ETV Bharat / state

ଦରବୃଦ୍ଧିରେ ସରକାରଙ୍କ ଲଗାମ ନାହିଁ କହିଲା କଂଗ୍ରେସ, ବର୍ଷାକୁ ଦାୟୀ କଲେ ମନ୍ତ୍ରୀ

author img

By

Published : Jul 2, 2023, 9:27 AM IST

ରାଜ୍ୟରେ ହୁହୁ ହୋଇ ବଢି ଚାଲିଛି ପରିବା ଦର । ଟମାଟୋ 120 ଛୁଇଁଲାଣି । ବାକି ସବୁ ପରିବାରେ ହାତ ମାରି ହେଉନାହିଁ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଅଧିକ ପଢନ୍ତୁ

congress targrts government over vegetables price
100 ପାର ପରିବାର ଦର, ବର୍ଷାକୁ ଦାୟୀ କଲେ ମନ୍ତ୍ରୀ

ଭୁବନେଶ୍ବର: ଭୋକରେ କେହି ରହିବେ ନାହିଁ । ଅନାହାରରେ କାହାର ମୃତ୍ୟୁ ହେବନାହିଁ । ଏଥିପାଇଁ ସରକାର ଟଙ୍କିକିଆ ଚାଉଳ ଯୋଗାଉଛନ୍ତି । ମାତ୍ର ଏବେ ଚିନ୍ତା ବଢ଼ାଇଛି ଆକାଶ ଛୁଆଁ ପରିବା ଦର । 3 ସପ୍ତାହରେ 3 ଗୁଣା ବଢିଲାଣି ପରିବା ଦର । ଘରେ ଚାଉଳ ଥିଲେ ବି ତରକାରୀ ପାଇଁ ପରିବା ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି । ବଜାରରେ ଅଧିକାଂଶ ପରିବା କିଲୋ ପ୍ରତି 100 ଟଙ୍କା ପାର କରିଛି । ଉଚ୍ଚା ଦରରେ ପରିବା କିଣିବାକୁ ନେଇ ସବୁ ବର୍ଗର ଲୋକ ଚିନ୍ତାରେ ପଡ଼ିଛନ୍ତି ।

ପରିବା ଦର ଉପରେ ସରକାରଙ୍କ ଲଗାମ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବାରୁ ଖାଉଟି ମହଲରେ ଅସନ୍ତୋଷ ଦେଖା ଦେଇଛି । ଚାଉଳ ଦେଇ ସିନା ଅନାହାର ମୃତ୍ୟୁକୁ ରୋକି ହେବ । ପରିବା ଦର ବୃଦ୍ଧି ଲାଗି ରହିଲେ ଅପପୁଷ୍ଟିଜନିତ ମୃତ୍ୟୁକୁ କେମିତି ରୋକି ହେବ ଏନେଇ ପ୍ରଶ୍ନ ଉଠିଛି । ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପରିବା ଦର ବୃଦ୍ଧି ପାଇଁ ବର୍ଷାକୁ ଦୋଷ ଦେଇଛନ୍ତି । କିନ୍ତୁ ଶୀତଳଭଣ୍ଡାର କଥା ଉଠାଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି ।

କିଛି ଦିନ ତଳେ ପରିବା କିଲୋ ପିଛା 20ରୁ 40 ଟଙ୍କାରେ ବିକ୍ରି ହେଉଥିଲା । ବର୍ଷା ହେଉ ହେଉ ସେହି ପରିବା ଦର ପ୍ରାୟ ତିନି ଗୁଣ ବଢିଯାଇଛି । ଟମାଟୋ ଦର ଶୁଣି ଖାଉଟିଙ୍କୁ ଡର ଲାଗୁଛି । କିଛି ଦିନ ପୂର୍ବରୁ ଟମାଟୋ ମାଗଣା ନେବାକୁ ଲୋକେ ପଛଘୁଞ୍ଚା ଦେଉଥିବାବେଳେ ଏବେ ଟମାଟୋ କିଲୋ 120 ଟଙ୍କା । ଭୁବନେଶ୍ୱରର ସବୁଠାରୁ ବଡ଼ ହାଟ ଏକ ନମ୍ବରରେ ବିନ୍ସ କିଲୋ 280 ଟଙ୍କା । ସେହିପରି ଝୁଡୁଙ୍ଗ କିଲୋ 100ରୁ 120, ଫୁଲ କୋବି କିଲୋ 80, ବାଇଗଣ କିଲୋ 100ରୁ 120, ପୋଟଳ କିଲୋ 80ରୁ 100, ଭେଣ୍ଡି 100, କାଙ୍କଡ଼ 100, କଲରା କିଲୋ 110, ସଜନାଛୁଇଁ କିଲୋ 100 ରହିଛି ।

ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କ ପରିବା ଆସୁନାହିଁ । ଫଳରେ ରାଜ୍ୟ ବାହାର ବ୍ୟବସାୟୀ ଉପରେ ନିର୍ଭର କରିବାକୁ ପଡ଼ୁଛି । ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, ନାସିକ, କୋଲକାତା, ରାୟପୁରରୁ ଚଢ଼ା ଦରରେ ପରିବା କିଣା ଯାଉଛି । ତେଣୁ ଏଠି ଦର ବଢ଼ୁଛି । କେବଳ ଖାଉଟି ନୁହନ୍ତି, ବ୍ୟବସାୟୀମାନେ ମଧ୍ୟ କ୍ଷତି ସହୁଛନ୍ତି । ଓଡ଼ିଶାର ଚାଷୀ ନୂଆ ଫସଲ ଅମଳ କରିନାହାନ୍ତି । ବର୍ଷାଦିନିଆ ନୂଆ ଅମଳ ଆସିବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଆହୁରି ମାସେ କିମ୍ବା ତା’ଠୁ ଅଧିକ ଦିନ ପରିବା ଦର ଉଚ୍ଚା ରହିବ । ଓଡ଼ିଶାରେ କେନ୍ଦ୍ର ସରକାର 3 କୋଟି 26 ଲକ୍ଷ ଏବଂ ରାଜ୍ୟ ସରକାର 9 ଲକ୍ଷ 72 ହଜାର ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ଦେଉଛନ୍ତି । କିନ୍ତୁ ପରିବା ଦର ନିୟନ୍ତ୍ରଣରେ ଉଭୟ ସରକାରଙ୍କ କୌଣସି ଭୂମିକା ନାହିଁ । ବର୍ଷ ସାରା କିପରି ସବୁ ପରିବା ଆବଶ୍ୟକ ମୁତାବକ ଅମଳ ହେବ, ସେସବୁକୁ କିଭଳି ସଂରକ୍ଷିତ ରଖାଯିବ, ‌ସେନେଇ ତତ୍ପରତା ନାହିଁ ।

ଏହା ବି ପଢନ୍ତୁ...ହୋସ ଉଡ଼ାଉଛି ପରିବା ଦର, ଯେଉଁଥିରେ ହାତ ମାରିଲେ ୧୦୦; ଟମାଟୋ ପରେ ଡରେଇଲାଣି କଞ୍ଚା ପରିବା

ପରିବା ଓ ଦରଦାମ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ''ଏବେ ବର୍ଷା ଆରମ୍ଭ ହୋଇଛି । ଖରା ଓ ବର୍ଷା ମଧ୍ୟରେ ପରିବା ଅଭାବ ଦେଖା ଦିଏ । ତେଣୁ ଏବେ ପରିବା ଦର 100 ଟପି ଯାଇଛି । ଧୀରେ ଧୀରେ ଏହାର ସମାଧାନ ହେବ । ମାସେ ପରେ ସବୁ ଠିକ ହୋଇଯିବ । ପନିପରିବା ଲଗାଯାଉଛି । ମାସେ ଯାଏ ଦର ଏହି ପରି ଉଚ୍ଚା ରହିବ ।''

ଶାସକ ଦଳକୁ କଂଗ୍ରେସର ଟାର୍ଗେଟ: ପରିବା ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ନିଶାନା ମାରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ''ନିର୍ବାଚନ ଆସିଲେ ରାଜ୍ୟ ସରକାର ଶୀତଳ ଭଣ୍ଡାର କଥା କୁହନ୍ତି । ଶୀତଳ ଭଣ୍ଡାର ପାଇଁ ବ୍ୟୟବରାଦ କଥା କୁହନ୍ତି । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ ବୋଲି କୁହନ୍ତି । ପରିବା ଅଭାବୀ ରହିବ ନାହିଁ ବୋଲି କୁହନ୍ତି । ଗତ 23 ବର୍ଷ ଭିତରେ ରାଜ୍ୟ ସରକାର 10 ଥର ଏହା ଘୋଷଣା କରିଛନ୍ତି । ନିର୍ବାଚନ ଆସିଲେ ସରକାର ବିକାଶମୂଳକ କଥା କୁହନ୍ତି ।''

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.