ETV Bharat / state

ନବୀନ ସରକାରରେ ଓଡ଼ିଶାବାସୀ ନିମ୍ନତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ: କଂଗ୍ରେସ

ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବିଫଳତା ବଖାଣିଲେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢ଼ନ୍ତୁ

author img

By

Published : May 26, 2023, 10:15 PM IST

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗର ଚରମ ବିଫଳତା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ୨୩ ବର୍ଷର ନବୀନ ସରକାରଙ୍କ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ବାସ୍ଥ୍ୟସେବା ପାଇପାରିଲେ ନାହିଁ ବୋଲି ଦଳ ଅଭିଯୋଗ କରିଛି । ମାତ୍ର ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ଗତ ୨୨ ତାରିଖରେ ସ୍ବାସ୍ଥ୍ୟ ବିଭାଗ ସମୀକ୍ଷା ଅବସରରେ ଓଡ଼ିଶାର ସ୍ବାସ୍ଥ୍ୟସେବାକୁ ଯେଉଁଭଳି ଭାବରେ ପ୍ରଂଶସା କରିଛନ୍ତି, ଏହା ଆଶ୍ଚର୍ଯ୍ୟର ବିଷୟ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନିଜ ପିଠି ନିଜେ ଥାପୁଡାଇବା ପରି ମନେ ହେଉଛି ବୋଲି କହି ସାମ୍ବାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ସେ କହିଛନ୍ତି, "କେରଳରେ ପ୍ରତି ୪୦୦ ଜଣ ପାଇଁ ଜଣେ ଡାକ୍ତର ରହିଥିବା ବେଳେ ଓଡ଼ିଶାରେ ପ୍ରତି ୨୧୮୭ ଲୋକରେ ଜଣେ ଡାକ୍ତର ରହିଛନ୍ତି । ପ୍ରଧାନମନ୍ତ୍ରୀ ଗୁଜୁରାଟ ଶାସନ ବ୍ୟବସ୍ଥାର ଯେଉଁ ପ୍ରଶଂସା କରୁଥିଲେ, ତାହାର ଚିତ୍ର ହେଉଛି ଯେ ସେଠାରେ ୧୨୪୮ ଜଣରେ ଜଣେ ଡାକ୍ତର । ରାଜସ୍ଥାନରେ ୩୭୭ ସିଏଚସି ଥିବାବେଳେ ଓଡ଼ିଶାରେ ମାତ୍ର ୮୭ । WHOର ହିସାବ ଅନୁଯାୟୀ ୧୦୦୦ ଲୋକରେ ଜଣେ ଡାକ୍ତର ରହିବା କଥା । ସେହି ଅନୁସାରେ ଓଡ଼ିଶାରେ ୪ କୋଟି ୬୦ ଲକ୍ଷ ଲୋକ ଥିବା ବେଳେ ଆମର ୪୬ ହଜାର ଡାକ୍ତରଙ୍କର ଆବଶ୍ୟକତା ରହିଛି । ମାତ୍ର ତାହା ଏଠାରେ ହୋଇପାରି ନାହିଁ । ଯେଉଁ ଡାକ୍ତରମାନେ କାର୍ଯ୍ୟରତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କ ଯୋଗ୍ୟତା ଠିକ୍ ଅଛିକି ନାହିଁ ବୋଲି ପରଖିବାକୁ ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ଏଠି ଔଷଧ ନକଲି ଏବଂ ଡାକ୍ତର ନକଲି । ତେଣୁ ରୋଗୀ ଭୟଭୀତ ଅବସ୍ଥାରେ ରହିବା ସ୍ବଭାବିକ ।"

ସେ ଆହୁରି କହିଛନ୍ତି, "ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ତାଙ୍କ ସତ୍ୟପାଠରେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ଓଡ଼ିଶା ମେଡିକାଲ ସ୍ବାସ୍ଥ୍ୟସେବାରେ ସାଧାରଣ ଡାକ୍ତର ଏବଂ ସ୍ପେସାଲିଷ୍ଟଙ୍କ ପାଇଁ ୮୫୪୬ଟି ପଦବୀ ରହିଛି । ସେଥିରୁ ୫୮୩୮ ସାଧାରଣ ମେଡିକାଲ ଅଫିସର ପଦବୀ ରହିଛି, ଯେଉଁଥିରୁ ୩୫୨୩ଟି ଖାଲି ପଡ଼ିଛି । ଏହାଛଡ଼ା ସ୍ପେଶାଲିଷ୍ଟଙ୍କ ପାଇଁ ୨୭୦୮ଟି ପଦବୀ ରହିଛି, ଯେଉଁଥିରୁ ୧୨୧୧ଟି ଖାଲି ପଡ଼ିଛି । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ, ଓଡ଼ିଶାର ଡାକ୍ତରଖାନାଗୁଡ଼ିକରେ ସମୁଦାୟ ୩୬ ହଜାର ପଦବୀ ଖାଲି ପଡ଼ିଛି । କିନ୍ତୁ ସିଏଚସି ଷ୍ଟାଣ୍ଡାର୍ଡ ଅନୁସାରେ ୫୬ ହଜାର ପଦବୀ ଖାଲିପଡ଼ିଛି । ୨୦୦୭ ମସିହାରେ ତତ୍‌କାଳନୀ ସ୍ବାସ୍ଥ୍ୟମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ ସାରା ଓଡ଼ିଶାରେ ନକଲି ଔଷଧ ବ୍ୟାପିଗଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ୬ ମାସ ଭିତରେ ତାଙ୍କର ମନ୍ତ୍ରୀପଦ ଚାଲିଯାଇଥିଲା । ସେ ପ୍ରଶ୍ନର ଉତ୍ତର ଆଜି ମଧ୍ୟ ମିଳିପାରିନି । ଆଜି ମଧ୍ୟ କଟକ, ଭୁବନେଶ୍ବର ଏବଂ ଅନ୍ୟାନ୍ୟ ସହରରେ ଔଷଧ ଦୋକାନଗୁଡ଼ିକରେ ନକଲି ଔଷଧର କାରବାର ଜାରି ରହିଛି ।"

ଅନ୍ୟପଟେ ସାରା ରାଜ୍ୟରେ ଡାକ୍ତର ଏବଂ ଅନ୍ୟାନ୍ୟ ପାରାମେଡିକାଲ ଷ୍ଟାଫଙ୍କର ଘୋର ଅଭାବ ମଧ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ପରିସ୍ଥିତି ଦେଇ ଗତି କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟରେ ୪୫ ହଜାରରୁ ଅଧିକ ପାରାମେଡିକାଲ ଷ୍ଟାଫ୍‌ ଏବଂ ନର୍ସିଂ ପଦବୀ ବର୍ଷ ବର୍ଷ ଧରି ଖାଲି ରହିଛି । ପଞ୍ଚାନନ କହିଛନ୍ତି, "ଯେଉଁ ଯନ୍ତ୍ରାଂଶଗୁଡିକୁ କିଣା ହୋଇଛି ଷ୍ଟାଫ ଅଭାବରୁ ତାହା ଖତ ଖାଉଛି । ୨୩ ବର୍ଷରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ପଦବୀ ପୂରଣ କରିପାରିନଥିବା ଓଡ଼ିଶା ସରକାର ଡିସେମ୍ବର ସୁଦ୍ଧା କିଭଳି ସମସ୍ତ ଡାକ୍ତରପଦବୀ ପୂରଣ କରିବେ ବୋଲି ଦୃଢ଼ୋକ୍ତି କଲେ ତାହା ଆଶ୍ଚର୍ଯ୍ୟର ବିଷୟ । ନବୀନ ସରକାରରେ ଓଡ଼ିଶାର ଲୋକେ ନିମ୍ନତମ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ, ଏକଥା ଆଉ କାହାକୁ ଅଛପା ନାହିଁ ।" ରାଜ୍ୟରେ ୨୩ ବର୍ଷ ଭିତରେ କେତୋଟି ନୂଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଉପଖଣ୍ଡ ଡାକ୍ତରଖାନା କରାଯାଇଛି ସ୍ବାସ୍ଥ୍ୟମନ୍ତ୍ରୀ ଦୟାକରି ତାହାର ଏକ ତାଲିକା ରାଜ୍ୟବାସୀଙ୍କ ସାମନାରେ ରଖିବେକି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.