ଖୋର୍ଦ୍ଧା: ବୋଲଗଡ଼ରେ କଂଗ୍ରେସର ମଙ୍ଗ କିଏ ଧରିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସରୁ ତଡା ଖାଇଥିବା ନେତା ତାରା ପଟ୍ଟନାୟକ କିଛି କଂଗ୍ରେସ କର୍ମୀଙ୍କୁ ଭେଟିଛନ୍ତି । ଯାହାକୁ ନେଇ ତୃଣମୂଳ ସ୍ତରରେ ଥିବା କଂଗ୍ରେସର କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକଦା କଂଗ୍ରେସର ଗଡ଼ ବୋଲାଉଥିବା ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ଏବେ ହୋଇଛି ମୁରବି ଶୂନ୍ୟ ।
ଆଉ ଏହି ଗୋଳିଆ ରାଜନୀତିରୁ ଫାଇଦା ନେବାକୁ ଲାଗିଛନ୍ତି କିଛି ନେତା ଓ କର୍ମୀ । କଂଗ୍ରେସରୁ ତଡା ଖାଇଥିବା ତାରା ପଟ୍ଟନାୟକ ଏବେ ବେଗୁନିଆ ବୋଲଗଡ଼ରେ ଫାଇଦା ହାସଲ କରିବାକୁ ପାଗ ଭିଡୁଥିବା ଦେଖିବାକୁ ମିଳିଛି । ତାରା ବେଗୁନିଆ ବୋଲଗଡ଼ର କିଛି ସ୍ଥାନ ବୁଲି କର୍ମୀଙ୍କୁ ଭେଟିଥିବା ବେଳେ ଏହାକୁ ଘୋର ବିରୋଧ କରିଛନ୍ତି ବୋଲଗଡ଼ କଂଗ୍ରେସର ଛାମୁଆ ନେତା । ସେପଟେ ଏ ସମ୍ପର୍କରେ ତାରାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ