ETV Bharat / state

ରାଜ୍ୟରେ ଆଦାନୀ ତାତି: SBI ଓ LIC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

author img

By

Published : Feb 5, 2023, 11:04 PM IST

ରାଜ୍ୟରେ ଆଦାନୀ ତାତି । ଯଏଣ୍ଟ ପାର୍ଲିଆମେଣ୍ଟରି କମିଟି ଗଠନ(JPC) କରି ତଦନ୍ତ ଦାବି କରି SBI ଓ LIC କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ । ଅଧିକ ପଢ଼ନ୍ତୁ

ସଂସଦ ପରେ ଏବେ ରାଜ୍ୟରେ  ଆଦାନୀ ତାତି
ସଂସଦ ପରେ ଏବେ ରାଜ୍ୟରେ ଆଦାନୀ ତାତି

ସଂସଦ ପରେ ଏବେ ରାଜ୍ୟରେ ଆଦାନୀ ତାତି

ଭୁବନେଶ୍ୱର: ସଂସଦ ପରେ ଏବେ ରାଜ୍ୟରେ ଆଦାନୀ ତାତି । ଦେଶର ଟଙ୍କାକୁ ଆଦାନୀ ଲୁଟିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବିରୁଦ୍ଧରେ ଯାଇ ଆଦାନୀ ଗ୍ରୁପ କି ଲକ୍ଷଲକ୍ଷ କୋଟି ଟଙ୍କା ଦେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ଆଦାନୀ ଗ୍ରୁପକୁ ନେଇ ଆସନ୍ତା କାଲି ଭୁବନେଶ୍ୱରରେ ବିକ୍ଷୋଭ କରିବ କଂଗ୍ରେସ । ଭାରତର ବୃହତ କମ୍ପାନୀ ଆଦାନୀ ନିଜ ପତିଆରା ବୃଦ୍ଧି କରିବା ପାଇଁ ବ୍ୟାପକ ଚଞ୍ଚକତା କରିଛନ୍ତି ବୋଲି ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ ଅଭିଯୋଗ ଆଣିବା ପରେ ଏବେ ଆଦାନୀଙ୍କ ପାଇଁ ବଢୁଛି ଅଡ଼ୁଆ ।

ଆଦାନୀ ଗ୍ରୁପ ବିରୁଦ୍ଧରେ ଜାଲିଆତି ଅଭିଯୋଗକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ହିଣ୍ଡନବର୍ଗ ରିପୋର୍ଟ ଘଟଣାରେ ବିରୋଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଆଦାନୀ ଗ୍ରୁପରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(LIC) ଏବଂ ଷ୍ଟେଟ୍‌ ବ୍ୟାଙ୍କର ପୁଞ୍ଜି ଲାଗିଥିବାରୁ ଯୁଗ୍ମ ସଂସଦୀୟ କମିଟି ନଚେତ୍ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି । ଏହି ଦାବିରେ ଆସନ୍ତା ୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମା ଥିବା SBI ଓ LIC କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ ।

ତେବେ କଂଗ୍ରେସ ପକ୍ଷରୁ ଏକ ଯଏଣ୍ଟ ପାର୍ଲିଆମେଣ୍ଟରି କମିଟି ଗଠନ(JPC) କରି ଏହାର ତଦନ୍ତ କରାଯାଉ ବୋଲି ଦାବି କରିବା ପରେ ଓଡିଶା କଂଗ୍ରେସ ଏହାର ତୀବ୍ର ପ୍ରତିବାଦ କରିଛି । ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଶରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ଆଦାନୀ କିଭଳି ଜାଲିଆତି କରି ନିଜର ବିଶ୍ୱାସନୀୟତା ବୃଦ୍ଧି କରିଛି ଯାହା ଫଳରେ ହଜାର ହଜାର ଲୋକେ ସେଥିରେ ସାମିଲ ହୋଇ ଅଂଶଧନ କିଣିଛନ୍ତି,ପୁଞ୍ଜି ନିବେଶ କରିଛନ୍ତି ,ଏବେ ଆଦାନୀ ଧରା ପଡିଛନ୍ତି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । SBI ଏବଂ LIC ରୁ ଟଙ୍କା ନେଇ ଏକ ଜାଲିଆତି ସାମ୍ରାଜ୍ୟ ସୃଷ୍ଟି କରିଥିବା ବ୍ୟବସାୟୀ ଆଦାନୀ ସାମ୍ରାଜ୍ୟର ପର୍ଦ୍ଦାଫର୍ଶ ହୋଇଛି ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘29 କୋଟି ପଲିସି ହୋଲ୍ଡର ଆଜି ଚିନ୍ତିତ, SBIର 45 କୋଟି ଆକାଉଣ୍ଟ ହୋଲ୍ଡର ଆଜି ବ୍ୟଥିତ, କଣ ହେବ ତାଙ୍କ ସେମାନଙ୍କ ଭାଗ୍ୟ ଭବିଷ୍ୟତ। ସେଥିପାଇଁ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମାଠାରେ ବିକ୍ଷୋଭ ପଦର୍ଶନ କରିବ କଂଗ୍ରେସ । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ SBI ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଵ କଂଗ୍ରେସ ।’’

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.