ETV Bharat / state

ଦରଦାମ ନିୟନ୍ତ୍ରଣରେ ସରକାର ଫେଲ: କଂଗ୍ରେସ - ପରିବାର ଦର ବୃଦ୍ଧି

ରାଜ୍ୟରେ ବର୍ଦ୍ଧିତ ପରିବାର ଦରକୁ ନେଇ ତିନି ରାଜନୈତିକ ଦଳର ବିଧାୟକ ମୁହାମହିଁ ହୋଇଛନ୍ତି । ଉଚ୍ଚା ପରିବା ଦର ନେଇ ପରସ୍ପରକୁ ସମାଲୋଚନା ଦାୟୀ କରିଛନ୍ତି । ଅଧିକ ପଢନ୍ତୁ

ପରିବା ଦରକୁ ନେଇ ବିଜେଡିକୁ କଂଗ୍ରେସର ଚାର୍ଗେଟ
congress targets both govt on vegetables price
author img

By

Published : Jul 7, 2023, 11:05 AM IST

congress targets both govt on vegetables price

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ପାରିବା ଦର । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ବ୍ୟାଗ୍‌ ଭରୁନି । ସୁବ ପରିବା ଦର କିଲୋ ପିଛା 100 ପାର କରିଛି । ଟମାଟୋ 120କୁ ବାଇଗଣ ଭେଣ୍ଡି ସବୁ 100 ଟପିଛି । ରାଜ୍ୟରେ ପରିବାର ଦର ବୃଦ୍ଧିକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ରାଜନୈତିକ ଦଳ । ପରସ୍ପରକୁ ସମାଲୋଚନା କରିବା ସହ ଦର ବୃଦ୍ଧି ପାଇଁ ଦାୟୀ କରିଛନ୍ତି ।

ଖାଲି ପରିବା ନୁହେଁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ମଧ୍ୟ ବଢିଛି । ଜିରା ହୀରା ପରି ହୋଇଛି । କାବୁକୁ ଅସୁନି ପନିପରିବା ଦାମ । ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ଖାଇବା ଥାଳିରୁ ଗାଏବ ହୋଇଗଲାଣି ପନିପରିବା । ଅଧିକାଂଶ ପରିବା ଦର ଶହେ ଉପରେ ଥିବା ବେଳେ ଲଙ୍କା ଖାଇବାକୁ ବି ଲାଗୁଛି ଡର । କାରଣ ଲଙ୍କା କେଜି 4 ଶହ । ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଆକାଶ ଛୁଆଁ ପରିବା ଦର । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ସବୁ ବର୍ଗର ଲୋକ ଦରଦାମ ଓ ପରିବା ଦର ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛନ୍ତି । ଏହାକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, "ଦଳଗତ ନିର୍ବିଶେଷରେ ସମସ୍ତେ ପ୍ରଭାବିତ ହେଉଛନ୍ତି । ହାଣ୍ଡିଶାଳରୁ ପରିବା ଗାଏବ ହୋଇଯାଇଛି । ଲୋକେ ଆଳୁ ଲୁଣ ଲଗାଇ ଖାଉଛନ୍ତି । ଏଭଳି ମହରଗ ଦେଶରେ କେବେ ହୋଇନଥିଲା । ଦରଦାମ ନିୟନ୍ତ୍ରଣ କରୁନଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିନ୍ଦା କରୁଛୁ ।"

ଏହା ବି ପଢନ୍ତୁ...ଦରବୃଦ୍ଧିରେ ସରକାରଙ୍କ ଲଗାମ ନାହିଁ କହିଲା କଂଗ୍ରେସ, ବର୍ଷାକୁ ଦାୟୀ କଲେ ମନ୍ତ୍ରୀ

ସେପଟେ ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି ଯେ, "ଦରଦାମ ନିୟନ୍ତ୍ରଣ ଏକ ବିରାଟ ବ୍ୟାପାର । ଏଥିରେ ସମସ୍ତଙ୍କର ଦାୟିତ୍ବ ରହିଛି । ଲୋକାଲ ଦଲାଲଙ୍କୁ ନିୟନ୍ତ୍ରଣ ଦାୟିତ୍ୱରେ ରାଜ୍ୟ ସରକାର ରହିଛନ୍ତି । ଲୁଣ୍ଠନ ବ୍ୟବସ୍ଥା ଭିତରେ ଥିବା ନେତାଙ୍କୁ ଦରଦାମ ବାଧିବ ନାହିଁ । ପରିବା ଦର ବୃଦ୍ଧି ପ୍ରଭାବିତ କରିଛି । ଲଙ୍କା ଦର 4 ଶହ ଟଙ୍କା ହୋଇଗଲାଣି । ପରିବା ଦର ବୃଦ୍ଧିରେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେଉଥିବ ବୋଲି ପ୍ରଶ୍ନ କରିଛନ୍ତି ।

ସେହିପରି ବିଜେଡି ବିଧାୟକ ଭାଗିରଥି ସେଠୀ କହିଛନ୍ତି ଯେ, "ସରକାରକୁ ଆସିବା ପୂର୍ବରୁ ମୋଦୀ ସରକାର ଦରଦାମ ନିୟନ୍ତ୍ରଣ କରିବେ ବୋଲି କହିଥିଲେ । ଏଲପିଜି, ପେଟ୍ରୋଲ, ଡିଜେଲ ଦର ହୁ' ହୁ' ହୋଇ ବଢୁଛି । ଡାଲି, ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର କଥା ନକହିବା ଭଲ । ବିଜେପି ସରକାର ନିର୍ବାଚନ ଫଣ୍ଡ ଯୋଗାଡ଼ କରିବା ଲାଗି ଦରଦାମ ବଢାଇଛନ୍ତି । ମୋଦୀ ସରକାର ନହଟିବା ଯାଏଁ, ଦରଦାମ ନିୟନ୍ତ୍ରଣ ହେବନାହିଁ । ପନିପରିବା ଦର ନିୟନ୍ତ୍ରଣ ରାଜ୍ୟର ଦାୟିତ୍ୱ । ଉତ୍ପାଦନ କମ ହେଉଥିବାରୁ ଦର ବଢି ଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.