ETV Bharat / state

କାଲିଠୁ ବିଧାନସଭା ଶୀତ ଅଧିବେଶନ, କଣ ରହିବ କଂଗ୍ରେସର ମୁଦ୍ଦା - ନରସିଂହ ମିଶ୍ର

ଆସନ୍ତାକାଲି(ମଙ୍ଗଳବାର)ଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତି ହୋଇସାରିଲେଣି ସମସ୍ତ ଦଳ । ଅଧିବେଶନର ଦିନକ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

କାଲିଠୁ ବିଧାନସଭା ଶୀତ ଅଧିବେଶନ
କାଲିଠୁ ବିଧାନସଭା ଶୀତ ଅଧିବେଶନ
author img

By ETV Bharat Odisha Team

Published : Nov 20, 2023, 2:04 PM IST

କାଲିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର: ଆସନ୍ତାକାଲି (ମଙ୍ଗଳବାର)ଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଆଗାମୀ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ଅଧିବେଶନ ପ୍ରମୁଖ ଦଳଗୁଡ଼ିକ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତି ହୋଇସାରିଲେଣି ସମସ୍ତ ଦଳ । ଅଧିବେଶନର ଦିନକ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ,"ଶୀତ କାଳୀନ ଅଧିବେଶନ 21ରୁ ଆରମ୍ଭ ହୋଇ ଡିସେମ୍ବର 30ରେ ସରିବା କଥା । ହେଲେ ମୋର ସନ୍ଦେହ ଉପୁଜୁଛି ସରକାର ଏହାକୁ 4 ଦିନ ଚଳେଇବେ କି ନାହିଁ । ସମସ୍ୟା ଭରା ରାଜ୍ୟ ହେଉଛି ଓଡିଶା । ଏଥର କଂଗ୍ରେସ ସ୍ୱରକୁ ଶାଣିତ କରିବ । ରାଜ୍ୟରେ କୃଷି ଆଉ କୃଷକ ପ୍ରସଙ୍ଗ ଉଠିବ । ପଶ୍ଚିମ ଓଡ଼ିଶାରେ ଭଲ ଫସଲ ହୋଇଛି ହେଲେ ସରକାର ଧାନ କିଣିବା ଆବଶ୍ୟକତା ରହିଛି । ଅସାଧୁ ବ୍ୟବସାୟୀ ଶସ୍ତା ଦରରେ ଧାନ କିଣିନେଉଛନ୍ତି । ସରକାରଙ୍କ ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ପଲିସି ଭୁଲ ।"

ସେ ଆଉ ମଧ୍ୟ କହିଛନ୍ତି,"ଚାଷୀଙ୍କ ସବୁ ଧାନ କିଣିବାକୁ ସରକାର ବାଧ୍ୟ ବୋଲି କଂଗ୍ରେସ ଦାବି କରିବ । ବଲାଙ୍ଗୀର ପୁଇଁତଲା ବ୍ଲକରେ ଚାଷୀ ଆତ୍ମହତ୍ୟା କଥା ଉଠିବ । ପାଣି ଯୋଗାଇବାକୁ ସୁକତେଲ ପ୍ରକଳ୍ପ କଂଗ୍ରେସ ଅମଳରୁ ଆରମ୍ଭ ହୋଇଛି ହେଲେ କାମ ନସରୁଣୁ ମୁଖ୍ୟମନ୍ତ୍ରୀ ଡିସେମ୍ବର ମାସରେ ଉଦଘାଟନ କରିବେ ବୋଲି ଶୁଣୁଛି । ଲୋକଙ୍କୁ ପାଣି ନଦେଇ ବାହା ବାହା ନେବାକୁ ସରକାର ଚାହୁଁଛନ୍ତି ।"

ଏହାମଧ୍ୟ ପଢନ୍ତୁ..Assembly Winter Session: 21ରୁ ବିଧାନସଭା ଶୀତ ଅଧିବେଶନ

ତେବେ ଆଞ୍ଚଳିକ ବୈଶ୍ୟମତାକୁ ନେଇ ପଶ୍ଚିମ ଓଡ଼ିଶାବାସୀ ସ୍ୱର ତୀବ୍ର ହେବାକୁ ଲାଗିଲାଣି । ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ସଫଳ ହେଲା । ସେ କଥା ଉଠିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟ । କୋଶଳୀ ଭାଷାକୁ ମାନ୍ୟତା ଦେବାକୁ ଦାବି କରିବ କଂଗ୍ରେସ । ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ, ବେକାରୀ ସମସ୍ୟା ଉଗ୍ର ଫଳରେ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ ଦୁର୍ନୀତିରେ ବୁଡ଼ି ରହିଛନ୍ତି ସରକାର, ମୁଖ୍ୟମନ୍ତ୍ରୀ ସପ୍ତାହ ବ୍ୟାପୀ ଶପଥ କରୁଛନ୍ତି ସ୍ୱଚ୍ଛତାକୁ ନେଇ ହେଲେ ପ୍ରତି ବ୍ଲକରେ 50 ପ୍ରତିଶତ ପିସି ଚାଲିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ତେବେ ଆଗାମୀ ବର୍ଷରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ଶୀତକାଳୀନ ଅଧିବେଶନ ବେଶ ଗୁରୁତ୍ବ ବହନ କରିବ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀ ତୟାର ଥିବା ବେଳେ ସବୁ ପ୍ରଶ୍ନର ଉତ୍ତର ରଖିବାକୁ ସରକାର ବି ପ୍ରସ୍ତୁତ । ତେଣୁ ଏହି ଶୀତକାଳୀନ ଅଧିବେଶନ ବେଶ ସରଗରମ ରହିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନରେ ମାସରେ 10ଟି କାର୍ଯ୍ୟଦିବସ ମଧ୍ୟରୁ 3ଟି ଛୁଟି ରହିଛି । ସେହିପରି ଡିସେମ୍ବର ମାସରେ 3 ଦିନ ପ୍ରାଇଭେଟ ମେମ୍ବର ବିଜିନେସ ଥିବାବେଳେ ଅନ୍ୟ କାର୍ଯ୍ୟ ଦିବସ ଗୁଡିକ ବିଭିନ୍ନ ବିଧେୟକ ଆଗତ ଓ ଆଇନ ପ୍ରଣୟନ କାର୍ଯ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.