ETV Bharat / state

Onion Price Hike: ଦର ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ, ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ - vegetable price hike

ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଂଗ୍ରେସ । ରାଜ୍ୟରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ଏନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଦଳ । ଅଧିକ ପଢନ୍ତୁ

Congress to stage protest
ଦର ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ
author img

By ETV Bharat Odisha Team

Published : Oct 30, 2023, 7:49 PM IST

ଦର ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା କଂଗ୍ରେସ । ହାଣ୍ଡିଶାଳରେ ପିଆଜ ଏକ ଅତ୍ୟାବଶକୀୟ ସାମଗ୍ରୀ ହୋଇଥିବାବେଳେ ବର୍ତ୍ତମାନ ଏହାର ଦର ଆକାଶଛୁଆଁ ରହିଛି। ପିଆଜ ଦର ଆଜି 50ଟଙ୍କା ଉପରେ ରହିଥିବାବେଳେ ଏହା ସାଧାରଣ ଲୋକଙ୍କ ପକେଟକୁ ଖୁବ ବାଧୁଛି । ଏପରିକି ଭୁବନେଶ୍ୱରର କେତେକ ବଜାରରେ ପିଆଜ କିଲୋ ଏବେ 60ଟଙ୍କା ଟପିଲାଣି । ବର୍ତ୍ତମାନ ଯଦି ଏହି ବର୍ଦ୍ଧିତ ଦର ଉପରେ ନିୟନ୍ତ୍ରଣ କରା ନଯାଏ ତେବେ ଆଗକୁ ଏହା ସେଞ୍ଚୁରୀ ପାର୍ କରିପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଝାଡ଼ିଛି କଂଗ୍ରେସ । ଏନେଇ ସରକାରଙ୍କୁ ଟାର୍ଗେଟ କରିଛି ଦଳ । ଏନେଇ ବିଧାୟକ ସୁର ରାଉତରାୟ କହିଛନ୍ତି, "ସରକାର ଦରଦାମ ନିୟନ୍ତ୍ରଣ କରିବାରେ କେଉଁଠି ନା କେଉଁଠି ଫେଲ ମାରିଛନ୍ତି । ଯଦି ପିଆଜ ଦାମ ନକମେ ତାହେଲେ ଆଗକୁ ଆନ୍ଦୋଳନର ପନ୍ଥା ଆପଣାଇବ କଂଗ୍ରେସ । ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ସାଧାରଣ ଖାଉଟି ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବ। ପିଆଜ ଦର ହୁ ହୁ ହୋଇ ବଡୁଛି, ସରକାର ନୀରବ ବସିଛନ୍ତି। ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଫେଲ । ସାଧାରଣ ଲୋକେ ପିଆଜ କିଣି ପାରୁନାହାନ୍ତି ।

ଏହା ବି ପଢନ୍ତୁ...ରାଉରକେଲାରେ କନ୍ଦାଉଛି ପିଆଜ, ଆକାଶଛୁଆଁ ଦର

ଏହା ବି ପଢନ୍ତୁ...Skyrocketing Price Of Onion: ‘ପିଆଜ କଳାବଜାରୀ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ’

"କୃଷି ବିଭାଗର ସୂଚନା ଅନୁଯାୟୀ, ରାଜ୍ୟକୁ ୩.୭୫ ଟନ ପିଆଜ ଆବଶ୍ୟକ ପଡେ। ଓଡ଼ିଶାରେ ଖାଲି ଶୀତ ଋତୁରେ ପିଆଜ ଚାଷ ନକରି ଆନ୍ଧ୍ରପ୍ରଦେଶ, ନାସିକ ଭଳି ବର୍ଷକୁ 3ରୁ 4 ଥର ପିଆଜ ଚାଷ କଲେ ଖାଉଟିଙ୍କୁ ଭରଣା କରିହୁଅନ୍ତା। ଏନେଇ ସରକାରୀ ସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇବା ଦରକାର। କେତେବେଳେ ଆଳୁ ତ କେତେବେଳେ ପିଆଜ। ଆଉ କେତେବେଳେ ଟମାଟୋ। ମନଇଚ୍ଛା ଦର ହୁ ହୁ ହୋଇ ବୃଦ୍ଧି ପାଉଛି। ସରକାରଙ୍କ ନିୟନ୍ତ୍ରଣ ନାହିଁ , ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ନବୀନ ସରକାର। ରାଜ୍ୟରେ ଯଦି ଶୀତଳ ଭଣ୍ଡାର ବ୍ୟାପକ ଭାବେ ଥାଆନ୍ତା ଆଜି ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ନଥାନ୍ତେ। ରାଜ୍ୟ ସରକାର କେବଳ ଭୋଟ ରାଜନୀତିକୁ ଛାଡି ଦେଲେ ଆଉ କିଛି ଜାଣନ୍ତି ନାହିଁ। ବିଜେପି ବିଜେଡି ଭାଇ ଭାଇ , ସେମାନେ ଏକ ଆଉ ରାଜ୍ୟରେ ତାଙ୍କ ସହ କଂଗ୍ରେସ ଲଢେଇ କରୁଛି। ସରକାରଙ୍କ କୌଣସି ଭିଜନ ନାହିଁ" ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.