଜାମିନରେ ମୁକୁଳିଛନ୍ତି । ଆଉ ଏବେ ପୁଣି ସେ ଆଦିବାସୀଙ୍କୁ ସଂଗଠନରେ ସାମିଲ ହେବାକୁ ପ୍ରଲୋଭନ ଦେଖାଉଛନ୍ତି ଏବଂ ବିଭିନ୍ନ ସ୍ଥାନରେ ବୈଠକ କରି ଆଗାମୀ ଦିନରେ ସଂଗଠନ ସମ୍ପର୍କରେ ଆଲୋଚନା କରୁଥିବା କହିଛନ୍ତି ମୃତ ସତ୍ୟବ୍ରତ ନାୟକଙ୍କ ପୁତୁରା ବସନ୍ତ ନାୟକ । ବସନ୍ତଙ୍କ କହିବା କଥା ଜେଲରୁ ବାହାରି ପୁଣିଥରେ ଆତଙ୍କ ଖେଳାଇବାକୁ ଯୋଜନା କଲାଣି ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ।

ବିଭିନ୍ନ ସ୍ଥାନରେ ତା' ଲୋକମାନେ ବ୍ୟାନର ଲଗାଇଲେଣି ଆମେ ଭୟଭୀତ ଅଛୁ ଆମକୁ ସୁରକ୍ଷା ଦିଆଯାଉ । ସେହିପରି ଅଭିମାନପୁର ଗ୍ରାମର ରମେଶ ନାୟକ କହିଛନ୍ତି ମାନସ ଦାସଙ୍କ ଏହି ସଂଗଠନ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରେ ଆମେ ବର୍ତମାନ ଆଶା ଓ ଆଶଙ୍କାରେ ଅଛୁ । ମାନସ ଦାସଙ୍କ ମାନବବାଦ ସଂଗଠନ ଏବେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଆଦିବାସୀ ସାହିରେ ବ୍ୟାନର ଲାଗିଛି ।

ଏ ସମ୍ପର୍କରେ ଭୁଇଁପୁର ଆଦିବାସୀ ଗ୍ରାମର ବାବୁଲି ନାୟକ କହିଛନ୍ତି ମାନସ ଦାସର ଆତଙ୍କରାଜ ସମ୍ପର୍କରେ ଆମେ ଜାଣିଛୁ ଏବଂ ତା ସଂଗଠନକୁ ନଯିବା ପାଇଁ ଆମେ ନିରୀହ ଆଦିବାସୀମାନଙ୍କୁ ସଚେତନ କରୁଛୁ ଏବଂ ସରକାର ଏଭଳି ସଂଗଠନ ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ସେପଟେ ଡିଙ୍ଗରଠାରେ ଲାଗିଥିବା ବ୍ୟାନରରେ ଶତ୍ରୁଘ୍ନ ପାତ୍ରଙ୍କ ଫଟୋ ଥିବା ବେଳେ ଏ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ଏବଂ ଏହା ଏକ ରାଜନୈତିକ ଦଳ ହେବ ବୋଲି କହିବା ସହ ଆମକୁ ଡାକି ବ୍ୟାନର ଦେଲେ ଓ କହିଲେ ମାରିବା ପାଇଁ ବୋଲି କହିଛନ୍ତି । ସେହିପରି ଘଟଣା ସମ୍ପର୍କରେ ମାନସ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.