ETV Bharat / state

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ: ପୁରିଲା କଣ୍ଟ, ବର୍ଷିଲା କଂଗ୍ରେସ

author img

By ETV Bharat Odisha Team

Published : Oct 29, 2023, 7:30 PM IST

Updated : Oct 29, 2023, 7:55 PM IST

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଦେଇଥିବା ଡେଡଲାଇନର ସମୟ ପୁରିଲା । ନଭେମ୍ବର ୯ ତାରିଖରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ କଂଗ୍ରେସ । ଅଧିକ ପଢନ୍ତୁ

Congress to hold protest
Congress to hold protest
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ: ପୁରିଲା କଣ୍ଟ, ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ କଂଗ୍ରେସ ଦେଇଥିବା କଣ୍ଟ । ୨୮ ତାରିଖ ସୁଦ୍ଧା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି ଡେଡଲାଇନ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ନଥିବା ଦର୍ଶାଇ ଆଜି ସେହି ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମିଳନୀ । ସାମ୍ବାଦିକ ସମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ରାଜ୍ୟପାଳଙ୍କ ଉଦେଶ୍ୟରେ କଂଗ୍ରେସ ଦଳ ୬ ଦାବି ଉପସ୍ଥାପନା କରିଥିଲା । ହେଲେ ସରକାର ଏହାକୁ କର୍ଣ୍ଣପାତ କଲେନାହିଁ । କୌଣସି ସୂଚନା ମଧ୍ୟ ଦେଲେନାହିଁ । ତେଣୁ ଏହାର ପ୍ରତିବାଦ ସ୍ବରୂପ ଆସନ୍ତା ନଭେମ୍ବର ୯ ତାରିଖ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ ବୋଲି କଂଗ୍ରେସ କହିଛି । ଓଡ଼ିଶା ସମସ୍ତ ବ୍ଲକ ସବଡିଭିଜନ ଓ ଏନଏସିରେ ଥିବା ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହରେ ସାମିଲ ହେବେ କଂଗ୍ରେସ କର୍ମୀ ଓ ନେତା । ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ସତ୍ୟାଗ୍ରହ । ଶୋଇପଡିଥିବା ସରକାରଙ୍କୁ ନିଦରୁ ଉଠାଇବାକୁ ନାମ ସଂକୀର୍ତ୍ତନ କରିବ ବୋଲି କଂଗ୍ରେସ କହିଛି ।

ଏହା ବି ପଢନ୍ତୁ- 2024 Election: ପୁରୀ ବଡଦାଣ୍ଡରେ କଂଗ୍ରେସ ପକ୍ଷରୁ ବିଶାଳ ପଦଯାତ୍ରା

ଚଳିତ ମାସ ୧୬ ତାରିଖରେ ପୁରୀରେ ଏକ ବିଶାଳ ଶୋଭାଯାତ୍ରା କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପୁରୀ ମନ୍ଦିର ପ୍ରଶାସନଙ୍କୁ ଦାବି ପତ୍ର ଦେଇଥିଲା କଂଗ୍ରେସ । ୪ ଦ୍ବାର ଖୋଲିବା, ରତ୍ନ ଭଣ୍ଡରରେ ରତ୍ନର ଗଣତି ଓ ମରାମତି ସହ ବେଦାନ୍ତ ନେଇଥିବା ଜମିକୁ ଲୋକମାନଙ୍କୁ ଫେରାଇଵା ପାଇଁ ଦାବିପତ୍ର ଦେଇଥିଲା । ୨୮ ତାରିଖ ଭିତରେ ଏଥିପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ସମୟ ଦେଇଥିଲା । କିନ୍ତୁ ସରକାର ଭକ୍ତଙ୍କ ଉଦବେଗ ଉପଲବ୍ଧି କରି ପାରୁନଥିବା ବୋଲି କଂଗ୍ରେସ କହିଛି । କାର୍ତ୍ତିକ ପାଇଁ ପୁରୀରେ ହବିଷ୍ୟାଳୀଙ୍କ ଭିଡ଼ ଜମିଛି. । ଏବେ ତ କୋରୋନା ନାହିଁ । କାହିଁକି ଅନ୍ୟ ଦ୍ବାରଗୁଡିକୁ ବନ୍ଦ କରାଯାଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ସରକାର ନିଦରେ ଶୋଇଛନ୍ତି । ଆମର ଦାବି ତାଙ୍କର କର୍ଣ୍ଣଗୋଚର ହେଉନାହିଁ । ତେଣୁ କଂଗ୍ରେସ ନାମ ସଂକୀର୍ତ୍ତନ କରି ସରକାରଙ୍କୁ ଚେତାଇବ । କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଖେଳା ନଯାଉ । ଜନସାଧାରଣଙ୍କ ସନ୍ଦେହ ବଢୁଛି । ସନ୍ଦେହ ଘନୀଭୂତ ହେଉଛି । ଚାବି ହଜିବା, ଚାବି ଖୋଜିବା, ମିଳିବା ଆହୁରି ଅଧିକ ସନ୍ଦେହ ଘେରକୁ ନେଉଛି ସରକାରଙ୍କୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 29, 2023, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.