ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି । ଏହି ଜିଲ୍ଲାର ବିଭିନ୍ନ ବ୍ଲକରେ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି ।
କୋରୋନାର ଏହି ଚେନକୁ ଭାଙ୍ଗିବା ପାଇଁ ରାଜ୍ୟସରକାର ସହ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଶନିବାର ଏକାଧିକ ସଂକ୍ରମଣ ବେଗୁନିଆ ବ୍ଳକର ପୋଡାଡିହ ଗ୍ରାମରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ପୋଡାଡିହ ଗ୍ରାମର ବରସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ସହ ସ୍ଥାନୀୟ ବିଡିଓ କିପରି ସାନିଟାଇଜ ସହ ଅବରୋଧ ଅଞ୍ଚଳକୁ ଯାତ୍ରାୟତରେ ଉପରେ କଡା ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ବାହାର ଲୋକ ଭିତକୁ ଓ ଅବରୋଧ ଅଞ୍ଚଳରୁ ବାହାରକୁ ଲୋକେ ନଯିବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ଏହି ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।
କଣ୍ଟେନମେଣ୍ଟ ଜୋନ ଶନିବାର ସନ୍ଧ୍ୟା 7ଟା ଠାରୁ ଆସନ୍ତା 30 ତାରିଖ ରାତି 9ଟା 7ଦିନ ପାଇଁ ବଳବତ୍ତର ରହିବ ବୋଲି ନିର୍ଦେଶନାମା ଜାରି ହୋଇଛି । ସେହିପରି ଅବରୋଧ ଅଞ୍ଚଳକୁ ସାନିଟାଇଜ ପାଇଁ ବେଗୁନିଆ ଅଗ୍ନିଶମ ବହିନୀକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ