ETV Bharat / state

ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବି, ୯ରେ କଂଗ୍ରେସର ସଂକୀର୍ତନ ସତ୍ୟାଗ୍ରହ - ସଂକୀର୍ତନ ସତ୍ୟାଗ୍ରହ କରିବ କଂଗ୍ରେସ

ବ୍ୟାପକ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ୱାର ଖୋଲିବା ଦାବି । 6 ଟି ଦାବି ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ନଭେମ୍ବର ୯ ତାରିଖ ଗୁରୁବାର ସକାଳ ୯ ଘଟିକା ଠାରୁ ଦିବା ୧୨ ଘଂଟିକା ପର୍ଯ୍ୟନ୍ତ ରାଜ୍ୟ ସମସ୍ତ ବ୍ଲକ, ଏନ୍‌.ଏସ୍‌.ସି, ମ୍ୟୁନିସ୍‌ପାଲଟି ଓ ମହାନଗରରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି “ସଂକ୍ରୀର୍ତନ ସତ୍ୟାଗ୍ରହ” କରାଯିବ ବୋଲି ଆହ୍ୱନ । ଅଧିକ ପଢ଼ନ୍ତୁ

Sankirtan Satyagraha
Sankirtan Satyagraha
author img

By ETV Bharat Odisha Team

Published : Nov 6, 2023, 10:24 PM IST

Sankirtan Satyagraha

ଭୁବନେଶ୍ୱର: ବ୍ୟାପକ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ୱାର ଖୋଲିବା ଦାବି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାରା ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବା ଭଳି 6 ଟି ଦାବି ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ନଭେମ୍ବର ୯ ତାରିଖ ଗୁରୁବାର ସକାଳ ୯ ଘଟିକା ଠାରୁ ଦିବା ୧୨ ଘଂଟିକା ପର୍ଯ୍ୟନ୍ତ ରାଜ୍ୟ ସମସ୍ତ ବ୍ଲକ, ଏନ୍‌.ଏସ୍‌.ସି, ମ୍ୟୁନିସ୍‌ପାଲଟି ଓ ମହାନଗରରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି “ସଂକ୍ରୀର୍ତନ ସତ୍ୟାଗ୍ରହ” କରାଯିବ ବୋଲି ଆହ୍ୱନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହି ପରିପ୍ରେକ୍ଷିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ କହିଛନ୍ତି ଯେ, ଆସନ୍ତା ନଭେମ୍ବର ୯ ତାରିଖ ଗୁରୁବାର ୯ ଘଟିକା ଠାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ସଚ୍ଚିବାଳୟର ପଛପଟେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର (ୟୁନିଟ-୫) ସମ୍ମୁଖରେ ପ୍ରଦୀପ ପଜ୍ୱଳନ କରି ସଂକୀର୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ କରାଯିବ । ଉକ୍ତ ସଂକୀର୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃବର୍ଗ, କର୍ମକର୍ତା, ଜିଲ୍ଲା ସାମୁଖ୍ୟ ଓ ପ୍ରକୋଷ୍ଠର ନେତୃବୃନ୍ଦ, ଜଗନ୍ନାଥ ପ୍ରେମୀ, ଶୁଭେଚ୍ଛୁ ଏବଂ ଜନସାଧାରଣଙ୍କୁ ଯୋଗ ଦେବା ପାଇଁ ସେ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......General Election 2024: ବିଜେପିର ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ, କଟାକ୍ଷ କଲେ କଂଗ୍ରସ ଓ ବିଜେଡି

ଜିଲ୍ଲା କଂଗ୍ରେସର ମୁଖପାତ୍ର ଜୟଶ୍ରୀ ପାତ୍ର କହିଛନ୍ତି ଯେ, ସରକାର ବିଭିନ୍ନ ପଞ୍ଚାୟତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହୁଥିବା ବେଳେ କାହିଁକି ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲୁ ନାହାନ୍ତି ବେଲି ପ୍ରଶ୍ନ କରିଛନ୍ତି । ଏହାସହ କାର୍ତ୍ତିକ ମାସରେ ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ ନକରି ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭକ୍ତମାନଙ୍କୁ ଧାଡିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର ନିୟମ ରହିଥିବା ବେଳେ କଣ ପାଇଁ ଏହି ନିୟମ ଭି.କେ ପାଣ୍ଡିଆନଙ୍କ ଠାରେ ଲାଗୁ ହେଉ ନାହିଁ ? । ସେପଟେ କଂଗ୍ରେସ ଦାବି କରିଥିବା ୬ ଦାବିକୁ ପୂରଣ ନହେବା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିବ । ପୂର୍ବରୁ କଂଗ୍ରେସ ପୁରୀରେ ଏକ ବିଶାଳ ଜନସମାବେଶ କରି କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି କରିଥିଲା । ଅକ୍ଟୋବର 28 ତାରିଖକୁ ଡେଡ଼ଳାଇନ ଦେଇଥିଲା କଂଗ୍ରେସ । ହେଲେ ରାଜ୍ୟ ସରକାର କୌଣସି ଦାବି ନଶୁଣିବାରୁ କଂଗ୍ରେସ ପ୍ରତି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରି ବିକ୍ଷୋଭ ପଦର୍ଶନ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.