ETV Bharat / state

ବକେୟା ଦରମା ଦାବି, ଠିକା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ - ଖୋର୍ଦ୍ଧାରେ ଠିକା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବକେୟା ପ୍ରାପ୍ୟ ଦାବିରେ ଠିକା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଟିକାକରଣ ଏବଂ ଯାଞ୍ଚ କରୁଥିବା ଠିକା କର୍ମଚାରୀଙ୍କୁ ଦରମା ମିଳିନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

contractual workers protest for salary in khordha district medical
ବକେୟା ଦରମା ଦାବିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଠିକା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
author img

By

Published : May 2, 2022, 3:13 PM IST

ଖୋର୍ଦ୍ଧା: ବକେୟା ପ୍ରାପ୍ୟ ଦାବିରେ ଠିକା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଟିକାକରଣ ଏବଂ ଯାଞ୍ଚ କରୁଥିବା ଠିକା କର୍ମଚାରୀଙ୍କୁ ଦରମା ମିଳିନଥିବା ଅଭିଯୋଗ ହୋଇଛି। ଏନେଇ 11 ଜଣ ଠିକା କର୍ମଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବକେୟା ଦରମା ଦାବିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଠିକା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଠିକା କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ମାସରୁ ଦରମା ମିଳିନଥିବା ଅଭିଯୋଗ ହୋଇଛି। ଏଥିରେ 18 ଜଣ ଠିକା କର୍ମଚାରୀ ସାମିଲ ଅଛନ୍ତି। ଦିନକୁ 5 ଶହ ଟଙ୍କା ପ୍ରାପ୍ୟ ଧାର୍ଯ୍ୟ କରିଥିଲେ NHRM କର୍ତ୍ତୃପକ୍ଷ। 5 ମାସ ଦରମା ନ ମିଳିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଠିକା କର୍ମଚାରୀ । ଶୀଘ୍ର ବକେୟା ଦରମା ଦେବାନେଇ ଠିକା କର୍ମଚାରୀମାନେ ଆଜି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଦାବିପତ୍ର ଦେବାପରେ ଆଜି ଦୁଇ ମାସର ଦରମା ଠିକା କର୍ମଚାରୀଙ୍କୁ ଦିଆଯାଇଛି । ଅବଶିଷ୍ଟ ଦରମା ପରେ ଦିଆଯିବ ବୋଲି ଖୋର୍ଦ୍ଧା ପରିବାର କଲ୍ୟାଣ ମୁଖ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.